ପୃଷ୍ଠା:ShreeJagannath.pdf/୨୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଭୀଷଣ ବନ୍ଦାପନା- ଦକ୍ଷିଣାଭିମୁଖ ବନ୍ଦାପନା
ଭୋଗ ଡାକିଯିବା- ପନ୍ତିରେ ଭୋଗ ବାଢ଼ିବାକୁ ଡାକିବାକୁ ଯିବା
ମଇଲମ- ବେଶ, ଅଳଙ୍କାର ଇତ୍ୟାଦି କଢ଼ାଯିବା ବା ଉଲାଗି ହେବା
ମଝାଲ- ମଧ୍ୟମ ଧରଣର
ମଙ୍ଗଳାରୋପଣ- ମଙ୍ଗଳ କାମନା କରି କରାଯାଉିବା ବିଧି
ଅମୃତମଣୋହି- ଦେବଦେବୀଙ୍କ ନିମନ୍ତେ ଉତ୍ସର୍ଗିତ ଭୂସମ୍ପତ୍ତି
ଚକ୍ରମଣୋହି- ନୀଳଚକ୍ର ଆଡ଼କୁ ଟେକି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପିତ ନୈବେଦ୍ୟ
ସର୍ପାମଣୋହି- ଦିଅଁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି କରାଯାଉିବା ଭୋଗ
ମହାଖଳା- ବଡ଼ଦାଣ୍ଡରେ ରନିର୍ମାଣ କରାଯାଉିବା ଅଞ୍ଚଳ
ମହାସ୍ନାନ- ବିଶେଷ ସ୍ନାନ ବିଧି
ଯାତ୍ରାଙ୍ଗୀ ମହାସ୍ନାନ- ଯାତ୍ରା ଦିନମାନଙ୍କରେ ହେଉିବା ଅତିିରିକ୍ତ ଶୁଦ୍ଧି ବା ସ୍ନାନନୀତି
ମାଲ ବାହାରିବା- ଧୂପ ଶେଷ ପରେ ଭିତରୁ କିମ୍ବା ଭୋଗମଣ୍ଡପରୁ ଭୋଗଦ୍ରବ୍ୟ ବାହାରିବା
ମୁଦଲ- ରାଜାଦେଶ
ମୁର୍ତ୍ତୁମୂଳ- ନୈବେଦ୍ୟକୁ ଅର୍ପଣଯୋଗ୍ୟ କରିବା, ଅଦା, ହେଙ୍ଗୁ ଓ ଘିଅର ଫୁଟଣା ଦେବା
ମେଣ୍ଢାପୋଡ଼ି- ଦୋଳ ପୂର୍ଣ୍ଣିିମା ପୂର୍ବଦିନ ଦୋଳବେଦୀ ପରିସରରେ ଅନୁଷ୍ଠିତ ଅଗ୍ନି ଉତ୍ସବ ମେଣ୍ଢାମୁଣ୍ଡିଆ ଖେଚୁଡ଼ି- ଏକପ୍ରକାର ଖେଚୁଡ଼ି ଭୋଗ
ରାଜପ୍ରସାଦ- ରାଜାଙ୍କ ନିକଟକୁ ଯାଉିବା ଦେବ ବିସର୍ଜିତ ପର୍ଦା, ଯା: ଶ୍ରୀଅଙ୍ଗର ଚନ୍ଦନ ଓପାଟଡେ଼ାର ଇତ୍ୟାଦି
ଶିରକପଡ଼ା- ଠାକୁରଙ୍କ ମସ୍ତକରେ ଲାଗି ହେଉିବା ବସ୍ତ୍ର ବିଶେଷ
ସଦାବର୍ତ୍ତ- ଗରିବ, ସାଧୁ, ସନ୍ନ୍ୟାସୀ, ଅତିିଙ୍କୁ ନିୟମିତ ଅନ୍ନ ଦାନ
ସୋମନା ମଣ୍ଡପ- ମାଜଣା ମଣ୍ଡପ
ହଣା- ଭୋଗ, ବିଶେଷତଃ ପିଠାଭୋଗର ଏକ ଅଂଶ ବା ଭାଗ
ହଳଦୀପାଣି- ବାହାର ଚନ୍ଦନ ଯାତ୍ରାର ଶେଷ ଦିନ
ହାତୁଆଣି- ହାତଧୋଇବା ପାଇଁ ପାଣି
୨୯୨ * ଶ୍ରୀଜଗନ୍ନାଥ