ପୃଷ୍ଠା:ShreeJagannath.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ । ପ୍ରଫେସର ପ୍ରହ୍ଲାଦ ପ୍ରଧାନ ସୁତରାଂ କହିଛନ୍ତି- "ଜଗନ୍ନାଥଙ୍କୁ ବୁଦ୍ଧ ରୂପେ ଗ୍ରହଣ କରିବାକୁ ଅନ୍ୟାନ୍ୟ ଯୁକ୍ତିର ଆଶ୍ରୟ ନେବାକୁ ହେବ । ସେ ସବୁ ଯୁକ୍ତିକୁ ମଧ୍ୟ ବିଚାର କରିବାକୁ ହେବ ।"

ଏଠାରେ ସୂଚନାଯୋଗ୍ୟ ଯେ ଆସାମର ମଣିକୂଟ ବା ହୋଜୋ ପାହାଡ଼ ଉପରେ ରହିଛି ପ୍ରସିଦ୍ଧ ହୟଗ୍ରୀବ ମନ୍ଦିର । ଏହି ମନ୍ଦିରର ସିଂହାସନରେ ବିଷ୍ଣୁଙ୍କ ଅବତାର ଭାବେ ଅଶ୍ୱମୁଖଧାରୀ ହୟଗ୍ରୀବଙ୍କ ସହ ଯେଉଁ ପାଞ୍ଚଟି ମୂର୍ତ୍ତିି ପୂଜା ପାଉଛନ୍ତି, ତନ୍ମଧ୍ୟରେ ରହିଛନ୍ତିି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିି । ଏହି ମନ୍ଦିରକୁ ଯିବାପାଇଁ ତୀଖ ପାହାଡ଼ ଉପରେ ପ୍ରାୟ ଶହେଟି ପାହାଚ ଚଢ଼ିବାକୁ ହୁଏ । ସେଥିମଧ୍ୟରେ ରହିଛି ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ୯୨ଟି ମୁଖ୍ୟ ପାହାଚ । ଏହି କଷ୍ଟଦାୟକ ଯାତ୍ରାକୁ ଭ୍ରୂକ୍ଷେପ ନକରି ଆସାମର ରାଜ୍ୟପାଳ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବିପଦପୂର୍ଣ୍ଣ ଗିରିପଥରେ ଚାଲିଚାଲି ଯାଇ ମନ୍ଦିର ଉପରେ ତା. ୨୦.୯.୨୦୧୦ରେ ପହଞ୍ଚିଥିଲେ । ହଜାର ହଜାର ବର୍ଷ ଧରି ସୁଦୂର ଆସାମର ଏକ ପାହାଡ଼ ଉପରେ ଥିବା ହୟଗ୍ରୀବ ମନ୍ଦିରରେ ଶ୍ରୀଜଗନ୍ନାଥ ଯେ ପୂଜା ପାଉଛନ୍ତି, ଓଡ଼ିଶାରେ ଏକଥା ଖୁବ୍‍ କମ୍‍ ଲୋକେ ଜାଣିଥିବେ । ମନ୍ଦିରଟି କେବଳ ହିନ୍ଦୁଙ୍କ ପାଇଁ ନୁହେଁ, ବୌଦ୍ଧମାନଙ୍କ ପାଇଁ ମଧ୍ୟ ଏକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ । ଏଠାରେ ବୁଦ୍ଧ ନିର୍ବାଣ ଲାଭ କରିଥିଲେ ବୋଲି ବୌଦ୍ଧମାନେ ବିଶ୍ୱାସ କରୁଥିବାରୁ ମନ୍ଦିରରେ ପୂଜିତ ହେଉଥିବା ବିଷ୍ଣୁଙ୍କ ଏହି ଅବତାରଙ୍କୁ ସେମାନେ ବୁଦ୍ଧ ଭାବେ ଉପାସନା କରିଥାନ୍ତି (୩୧)

୪) ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା କୌଣସି ପର୍ବପର୍ବାଣି କିମ୍ବା ଦୈନନ୍ଦିନ ନୀତି ଉପରେ ବୌଦ୍ଧଧର୍ମର ପ୍ରଭାବ ପରିଲକ୍ଷିତ ହେଉନାହିଁ । ପୁରୀର ରଥଯାତ୍ରା ବୌଦ୍ଧ ରଥଯାତ୍ରାର ଫଳ ଭାବିବା ଅମୂଳକ ବୋଲି ମଧ୍ୟ ଗବେଷକ ପ୍ରଭାତ ମୁଖାର୍ଜୀ ମତ ଦେଇଛନ୍ତି । ପ୍ରଫେସର ଏ.ଏଲ.ବାସାନ୍‍ଙ୍କ ଯୁକ୍ତି ଦର୍ଶାଇ ଡକ୍ଟର କାହ୍ନୁଚରଣ ମିଶ୍ର କହନ୍ତି ଯେ, ବୌଦ୍ଧଧର୍ମ ହେଉଛି ସନାତନ ଧର୍ମ ବା ହିନ୍ଦୁଧର୍ମର ବାଣୀ ମାତ୍ର । ଜଗନ୍ନାଥ ହେଉଛନ୍ତି ହିନ୍ଦୁଧର୍ମର ଏକ ମୁଖ୍ୟ ଦେବତା । ତାହାଙ୍କ ଉପରେ ବୌଦ୍ଧ ପ୍ରଭାବ ପ୍ରକୃତ ଭାବେ ପଡିଛି ବୋଲି କହିବାରେ କୌଣସି ଯଥାର୍ଥତା ନାହିଁ । ବୌଦ୍ଧଧର୍ମ ଓ ଜୈନଧର୍ମ ଉପରେ ହିନ୍ଦୁଧର୍ମର ଯଥେଷ୍ଟ ପ୍ରଭାବ ପଡ଼ିଛି (୩୨) । ଫାହିୟାନଙ୍କ ପାଟଳୀପୁତ୍ରରେ ହୋଇଥିବା ବୌଦ୍ଧ ରଥଯାତ୍ରାର ବିବରଣୀ ସହିତ ପୁରୀ ରଥଯାତ୍ରାର ମେଳ ହେଉନାହିଁ । ନେପାଳରେ ଅନୁଷ୍ଠିତ ବୌଦ୍ଧ ପର୍ବ ହିନ୍ଦୁପର୍ବରୁ ଗୃହୀତ ।

In sketches from Nepal by Old-fields, he observes that the Buddhist festival is evidently adopted from the Hindu festival of Jagannath. The Kumari represents their sister Subhadra. In the memories of Haaretta Caraeiolo, she wrote about the car festival at Sicily observing that the


୩୧. ସମ୍ବାଦ, ତା. ୨୨-୯-୨୦୧୦

୩୨. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା- ଡକ୍ଟର ବାସୁଦେବ ସାହୁ

ଶ୍ରୀଜଗନ୍ନାଥ ୩୭