ପୃଷ୍ଠା:ShreeJagannath.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୂପକ ମହାଦ୍ରୁମର ବିଭିନ୍ନ ଚେର ହେଉଛି- ଶାବର, ଜୈନ, ବୌଦ୍ଧ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ ଇତ୍ୟାଦି । କିନ୍ତୁ ଆଜି ବାହ୍ୟତଃ ଯେଉଁ ଶାଖା ପ୍ରଶାଖା ଫୁଲଫଳସମନ୍ୱିତ ମହାଦ୍ରୁମଟି ପରିଦୃଶ୍ୟମାନ ହେଉଅଛି, ତାହା ବୈଷ୍ଣବ ମହାଦ୍ରୁମ ଭାବରେ ପରିଚିତ । ଜଗନ୍ନାଥଙ୍କ ସମ୍ପର୍କରେ କୌଣସି ସିଦ୍ଧାନ୍ତ ସ୍ୱୟଂସମ୍ପୂର୍ଣ୍ଣ ବା ଅପରିବର୍ତ୍ତନୀୟ ନୁହେଁ । ପ୍ରକୃତରେ ଶ୍ରୀଜଗନ୍ନାଥ ଅତୀବ ରହସ୍ୟମୟ ଓ ଏହି ରହସ୍ୟମୟତାରେ ହିଁ ତାଙ୍କର ଅପରିମେୟ ମହତ୍ତ୍ୱ ନିହିତ ୬୦
ଜଗନ୍ନାଥ ମହାପ୍ରଭୁ ଯେ ବିଶ୍ବର ଏକ ପ୍ରାଚୀନ ଦେବତା, ଏହାର ପ୍ରମାଣ ମିଳେ । ପଣ୍ଡିତ ନୀଳକଣ୍ଠ ବେବିଲୋନ୍ ସଭ୍ୟତାର ପ୍ରାରମ୍ଭରେ ଜଗନ୍ନାଥଙ୍କ ଅସ୍ତିତ୍ବର ସଙ୍କେତ ସମ୍ପର୍କରେ ଯାହା ସୂଚନା ଦେଇଛନ୍ତି ତାହା ବିଶ୍ବାସଯୋଗ୍ୟ । ଜଗନ୍ନାଥଙ୍କ ଦାରୁବିଗ୍ରହରେ ଦୁଇଟି ଅତି ପୁରାତନ ପ୍ରତୀକ (symbol)ର ସଂଯୋଗ ଦେଖାଯାଏ । ପ୍ରତୀକ ଦ୍ବୟ ହେଲା ସ୍ୱସ୍ତିକ ଓ କ୍ରସ୍ ଚିହ୍ନ ।
"The symbols of Cross and Swastika are probably the most ancient symbols of god that the earliest men evolved to worship the creator" ୬୧ | ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ହଜାର ହଜାର ବର୍ଷ ପୂର୍ବରୁ କ୍ରସ୍ ଚିହ୍ନ ବିଦ୍ୟମାନ ଥିଲା "Historians tell us further that the cross is thousands of years older than Christ(99} || ।
ମିଶର, ଗ୍ରୀକ୍ ପ୍ରଭୃତି ପ୍ରାଚୀନ ସଭ୍ୟଦେଶର ଅବଲୁପ୍ତ ଧର୍ମପୀଠମାନଙ୍କର ଓ ଶ୍ରୀମନ୍ଦିରର ଉପାସନା ପଦ୍ଧତି ଓ ଧର୍ମାଚାରର ତୁଳନାତ୍ମକ ଅଧ୍ୟୟନ କଲେ ଅନେକ ଚିତ୍ତାକର୍ଷକ ସାଦୃଶ୍ୟ ପରିଲକ୍ଷିତ ହୁଏ । ଏଥିରୁ ପ୍ରମାଣ ମିଳେ ଯେ, ଶ୍ରୀକ୍ଷେତ୍ର ପୁରୀ ହେଉଛି ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ (୬୩) । ଖ୍ରୀଷ୍ଟ ଜନ୍ମ ଓ ବୃଦ୍ଧ ଜନ୍ମର ଅନେକ ଅନେକ ବର୍ଷ ପୂର୍ବେ ଏହି କ୍ଷେତ୍ର ଏକ ପ୍ରସିଦ୍ଧ ଧର୍ମପୀଠ ଥିଲା; ଏହା ନିଃସନ୍ଦେହରେ କୁହାଯାଇପାରେ (୬୪) । ।
ମହାବୀର ବଦ୍ଧମାନ କଳିଙ୍ଗକୁ ଧର୍ମପ୍ରଚାର ପାଇଁ ଆସିଥିଲେ ବୋଲି ଐତିହାସିକ ଯଜ୍ଞକୁମାର ସାହୁ ଲେଖିଛନ୍ତି (୬୫) । ଗୌତମବୁଦ୍ଧ ନିଜେ କଳିଙ୍ଗକୁ ଧର୍ମପ୍ରଚାର ପାଇଁ ଆସିଥିବାର କୌଣସି ସୂଚନା ମିଳେନାହିଁ ବୋଲି ଶ୍ରୀ ସାହୁ ଲେଖିଛନ୍ତି । କିନ୍ତୁ ସ୍ୱୟଂବୁଦ୍ଧଦେବ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିବେ ବୋଲି ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଅନୁମାନ କରିଛନ୍ତି । ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଜଗନ୍ନାଥ ଧାମକୁ ଆସି କିଛିଦିନ ରହିଥିଲେ ଓ ବାହଣମାନଙ୍କଠାରୁ ବେଦଶିକ୍ଷା କରିଥିଲେ ବୋଲି ଯାହା କିଛି



୬୦. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା- ଡକ୍ଟର ବାସୁଦେବ ସାହୁ
୬୧. TANTRA: The erotic cult-Capt. E.D. Colaabavala Orient paper backs, 1983,Delhi.
୬୨. Adventures in religious life - Swami Yatiswarananda.
୬୩. ଶ୍ରୀମନ୍ଦିରରେ ସୂର୍ଯ୍ୟପୂଜା - ମହୀମୋହନ ତ୍ରିପାଠୀ, “ଝଙ୍କାର', ଜୁନ-୨୦୦୯
୬୪. ଶ୍ରୀମନ୍ଦିର ଓ ପ୍ରାଚୀନ ମିଶରୀୟ ମନ୍ଦିରମାନଙ୍କର ନୀତି- ମହୀମୋହନ ତ୍ରିପାଠୀ, ଶ୍ରୀମନ୍ଦିର,ଜୁଲାଇ ୨୦୧୦

୬୫. ଓଡ଼ିଶାର ସାଂସ୍କୃତିକ ଇତିହାସ – ଡକ୍ଟର ଯଜ୍ଞକୁମାର ସାହୁ (୨ୟ ଖଣ୍ଡ, ଓ.ସା.ଏ, ୨୦୦୧)

ଶ୍ରୀଜଗନ୍ନାଥ*୫୩