ପୃଷ୍ଠା:ShreeJagannath.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁଭଦ୍ରାଙ୍କୁ ଧର୍ମ କୁହାଯାଇଛି । ଧର୍ମର ଚିହ୍ନରେ ହାତର ସଂକେତ ଅଛି । ଏହି ଅମେଳ କନିଙ୍ଗ୍‌ହାମ୍‍ ଦେଖାଇ ନାହାନ୍ତି (୨୦)

"ବୌଦ୍ଧଧର୍ମର ପବିତ୍ର ପ୍ରତୀକ' (Sacred Symbols of Buddhism) ପୁସ୍ତକରେ ବୌଦ୍ଧ ତ୍ରିରତ୍ନର ଚିତ୍ର ରହିଛି । ନିମ୍ନରେ ପ୍ରଦତ୍ତ ଉକ୍ତ ଚିତ୍ର ସହିତ ପୁରୀ ତ୍ରିମୂର୍ତ୍ତିିଙ୍କର ଆଦୌ ମେଳ ହେଉନାହିଁ (୨୧)

Tri Ratna : This represents the three jewels of Buddhism- the Buddha, the Dharma and the Sangha. It also symbolizes the sanctuary where one can take refuge from the world. It also signifies the 'Enlightened' or the 'Awakened'.

ଜଗନ୍ନାଥଙ୍କୁ ବୁଦ୍ଧଙ୍କର ରୂପାନ୍ତର ବୋଲି ଗ୍ରହଣ କରାଯାଇଛି । କିନ୍ତୁ ଅନ୍ୟାନ୍ୟ ବୁଦ୍ଧମୂର୍ତ୍ତିିଠାରୁ ଜଗନ୍ନାଥ ମୂର୍ତ୍ତିିର କାହିଁକି ବୈସାଦୃଶ୍ୟ ଲକ୍ଷିତ ହୁଏ , ତା'ର କୌଣସି କାରଣ ନିର୍ଦ୍ଦେଶ ହୋଇନାହିଁ । ପୁଣି ମଧ୍ୟ, ଏହି ଚିହ୍ନଗୁଡ଼ିକ କି ଧରଣର କ୍ରମ ବିବର୍ତ୍ତନ ମଧ୍ୟ ଦେଇ ମାନବୀୟ ମୂର୍ତ୍ତିିରେ ପରିଣତ ହୋଇଛନ୍ତି ତା'ର ଧାରାବାହିକ ବିବରଣୀ ଅଦ୍ୟାପି ମିଳିନାହିଁ । ଏ ସମ୍ବନ୍ଧରେ ଡକ୍ଟର ହରେକୃଷ୍ଣ ମହତାବ ଯେଉଁ ବାଇଶଟି ଚିତ୍ରପ୍ଲେଟ୍‍ର ଅବତାରଣା କରିଛନ୍ତି, ତାହା ବିଶେଷ ସନ୍ତୋଷଜନକ ନୁହେଁ (୨୨)


୨୦. ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ- ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ପଞ୍ଚମ ସଂସ୍କରଣ: ୨୦୦୨

୨୧. Sacred Symbols of Buddhism- J.R. Santiago, Book Faith India, Delhi- ୩୩, First edition, 1999

୨୨. ଦାରୁ ଦେବତା- ଡକ୍ଟର ବେଣୀମାଧବ ପାଢ଼ୀ

ଶ୍ରୀଜଗନ୍ନାଥ ୩୩