ପୃଷ୍ଠା:ShreeJagannath.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ନିଖିଳ ଭାରତ ଦର୍ଶନ କଂଗ୍ରେସର କଟକ ଅଧିବେଶନ, ୧୯୫୯ରେ ସଭାପତିତ୍ୱ କରି ନୀଳକଣ୍ଠଙ୍କ ଅଭିଭାଷଣ)

ଡକ୍ଟର ବେଣୀମାଧବ ପାଢ଼ୀଙ୍କ ମତରେ "କିନ୍ତୁ ଟିକିଏ ସୂକ୍ଷ୍ମ ଭାବରେ ବିଚାର କଲେ ଜଣାପଡେ଼, ଜଗନ୍ନାଥଙ୍କ ନାମ କିମ୍ବା ରୂପ କୌଣସିଟି ବୁଦ୍ଧ ନୁହେଁ । 'ଜଗନ୍ନାଥ' ଯଦି ବୁଦ୍ଧଙ୍କର ଅପର ନାମ ହୋଇଥାନ୍ତା ତା'ହେଲେ ବୌଦ୍ଧ ଅଭିଧାନକାର ହେମଚନ୍ଦ୍ରଙ୍କ ଅଭିଧାନ ଗ୍ରନ୍ଥରେ କିମ୍ବା ବୌଦ୍ଧପନ୍ଥୀ ଅମର ସିଂହଙ୍କ କୃତି 'ଅମର କୋଷ'ରେ ତାହା ବୁଦ୍ଧ ପର୍ଯ୍ୟାୟରେ ଅବଶ୍ୟ ଉଲ୍ଲେଖ ଥାନ୍ତା"(୨୬)

ଡକ୍ଟର ପାଢ଼ୀ କହିଛନ୍ତି, "ବିଷ୍ଣୁପୁରାଣରେ ପ୍ରଥମେ 'ଜଗନ୍ନାଥ' ଶବ୍ଦ ବିଶେଷ୍ୟ ରୂପେ ପ୍ରୟୋଗ ହେବା ଦେଖୁ" (୨୭)। ଡକ୍ଟର ଗୋପୀନାଥ ମହାପାତ୍ର ଲେଖିଛନ୍ତି- "ବୁଦ୍ଧଙ୍କ ନାମ ଯଦି ଜଗନ୍ନାଥ ହୋଇଥାନ୍ତା, ତେବେ ବୌଦ୍ଧଗ୍ରନ୍ଥମାନଙ୍କରେ ଏ ନାମ ଦେଖାଯାଉଥାନ୍ତା । ମାତ୍ର କୌଣସି ପିଟକ ଗ୍ରନ୍ଥରେ ଏ ନାମ ମୁକ୍ତ ଭାବରେ ବୁଦ୍ଧଙ୍କ ପାଇଁ ବ୍ୟବହୃତ ହୋଇନାହିଁ । ତେଣୁ ଇନ୍ଦ୍ରଭୂତିଙ୍କ ଜ୍ଞାନସିଦ୍ଧିରେ ବ୍ୟବହୃତ 'ଜଗନ୍ନାଥ' ପଦଟି ଏକ ବିଶେଷଣାତ୍ମକ ପଦ ଭିନ୍ନ ଅନ୍ୟ କିଛି ନୁହେଁ । ଦ୍ୱିତୀୟ କଥା ହେଉଛି, ଜଗନ୍ନାଥ ବିଷ୍ଣୁଙ୍କର ପର୍ଯ୍ୟାୟବାଚୀ ଶବ୍ଦ କି ନା ? ପ୍ରାଚୀନ ପୁରାଣମାନଙ୍କରେ ତ ଏହାର ବ୍ୟବହାର ନିଶ୍ଚୟ ଅଛି । ପୁଣି ବିଷ୍ଣୁସହସ୍ର ନାମରେ ମଧ୍ୟ ସ୍ଥାନ ପାଇଅଛି" (୨୮)

ଇନ୍ଦ୍ରଭୂତିଙ୍କ ସମୟ ବେଳକୁ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଏକ ପ୍ରମୁଖ ବୈଷ୍ଣବ ଦେବତା ଭାବରେ ଉପାସିତ ହୋଇସାରିଲେଣି ଏବଂ ବିଷ୍ଣୁଙ୍କର ଏକ ଅବତାର ଭାବରେ ବୁଦ୍ଧଙ୍କୁ ବିବେଚନା କରାଗଲାଣି । ସମାଜରେ ହିନ୍ଦୁ ଓ ବୌଦ୍ଧମାନଙ୍କ ମଧ୍ୟରେ ଭେଦଭାବରେ ତୀବ୍ରତା ନଥିଲା । ଉଭୟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ବିବାହ ପ୍ରଚଳିତ ଥିଲା । ସ୍ୱାମୀ ହିନ୍ଦୁ ଓ ସ୍ତ୍ରୀ ବୌଦ୍ଧ ଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଉଭୟେ ଉଭୟଙ୍କ ଗୋଷ୍ଠୀର ଦେବଦେବୀଙ୍କୁ ଉପାସନା କରୁଥିଲେ (୨୯)। ସ୍ୱାମୀ ଅଭେଦାନନ୍ଦ ଖ୍ରୀ: ୧୯୨୨ରେ ତିବ୍‍ବତ ପରିଭ୍ରମଣରେ ଯାଇ ଦେଖିଥିଲେ ଯେ ମୌଲବା ଚମ୍ବା (Maulaba Chamba) ନାମକ ଏକ ଗ୍ରାମରେ ଗାମଦେବତା ଭାବରେ ଏକ ବିଷ୍ଣୁମୂର୍ତ୍ତିିଙ୍କୁ ବୌଦ୍ଧମାନେ ପୂଜା କରୁଛନ୍ତି, ଯେହେତୁ ବୁଦ୍ଧ ବିଷ୍ଣୁଙ୍କର ଏକ ଅବତାର (୩୦)

ରାଜା ଇନ୍ଦ୍ରଭୂତି ଆଲୋଚ୍ୟ ଶ୍ଳୋକରେ ଜଗନ୍ନାଥ-ବିଷ୍ଣୁଙ୍କୁ ବୌଦ୍ଧ ଜ୍ଞାନରେ ପ୍ରଣିପାତ କରିଥିବେ । ଜଗନ୍ନାଥ ଯେ ମୂଳତଃ ବୁଦ୍ଧ ଦେବତା, ଏହା ମନେ କରିବାର ଯୁକ୍ତିଯୁକ୍ତ କାରଣ


୨୬. ଦାରୁ ଦେବତା- ଡକ୍ଟର ବେଣୀମାଧବ ପାଢ଼ୀ

୨୭. ତତ୍ରୈବ

୨୮. ଶ୍ରୀଜଗନ୍ନାଥ ତତ୍ତ୍ୱ- ଡକ୍ଟର ଗୋପୀନାଥ ମହାପାତ୍ର

୨୯. ପ୍ରଣିପତ୍ୟ ଜଗନ୍ନାଥଂ...(ପ୍ରବନ୍ଧ)- ମହୀମୋହନ ତ୍ରିପାଠୀ, ଶ୍ରୀମନ୍ଦିର କାର୍ତ୍ତିିକସଂଖ୍ୟା, ୨୦୦୫

୩୦. Swami Abhedananda's journey into Kashmir and Tibet- Ramakrishna Bedanta Matha, Calcutta, May 2001 Edition

୩୬ ଶ୍ରୀଜଗନ୍ନାଥ