ପୃଷ୍ଠା:ShreeJagannath.pdf/୨୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପରିଶିଷ୍ଟ - ୮
ଶ୍ରୀମନ୍ଦିର ସମ୍ବନ୍ଧିତ କେତେକ ଶବ୍ଦାର୍ଥ

ଅଖଣ୍ଡ- ଦିନରାତି ନିରବଚ୍ଛିନ୍ନ ଭାବରେ ଜଳୁଥିବା ପ୍ରଦୀପ

ଅଙ୍ଗିଲା- ନିଜସ୍ୱ, ଅଙ୍ଗଲଗା

ଅଣସର ପିଣ୍ଡି- ଭିତରକାଠଠାରୁ କଳାହାଟ ଦ୍ୱାରକୁ ଲାଗି ପରର ପିଣ୍ଡି

ଅଧିବାସ- ଶୁଭ କାର୍ଯ୍ୟରେ ପୂର୍ବ ଦିନ ହେଉିବା କର୍ମ

ଅପସର- ପିଠି ତକିଆ

ଅମୋଣିଆ- ମେଅଣାହି ହୋଇ ନିବା ଭୋଗଦ୍ରବ୍ୟ

ଆଲଟ- ଏକ ପ୍ରକାର ବଡ଼ପଙ୍ଖା

ଉତୁରୀ- ଉତ୍ତରୀୟ

ଉପଚାର ସେବକ- ଅନୁମତିପ୍ରାପ୍ତ (ଛତିଶା ନିଯୋଗ ଅନ୍ତର୍ଭୁକ୍ତ ନୁହେଁ) ଚାମର ସେବକ

ଉଲାଗି- ବେଶ ପୋଷାକ, ମାଳଚୂଳ ଆଦି ବାହାର କରାଯିବା

ଉଲ୍ଲାଖ- କନା

ଏକା ଏକ ସେବକ- ଏକା ଏକା ସେବା କରୁିବା ସେବକ

ଉଡ଼ିଆଣି- କଟି ମେଖଳା

ଓଲାର- ଏକ ପ୍ରକାର ଛତ୍ର

ଓଷୁଅ- ଝୁଣା, ରାଶିତେଲ ଓ ପାଣିରେ ପ୍ରସ୍ତୁତ ଏକ ପ୍ରକାର ଲେପ ବା ମଲମ

କର ପଇଠ / ହାତ ପଇଠ- କେତେକ ନୀତିରେ ତଳିଚ୍ଛ ଓ ପ୍ରଧାନୀ ସେବକଦ୍ୱୟ ହାତରେ ହାତ ଥୋଇ ଆଗେ ଆଗେ ଯିବା

କରାଳ- ଠାକୁରଙ୍କ ଶ୍ରୀଅଙ୍ଗରୁ କଢ଼ାଯାଇିବା ଓଷୁଅ

ଶ୍ରୀଜଗନ୍ନାଥ * ୨୮୯