ପୃଷ୍ଠା:ShreeJagannath.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆହୁରି ଅନେକ ମନ୍ଦିର ଥିଲା । ଖ୍ରୀ:ପୃ: ୩୫୦ରୁ ଖ୍ରୀ:ପୂ ୩୦୦୦ ମଧ୍ୟରେ ଉରୁକ୍‌ର ମନ୍ଦିର ଓ ମୂର୍ତ୍ତିସବୁ ଯେପରି ବିକଶିତ ହୋଇଥିଲେ ତାହା ବିସ୍ମୟଜନକ । ଖ୍ରୀ: ପୂ: ୩୦୦୦କୁ ଉରୁକ୍ ମନ୍ଦିର ନିର୍ମାଣର ଯୁଗ କୁହାଯାଏ । ଏ ସମୟରେ ଅନେକ ଚମତ୍କାର ମନ୍ଦିର ନିର୍ମିତ ହୋଇଥିଲା । ପଥରର ମୂଳଦୂଆ ଉପରେ ମନ୍ଦିର ସବୁ ଗଢ଼ି ଉଠିଥିଲା । ବିଭିନ୍ନ ରଙ୍ଗରେ ମନ୍ଦିରର ଗାତ୍ରକୁ ରଙ୍ଗିନ୍ କରାଯିବା ସହିତ ପଥରରେ ସୂକ୍ଷ୍ମ କଳା ଫୁଟି ଉଠିଥିଲା । ମିଳିଥିବା ଶହ ଶହ ଲିପିବଦ୍ଧ ମାଟି ଟାଇଲରୁ ଏ ସଂପର୍କରେ ଐତିହାସିକ ତଥ୍ୟ ମିଳେ । ଉରୁକ୍‌ରୁ ଆଦ୍ୟଲିପର ସନ୍ଧାନ ମିଳିଥିଲା । ଉରୁକ୍‌ର ପରାକ୍ରମୀ ରାଜା ଗିଲ୍‌ଗାମେଶଙ୍କୁ କେନ୍ଦ୍ରକରି ବିଶ୍ବର ପ୍ରଥମ ମହାକାବ୍ୟ ରଚିତ । ଆନୁ ମନ୍ଦିରର ଭିତର କାନ୍ଥ ଓ ସ୍ତମ୍ଭକୁ ରଙ୍ଗିନ ଇଟାରେ ଛାଉଣି କରାଯାଇଥିଲା । ଆନୁ ଗୋଟିଏ ମନ୍ଦିର ନୁହେଁ, ଗୋଟିଏ ମନ୍ଦିରମାଳା । ଇନାନଙ୍କ ମନ୍ଦିର ମାର୍ବଲରେ ନିର୍ମିତ ହୋଇଥିଲା ।

ଆଉ ଏକ ବିସ୍ମୟଜନକ ମନ୍ଦିର ଓ ତାର ପ୍ରତିମା ଥିଲା 'ଆଖି ମନ୍ଦିର' । ଗୋଟିଏ ଉଚ୍ଚା ବେଦୀ ଉପରେ ସ୍ଥାପିତ ଆଖି ପରି ପ୍ରତିମାଯୋଗୁଁ ଏହାର ନାମ ଆଖି ମନ୍ଦିର । ଏହାର ଉଚ୍ଚା ବେଦୀ କାନ୍ଥରେ ଧାଡ଼ିଏ ରଙ୍ଗିନ ପଥରକୁ ଲାଗି ଆଉ ଧଡ଼ିଏ ସୁନାପାତ ଖଞ୍ଜା ହୋଇଥିଲା । ସମୁଦାୟ କାଛି ଏହିପରି ସଜା ହୋଇ ସୁନ୍ଦର ଦିଶୁଥିଲା । ଆଖି ମନ୍ଦିର ଉରୁକ୍‌ରେ ଆରମ୍ଭ ହୋଇ ଉର, ଲାଗାସ୍ ପରି ସୁମେରୀୟ ନଗରରେ ବ୍ୟାପିବା ସହିତ ସୁଦୂର ଟେଲ୍‌ବାର୍କରେ ପହଞ୍ଚିଥିଲା । ଉରୁକ୍‌ଠାରୁ ଆଠଶହ ମାଇଲ ଦୂରରେ ଉତ୍ତର ସିରିୟାରେ ୟୁଫେଟିସ୍ ନଦୀ କୂଳରେ ଟେଲବାର୍କ ଅବସ୍ଥିତ । ଉରୁକ୍‌ର 'ଆଖି ମନ୍ଦିର'ର ଚିତ୍ର ନିମ୍ନରେ ପ୍ରଦତ୍ତ ହେଲା ।

୪୮ ଶ୍ରୀଜଗନ୍ନାଥ