ପୃଷ୍ଠା:ShreeJagannath.pdf/୨୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାଳିମ୍ବା ଅନ୍ନ- ବଗଡ଼ା ଅନ୍ନ

ତଡ଼କୀ- କର୍ଣ୍ଣ ଅଳଙ୍କାର ବିଶେଷ

ତଡ଼ପ- ବସ୍ତ୍ର ବିଶେଷ

ତାଟ- ବାଉଁଶ ବା ତାଳପତ୍ରରେ ନିର୍ମିତ ବଡ଼ ଡାଲା, ଯେଉିଁରେ ବିଭିନ୍ନ ସାମଗ୍ରୀ ପଠାଯାଏ ।

ତାଡ଼- ଏକ ବଡ଼ ମାଟିପାତ୍ର

ତ୍ରିମୁଣ୍ଡି- ଦିଅଁଙ୍କ ମସ୍ତକ ଉପରି ଭାଗ; ଏକ ପୁୁଷ୍ପ ଭୂଷା

ଦଣ୍ଡଛତ୍ର- ଲମ୍ବ ଦଣ୍ଡିବା ଛତ୍ର

ଦରଶୁଆ କରାଇବା- ଦର୍ଶାଇବା

ଦରଶୁଆ ଝିଲି- ପହିଲି ଭୋଗରେ ଲାଗୁଥିବା ବଡ଼ଝିଲି

ଧଣ୍ଡା ମାଳ- ଲମ୍ବମାଳ, ବାରହାତିଆ ମାଳ

ଧୁକୁଡ଼ି ଦ୍ୱାର- ଶ୍ରୀମନ୍ଦିର ଭିତର କାଠ କଡ଼ରେ ଭିତରକୁ ଯିବାପାଇଁ ଏକ କଡ଼ ରାସ୍ତା

ଧୋପଖାଳ- ଧୁଆଧୋଇ, ସଫାସଫି

ନାକୁଆସି- ଶ୍ରୀମୁଖରେ ଚିତାତଳରୁ ନାସାଗ୍ର ପର୍ଯ୍ୟନ୍ତ ସ୍ଥାନରେ ଲାଗୁିବା ଏକ ଅଳଙ୍କାର ବିଶେଷ

ନାଟପା ମଣ୍ଡପ- ନାଟମଣ୍ଡପ

ନିଉଛାଳି- ସାଷ୍ଟାଙ୍ଗ ପ୍ରଣାମ

ପଛ ଭଅଣ୍ଡ- ଆବଶ୍ୟକତା ଅନୁଯାୟୀ ଭୋଗମଣ୍ଡପରେ ଅତିରିକ୍ତ ଭୋଗ

ପଟୁଆର- ଶୋଭାଯାତ୍ରା, ସମାବେଶ

ପଟୋଇ- ଓଳି

ପାଗପଟି- ପଗଡ଼ି

ପୋଛା- ସିଂହାସନରେ ପଡ଼ିିବା ଟଙ୍କା ପଇସା, ସଂପୃକ୍ତ ସେବକ ତଳେ ଠିଆହୋଇ ହାତପାଇବା ପର୍ଯ୍ୟନ୍ତ ପୋଛି ଆଣିବା

ଫୁଲୁରି- ବାସ୍ନାତେଲ, ପୁଷ୍ପବାସିତ ତେଲ

ବଲ୍ଲଭ ବଡ଼ସିଂହାର- କେତେକ ଦିନରେ ବଡ଼ସିଂହାର ଧୂପ ପରେ ଅତିରିକ୍ତ ଭୋଗ

ବାଇହାଣ୍ଡି- ଶ୍ରୀମନ୍ଦିରରେ ବ୍ୟବହୃତ ସବୁଠାରୁ ବଡ଼ ହାଣ୍ଡି

ବାଘମୁହାଁ- ତୁଣ୍ଡି

ବାହୁଟ- ବାହୁର ରକ୍ଷାକବଚ

ବିଜେ ପ୍ରତିମା- ଉତ୍ସବ ମୂର୍ତ୍ତିି

ଶ୍ରୀଜଗନ୍ନାଥ * ୨୯୧