ପୃଷ୍ଠା:ShreeJagannath.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁଳସୀ ସହ ପୂଜାରେ ଯୋଗାଇବା; ତିନି ଧୂପରେ ଦର୍ପଣ ଯୋଗାଇବା ଓ ଦର୍ପଣ ଫେରାଇ ଆଣିବା; ମଧୁପର୍କ ସାମଗ୍ରୀ ରାଶି, ଯବଧାନ, ପଇତା, ବେଣାଚେର, ଅଳେଇଚ, ଲବଙ୍ଗ, ଗୁଗୁଳ, ଚନ୍ଦନ, ଦହି ଇତ୍ୟାଦି ପୂଜା ଉପଚାର ଯୋଗଇବା; ଦୀପ ଯୋଗାଇବା; ଟେରା ଫିଟିବା ପୂର୍ବରୁ ପ୍ରତିହାରୀଙ୍କୁ ଡାକିବା; ଏକୋଇଶି ବତି ଆଳତି ଯେଗାଡ଼ି ପୂଜାପଣ୍ଡାଙ୍କୁ ଦେବା; ରଥରେ, ଗୁଣ୍ଡିଚା ଘରେ, ସ୍ନାନବେଦୀରେ ଓ ଭୋଗମଣ୍ଡପରେ ଅନୁରୂପ ସେବା କରିବା; ଠାକୁରଙ୍କୁ ଅନ୍ୟତ୍ର ବିଜେ ବା ପନ୍ତିରେ ତୁଳସୀ ଆଦି ଯୋଗାଇବା ଏହାର କାର୍ଯ୍ୟ । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୨୩. ଗରାବଡ଼ୁ

ମଙ୍ଗଳଆଳତି ଓ ମଇଲମରେ ପୁଷ୍ପାଳକଙ୍କୁ ହାତୁଆଣି (ହାତ ଧୋଇବାପାଇଁ ପାଣି), ଅବକାଶ ପୂଜା ଠା’ରେ ଝରି, ପାଣିଗରା, ଦହିଲାଗି, ଅଁଳା ଲାଗି ସମୟରେ ଜଳ, ପୂଜା ଓ ମଇଲମ ପରେ ହାତୁଆଣି, ସୂର୍ଯ୍ୟ, ଦ୍ବାରପାଳ ପୂଜା, ବଲ୍ଲଭ, ସବୁଧୂପ ପରେ ଝରି ଲଗାଇବା, ଘଷା ଜଳ ରଖିବା, ଭୋଗମଣ୍ଡପରେ ଝରି ଲଗାଇବା ଏହାର କାର୍ଯ୍ୟ । ପ୍ରତ୍ୟେକ ମଇଲମରେ ପୁଷ୍ପାଳକଙ୍କୁ ହାତୁଆଣି, ଦିନ ପହୁଡ଼ରେ ପଲଙ୍କ ତଳେ ଘଷା ଜଳ, ଆଳତି ବେଳେ, ସର୍ବାଙ୍ଗ, ରାତ୍ର ପହୁଡ଼, ଶୀତଳ ମଣୋହିରେ ହାତୁଆଣି, ପୃଷ୍ପାଞ୍ଜଳି ଠାକୁରଙ୍କୁ ବିଜେ ଓ ଭିତରେ ଶୟନଠାକୁର, ବିମଳା ସେବକଙ୍କୁ ଚନ୍ଦନ ପଇଡ଼ ଦେବା, ନକ୍ଷତ୍ର ବନ୍ଦାପନା, ମଙ୍ଗଳାରୋପଣ, ଦ୍ବାଦଶଯାତ୍ରା ବନ୍ଦାପନାରେ ହାତୁଆଣି ଦେବା, ସାଗର ବିଜେରେ ସମୁଦ୍ରରୁ ଜଳ ଆଣିବା, ପାଦୁକ ଓ ପ୍ରସାଦ ସମୁଦ୍ରରେ ଦେବା, ଯମେଶ୍ବର ମନ୍ଦିରରେ ମାଜଣା ବେଳେ ଜଳଲାଗି, ପୂଜାବେଳେ ଝରି ଘଷା ଲଗାଇବା, ପନ୍ତି ସ୍ଥାନରେ ଝରି, ଗୁରୁବାର ମାଜଣାରେ ଝରି ଓ ହାତୁଆଣି, ଚନ୍ଦନ ଚକଡ଼ାରେ ସୁବାସିତ ଜଳ, ତା’ପରେ ବିଡ଼ିଆ ମଣୋହିରେ ଝରି ଲଗାନ୍ତି ଓ ଜଳ ଦିଅନ୍ତି । ସ୍ନାନ ପୂର୍ଣ୍ଣିମା, ନୀଳାଦ୍ରି ମହୋଦୟ, ପୁଷ୍ୟାଭିଷେକ ଦିନ ଜଳ ବିଜେ, ସଂସ୍କାର ପରେ ଜଳ ଲାଗି, ଛେରାପହଁରାରେ ରାଜାଙ୍କୁ ହାତୁଆଣି, ଜନ୍ମ ନୀତି, ମହାସ୍ନାନ, ଯାତ୍ରାଙ୍ଗା ମହାସ୍ନାନ ଇତ୍ୟାଦିରେ ହାତୁଆଣି ଦିଅନ୍ତି । ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୨୪. ସୁଆର ବଡୁ

ଏ ସେବା ତିନି ଶ୍ରେଣୀର । ୧. ସୁଆର ବଡୁ ୨. ଭୋଗ ସାଇତା ସୁଆର ବଡୁ ୩. ବେହେରା ସୁଆରବଡ଼ୁ ।

ଦୈନିକ ପର୍ବପର୍ବାଣି ଓ ଗୁଣ୍ଡିଚା ଘର ନୀତି ଅନୁଯାୟୀ ଯେତେ ଥର ଭିତରେ ଓ ଭୋଗମଣ୍ଡପରେ ଧୋପଖାଳ ହେବ ବା ଅମୁଣିଆ ପାଣି ପଡ଼ିବ, ଆପଟଠାରୁ ଏ ପାଣି ଆଣି ଭିତର ପୋଖରିଆଠାରୁ ଭିତର ଅର୍ଗଳି ଯାଏଁ ପାଣି ପକାଇ ଝାଡ଼ୁମାରି ସଫା କରନ୍ତି । ଓଳିରେ ଚୁନାମଣ୍ଡିରୁ ମୂରୁଜ ଆଣି ରଖିଥାନ୍ତି । ପରିମାଣିକ ଦର୍ଶନ ଯୋଗୁଁ ଦରକାର ହେଲେ ପାଣି ପକାନ୍ତି । ବେଶ ସମୟରେ ଓ ମଇଲମ ପରେ କାଠଘୋଡ଼ା (ଉଚ୍ଚରେ କାମ କରିବାକୁ କାଠର ଏକ ପ୍ରକାର ଟେବୁଲ) ସିଂହାସନରେ ସିଂହାରି ବା ପୁଷ୍ପାଳକଙ୍କୁ ଦିଅନ୍ତି । ପ୍ରତ୍ୟେକ ଧୂପ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜାରେ ରୋଷଘରୁ ବୈଷ୍ଣବାଗ୍ନି ଯୋଗାନ୍ତି । ଭୋଗ ଡାକିଯିବା ପୂର୍ବରୁ ଥାଳି, ପରଖ, ପାହାଡ଼ା

୭୦ ଶ୍ରୀଜଗନ୍ନାଥ