ପୃଷ୍ଠା:ShreeJagannath.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାକଦେବା, ଯାତ୍ରାଗୀ, ଏକାଦଶୀ, ସର୍ବାଙ୍ଗରେ ମହାପ୍ରଭୁଙ୍କ ବାଡ଼ରେ ଚନ୍ଦନ ବଢାଇବା, ଯାନିଯାତ୍ରା ବେଶରେ ଭଣ୍ଡାର ମେକାପଠାରୁ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଓ ଫେରାଇ ନେବା ଏହାଙ୍କ କାର୍ଯ୍ୟ ଦଶହରା ସମୟରେ ଛଅ ଜଣ ମେକାପ ଆୟୁଧ ବେଢ଼ା କରିବା, ଘୋଡ଼ ଲାଗିଲେ ଘୋଡ଼, ଟୋପର, ଝଲକ ଆଣିଦେବା, ଦଣ୍ଡଛତ୍ର ଲାଗି ଓ ପୁଷ୍ୟାଭିଷେକରେ ହନୁମାନ ଭଳି ଦଣ୍ଡଛତ୍ର ଧରି ବସିବା, ବନକଲାଗିରେ ମଝିବାଡ଼ରେ ବଇଠା ଦେଖାଇବା, ବନକଲାଗି ଓ ମହାସ୍ନାନରେ ସିଂହାସନ ଧୋଇବା ଇତ୍ୟାଦି ଏହାର ସେବାକାର୍ଯ୍ୟ ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।
୧୬. ଅଖଣ୍ଡ ମେକାପ
ମୁଖ୍ୟ ମନ୍ଦିର ବା ବଡ଼ ଦେଉଳରେ, ଗୁଣ୍ଡିଚା ମନ୍ଦିରରେ ଦିଅଁମାନେ ଥିବାବେଳେ ଅଖଣ୍ଡ ବଇଠା ବା ଦୀପମାନ ଜାଳି ଆଲୋକିତ କରୁଥିବା ସେବକ । ଦଣ୍ଡଛତ୍ର ଓ ରାଜନୀତିରେ ବଇଠା ଧରି ମହାପ୍ରଭୁଙ୍କ ବାଡ଼ରେ ଠିଆ ହୁଅନ୍ତି । ରତ୍ନ ସିଂହାସନ ତଳୁ ତେଲ ପୋଛନ୍ତି ।
ବଂଶାନୁକ୍ରମିକ, ଶାଢ଼ିବନ୍ଧା ବ୍ରାହ୍ମଣ ସେବକ ।
୧୭. ଚାଙ୍ଗଡ଼ା ମେକାପ । । ଦିଅଁମାନଙ୍କର ବସ୍ତ୍ର ଦାୟିତ୍ବରେ ରହନ୍ତି । ଦିନ ତମାମ ଦିଅଁଙ୍କର ବେଶପାଇଁ ଆବଶ୍ୟକ ବସ୍ତ୍ର ପୃଷ୍ଠାଳକଙ୍କୁ ଦିଅନ୍ତି । ଉଲାଗି ବ ଲୁଗାଧୁଆ ସେବକଙ୍କୁ ଓ ପାଟପତନି ମହାସେଠୀଙ୍କୁ ଦିଅନ୍ତି । ପ୍ରତି ଧୂପରେ ଆସନପଡ଼ା ଉପଚାର ବସ୍ତ୍ର ଦିଅନ୍ତି । ରାଜାଙ୍କୁ ଗଦିପ୍ରସାଦ ତାଟ ଦିଅନ୍ତି । ଶାଢ଼ି ବନ୍ଧାରେ ସୂତା, ପାଟଶାଢ଼ି ଦିଅନ୍ତି । ରାଜନୀତିପାଇଁ ହାତପୋଛା ଖଦି ଦିଅନ୍ତି । ଏ ମଧ୍ୟ ସୁଆରବଡ଼ ହିସାବରେ ଚକା ଅପସର ସେବା କରନ୍ତି । । ଶାଢ଼ିବନ୍ଧା ବାହୁଣ ସେବକ । ସେବା ବଂଶାନୁକ୍ରମିକ । ୧୮. ଖଟଶେଯ ମେକାପ । ଦିଅଁମାନଙ୍କ ରତୃପଲଙ୍କ ଦାୟିତ୍ବରେ ରହନ୍ତି । ଦ୍ୱାର ଫିଟା ପରେ ରତ୍ନ ପଲଙ୍କ, ଘଷା ବିଡ଼ିଆ ଆଦି ଖଟଶେଯ ଘରକୁ ନେବା, ଦିବା ପହୁଡ଼ ଓ ରାତ୍ର ପହୁଡ଼ରେ ପଲଙ୍କ ପକାଇବା, ଖଟଶେଯ ଘରେ ଥିବା ଦିଅଁଙ୍କୁ ପାଣି ଦେବା, ବାହାର ବିଜେରେ ବିଜେ ପ୍ରତିମାଙ୍କ ଶେଯ ଯଥା ସ୍ଥାନରେ ପକାଇବା ଇତ୍ୟାଦି ଏହାଙ୍କ କାର୍ଯ୍ୟ । ପୁଷ୍ପାଞ୍ଜଳି ନୀତିରେ ଜୟ ବିଜୟ ଦ୍ବାରରେ ଓ କେତେକ ନୀତିରେ ଡମ୍ବରୁ ରଖିବା, ଶୀତ ଦିନରେ ଦଣ୍ଡାପାହାଡ଼ା ଓ କୋଡ଼ପାହାଡ଼ା ପାରିବା କାମ କରନ୍ତି । । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ । ୧୯. ପ୍ରତିହାରୀ | ‘ପ୍ରତିହାରୀ ଶବ୍ଦର ଅର୍ଥ ଦ୍ୱାରପାଳ । ସ୍ୱତ୍ତ୍ୱଲିପି ମୁତାବକ ବିଭିନ୍ନ ଦ୍ୱାରପାଇଁ ପ୍ରତିହାରୀ ସେବା ରହିଛି । ଯଥା- (କ) ବଡ଼ଦ୍ୱାର ପ୍ରତିହାରୀ: ମଙ୍ଗଳଆଳତି ବେଳେ ଦ୍ୱାରଫିଟା ନୀତିରେ ଶ୍ରୀଜଗନ୍ନାଥ । ୬୭