ପୃଷ୍ଠା:ShreeJagannath.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଶିଷ୍ଟ - ୬
ଚତୁର୍ଦ୍ଧାମୂର୍ତ୍ତିଙ୍କର ଉଚ୍ଚତା


ରତ୍ନବେଦୀରେ ବିରାଜିତ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କର ଉଚ୍ଚତା କେତେ ଏହା ଜାଣିବା ସକାଶେ ବହୁ ଭକ୍ତଙ୍କ ମନରେ ଆଗ୍ରହ ରହୁଛି । ବିଗ୍ରହମାନଙ୍କର ପ୍ରକୃତ ଉଚ୍ଚତା ଜାଣିବା ସହଜ ନୁହେଁ । ବିଗ୍ରହମାନଙ୍କର ଉଚ୍ଚତା ଏବଂ ବିଭିନ୍ନ ଶ୍ରୀଅଙ୍ଗର ମାପ ସଂପୂର୍ଣ୍ଣ ଗୋପନୀୟ ରଖାଯାଇଛି । ଏହା କେବଳ ସଂପୃକ୍ତ ସେବକମାନଙ୍କୁ ଗୋଚର । ଦଇତାପତି ସେବକମାନଙ୍କ ପାଖରେ ଥିବା ଗୁପ୍ତ ପୋଥିରେ ବିଗ୍ରହ ନିର୍ମାଣ ସଂପର୍କରେ ତଥ୍ୟ ରହିଥିବା ଜଣାଯାଏ । ସେମାନଙ୍କ ନିର୍ଦ୍ଦେଶ ତଥା ତତ୍ବାବଧାନରେ ଶ୍ରୀମନ୍ଦିରର ବିଶ୍ବକର୍ମା ବଢ଼େଇ) ସେବକମାନେ ନବକଳେବର ବେଳେ କୋଇଲିବୈକୁଣ୍ଠରେ ବିଗ୍ରହ ନିର୍ମାଣ କରନ୍ତି । ଏହି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଗୋପନୀୟ ଭାବେ କରାଯାଏ । ସଂପୃକ୍ତ ସେବକଙ୍କ ବ୍ୟତୀତ ଅନ୍ୟକେହି ଏହା ଦେଖନ୍ତି ନାହିଁ ।
ଶ୍ରୀମନ୍ଦିରର ସୁତଲିପି, ନୀଳାଦ୍ରି ମହୋଦୟ (ସଂପାଦନା- ବିଜକିଶୋର ସ୍ବାଇଁ, ବାମଦେବ ସଂହିତା (ସଂ ପାଦନା- ଜୟକୃଷ୍ଣ ମିଶ୍ର) ଓ ମାଦଳା ପାଞ୍ଜି ( ସଂପାଦନା- ଆର୍ତ୍ତବଲ୍ଲଭ ମହାନ୍ତି) ପୁସ୍ତକମାନଙ୍କରେ ବିଗ୍ରହମାନଙ୍କର ମାପ ସଂପର୍କରେ ଉଲ୍ଲେଖ ନାହିଁ । ମାଦଳାପାଞ୍ଜି ସଦୃଶ ଅନ୍ୟ ଏକ ପୋଥି ‘ଚକଡ଼ାପୋଥି’ ରେ ଉଲ୍ଲେଖ ଅଛି “ରାଜା ବଡ଼ ପଦ୍ମନାଭ ପଟ୍ଟନାୟକଙ୍କୁ ଆଜ୍ଞା ଦେଲେ । ସେ ଯାଇ କୁଜଙ୍ଗଠାରୁ ମହାପ୍ରଭୁଙ୍କୁ ଆଣିଲେ । ମହାରାଜା ସ୍କନ୍ଦପୁରାଣ ବିଧିରେ ଚଉରାଶି ଯବରେ ଦାରୁ ଶ୍ରୀମୂର୍ତ୍ତି କରି ଭିତର ପୋଟଳରେ ଶାଳଖା ବିଜେ କରାଇ ଶ୍ରୀମୃଦ୍ଧି କଲେ । (ଚକଡ଼ା ପୋଥି ଓ ଚୟିନୀ ଚକଡ଼ା-ସଂପାଦନା-କୃପାସିନ୍ଧୁ ବିଶ୍ବାଳ) । ସ୍କନ୍ଦ ପୁରାଣ’ର ଉତ୍କଳ ଖଣ୍ଡରେ ବିଗ୍ରହମାନଙ୍କର ଉଚ୍ଚତା ବା ମାପ ଉଲ୍ଲେଖ ନାହିଁ । ଚକଡ଼ାପୋଥିରେ ‘ଚଉରାଶିଯବରେ ଦାରୁ ଶ୍ରୀମୂର୍ତ୍ତି କରି’ ବୋଲି ଯାହା ଲେଖଅଛି ସେଥିରୁ ଅନୁମାନ କରାଯାଏ ଯେ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଉଚ୍ଚତା ୮୪ ଯବ ।
ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତି ତାଙ୍କର ଇଂରାଜୀ ପୁସ୍ତକ ‘ଲର୍ଡ଼ ଜଗନ୍ନାଥ’ରେ ଲେଖିଛନ୍ତି ଯେ 'ନୀଳାଦ୍ରି ମହୋଦୟ' ରେ ଉଲ୍ଲେଖ ପ୍ରକାରେ ବଳଭଦ୍ର ଠାକୁରଙ୍କ ଉଚ୍ଚତା ୮୫ ଯବ, ମହାପ୍ରଭୁ ଜଗନ୍ନାଥଙ୍କ ଉଚ୍ଚତା ୮୪ ଯବ ଏବଂ ଦେବୀ ସୁଭଦ୍ରାଙ୍କ ଉଚ୍ଚତା ୫୨ ଯବ । ସୁଦର୍ଶନଙ୍କ ଉଚ୍ଚତା ଜଗନ୍ନାଥଙ୍କ ଉଚ୍ଚତା ସହିତ ସମାନ, ଅର୍ଥାତ୍ ୮୪ ଯବ, କିନ୍ତୁ ଉପଲବ୍ଧ ହେଉଥିବା “ନୀଳାଦ୍ରି

ଶ୍ରୀଜଗନ୍ନାଥ ୨୮୩