ପୃଷ୍ଠା:ShreeJagannath.pdf/୨୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଶୋର ଦାସ ମହାପାତ୍ର ବିଶ୍ବାବସୁ ଭାବରେ ସେବାକାର୍ଯ୍ୟ କରିବେ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରି ତାଙ୍କର ନାମ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଜଣାଇଥିଲେ । ତଦନୁଯାୟୀ ପ୍ରଶାସକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଗଜପତି ମହାରାଜାଙ୍କୁ ଜଣାଇଥିଲେ ।
ଶାଢ଼ିବନ୍ଧା ପର୍ବ ପରେ ଦଇତାପତି ଓ ଅନ୍ୟମାନେ ଜଗମୋହନ ଦେଇ ରାଜାଙ୍କ ନଅର ବାଟେ ଜଗନ୍ନାଥବଲ୍ଲଭ ମଠକୁ ଯାଆନ୍ତି । ନଅରଠାରେ ରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ରାଜଗୁରୁ । ବିଶ୍ୱାବସୁଙ୍କୁ ଦିଅନ୍ତି । ପରମ୍ପରା ଅନୁସାରେ ବନଯାଗ ଯାତ୍ରୀ ଦଳ ବଡ଼ଦାଣ୍ଡସ୍ତ ଜଗନ୍ନାଥ ବଲ୍ଲଭ ମଠରେ ତିନି ଓଳି ଅବସ୍ଥାନ କରନ୍ତି । ସିଂହଦ୍ବାରଠାରୁ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ଯାତ୍ରାକାଳରେ ଓଲାର, ଘଣ୍ଟ, କାହାଳୀ ଓର ପଟୁଆର କରାଯାଏ ।
ଗତ ଥର ଚୈତ୍ର ଶୁକ୍ଳ ଦଶମୀ ଶୁକ୍ରବାର ତା ୨୯-୩-୧୯୯୬) ଦିନ ମଧ୍ୟାହ୍ନ ଧୂପ ପରେ ବନଯାଗ ଯାତ୍ରାର ଶୁଭ ଅନୁକୂଳ ହୋଇଥିଲା । ସେହି ଦିନ ରାତ୍ରରେ ସମସ୍ତେ ଜଗନ୍ନାଥ ବଲ୍ଲଭ ମଠରେ ରହିଥିଲେ । ପରବର୍ତ୍ତୀ ଦିନ ଅର୍ଥାତ୍ ୩୦ ତାରିଖ ଶନିବାର ମଧ୍ୟ ସେଠାରେ ରହିଥିଲେ । ସେଦିନ ରାତି ସାଢ଼େ ଗୋଟିଏ (ଅର୍ଥାତ୍ ୩୧ ତାରିଖ, ରବିବାର, ୧ଟା୩୦ ଏ.ଏମ୍.)ରେ ଜଗନ୍ନାଥବଲ୍ଲଭ ମଠରୁ ବନଯାଗ ଯାତ୍ରୀ ଦଳ ବାହାରି କୋଣାର୍କ ରାସ୍ତା ଦେଇ କାକଟପୁର ଅଭିମୁଖେ ଚାଲି ଚାଲି ଯାଇଥିଲେ । ୩୧ ତାରିଖ ରାତିରେ ସମସ୍ତେ କୋଣାର୍କ ନାଟ ମଣ୍ଡପରେ ରହିଥିଲେ । ପରଦିନ ଅର୍ଥାତ୍ ୧-୪-୧୯୯୬ରେ ସେମାନେ କୋଣାର୍କ-କାକଟପୁର ମଧ୍ୟସ୍ଥ ଏକ ସ୍ଥାନରେ ରାତ୍ରିଯାପନ କଲେ । ୨-୪-୧୯୯୬ ଦିନ ପୂର୍ବାହ୍ନରେ ସମସ୍ତେ କାକଟପୁରରେ ପହଞ୍ଚି ଦେଉଳିମଠରେ ଅବସ୍ଥାନ କରିଥିଲେ । ପୂର୍ବ ନବ କଳେବର ୧୯୭୭ରେ କେତେକ ଅସୁବିଧା ହେତୁ ସମସ୍ତେ ଦେଉଳି ମଠରେ ରହି ନଥିଲେ । ଅଧିକାଂଶ ସେବକ କାକଟପୁରର ସୋମେଶ୍ବର ମନ୍ଦିର ପରିସରରେ ରହିଥିଲେ ।
ପରବର୍ତ୍ତୀ ଦିନ (୩-୪-୯୬) ପୂର୍ବାହ୍ନ ଦଶଟା ସମୟରେ କାକଟପୁର ମଙ୍ଗଳା ଠାକୁରାଣୀ ମନ୍ଦିର ପୂଜକ ଓ ପରିଚାଳନା କର୍ତ୍ତୁପକ୍ଷ ଘଣ୍ଟ, ଛତି, ତ୍ରାସ ସହିତ ଏକ ବର୍ଣ୍ଣାଢ଼ୀ ଶୋଭାଯାତ୍ରାରେ ଦେଉଳି ମଠକୁ ଆସି ଦଇତାପତି, ବ୍ରାହ୍ମଣ ପ୍ରଭୃତି ସେବକମାନଙ୍କୁ ସମ୍ବର୍ଦ୍ଧନା ସହକାରେ ପଟୁଆର କରି ଠାକୁରାଣୀ ମନ୍ଦିରକୁ ପାଛୋଟି ନେଇଥିଲେ । ତତ୍ପରେ ସେଠାରେ ବିଧି ଅନୁଯାୟୀ ମା’ ମଙ୍ଗଳାଙ୍କର ମାଜଣା କରାଯାଇଥିଲା । ମାଜଣା ସମୟରେ ଠାକୁରାଣୀ ମନ୍ଦିରର ଜଗମୋହନରେ ଶ୍ରୀମନ୍ଦିରରୁ ଯାଇଥିବା ରାଜଗୁରୁ ଦେଉଳ ପୁରୋହିତ ଓ ଅନ୍ୟାନ୍ୟ ବ୍ରାହ୍ମଣମାନେ ଚଣ୍ଡୀପାଠ କରିଥିଲେ । ମାଜଣା ପରେ ଠାକୁରାଣୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦତ୍ତ ଶାଢ଼ିଲାଗି ଏବଂ ମହାପ୍ରସାଦ ସମର୍ପଣ କରାଯାଇଥିଲା । ମାଜଣା କାର୍ଯ୍ୟ ଅପରାହ୍ନ ପ୍ରାୟ ଏକଟା ବେଳକୁ ଶେଷ ହୋଇଥିଲା ।
ଯଥା ସମୟରେ ଉପଯୁକ୍ତ ଦାରୁ (ନିମ୍ବ ବୃକ୍ଷର ସନ୍ଧାନ ପାଇବାକୁ ଦଇତାପତି ଓ ବ୍ରାହ୍ମଣ ସେବକମାନେ ମଙ୍ଗଳା ଠାକୁରାଣୀଙ୍କର କୃପାଭିକ୍ଷା କରନ୍ତି । ଏଥିପାଇଁ ‘ସୃଷ୍ମାବତୀ ମନ୍ତ୍ର ଜପ କରିବାକୁ ହୁଏ । କେତେ ଜଣ ସେବକଙ୍କୁ ସ୍ବପ୍ନାଦେଶ ହୋଇଥିଲା ବୋଲି ବିଶ୍ୱାସ କରାଯାଏ।

୨୭୮ ଶ୍ରୀଜଗନ୍ନାଥ