ପୃଷ୍ଠା:ShreeJagannath.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପକାଇବା, ବନ୍ଦାପନାରେ ଓ ପୂଜା ବସିବାକୁ ପୀଢ଼ା ବା ଆସନ ଦେବା, ମଠମାନଙ୍କରୁ ଆସିଥିବା ବଲ୍ଲଭ ସାମଗ୍ରୀ ପନ୍ତିରେ ଲଗାଇବାପାଇଁ ମହାସୁଆରଙ୍କୁ ଦେବା, ଏକୋଇଶି ବତି ଓ ପିଠଉ ଆଳତି ଲଗାଇବା ଏହାଙ୍କ କାର୍ଯ୍ୟ ।

ବେହେରା ସୁଆରବଡୁ ରାଜନୀତିରେ ଦହି ପଟୋଇ ଲଗାନ୍ତି । ଭୋଗ ସାଇତା ସୁଆରବଡ଼ କୋଠଭୋଗ ମାଲ ସାଇତି ରଖନ୍ତି । ସେବକଙ୍କ ଖେଇ ଓ ପସରା ମାଲ ବାଣ୍ଟି ତାଙ୍କର ଭାଗ ନିଅନ୍ତି । ସୁଆରବଡ଼ୁ ଶାଢ଼ିବନ୍ଧା ଓ ବଂଶାନୁକ୍ରମିକ ସେବକ ।

୨୫. ଜ୍ୟୋତିଷ ଖୁରି ନାହାକ

ପ୍ରତ୍ୟେକ ଦିନ ଅବକାଶ ପୂଜା ସମୟରେ ପାଞ୍ଜି ନେଇ ପୁଣ୍ୟ ପର୍ବ, ଯାନି ଯାତ୍ରା, ନକ୍ଷତ୍ର ଇତ୍ୟାଦି ତଡ଼ାଉକରଣଙ୍କୁ ଜଣାଇ ଦିଅନ୍ତି । ପ୍ରତିଦିନ ରାଶି ନକ୍ଷତ୍ରମାନ ଦିଅଁଙ୍କ ଛାମୁରେ ଜଣାନ୍ତି । ଦୋଳ ପୂର୍ଣ୍ଣିମା ଦିନ ଅବକାଶ ପରେ ଦିଅଁଙ୍କ ପାଶେ ନୂତନ ବର୍ଷର ପଞ୍ଜିକା ପାଠ କରି ଶୁଣାନ୍ତି । ଶଢ଼ିବନ୍ଧା ଜ୍ୟୋତିଷ (ଗ୍ରହ ବିପ୍ର) ସେବକ । ସେବା ବଂଶାନୁକ୍ରମିକ ।

୨୬. ମୁଖ ପଖାଳ ସେବା

ଦୈନିକ ଅବକାଶ ସମୟରେ ଦାନ୍ତକାଠି ଓ ସୁନା ଜିଭଛେଲା ନେଇ ପୁଷ୍ପାଳକଙ୍କୁ ଦିଅନ୍ତି । ଫୁଲ, ତୁଳସୀ, ଚନ୍ଦନ, ଦହି ପୂଜାକୁ ବଢ଼ାନ୍ତି । ପିଙ୍ଗଣମାନଙ୍କରେ କର୍ପୂର ଜଳ ତୟାର କରି ଯୋଗାନ୍ତି । ଖଟୁଳି ଉପରେ ପାହାଡ଼ା ପକାନ୍ତି । ଦର୍ପଣିଆ ଦେଇଥିବା ଦର୍ପଣମାନ, ଝରି ପିଙ୍ଗଣ ପୂଜାକୁ ଯୋଗାନ୍ତି । ପାଣିଆପଟ ଆଣିଥିବା ପାଣି ନେଇ ଯୋଗାନ୍ତି । ପୂଜା ଠା’କରି ପୁଷ୍ପାଳକଙ୍କୁ ପୂଜା ବସିବାକୁ ଡାକନ୍ତି । ରଥ ଉପରେ ମଧ୍ୟ ଏପରି ପୂଜା ଠା' କରନ୍ତି ।

ଶାଢିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।

୨୭. ଘଟୁଆରି

ଚନ୍ଦନ, ଅଁଳା ଆଦି ଘୋରି ଯୋଗାଇବା ଶାଢ଼ିବନ୍ଧା ବୈଶ୍ୟ ସେବକ । ଅଁଳା ଖଟୁଆରିପ୍ରତ୍ୟେକ ଅବକାଶରେ ଅଁଳା, କର୍ପୂର, ଗୁଆଗୁଣ୍ଡି ଆଦି ଯୋଗାନ୍ତି । ପ୍ରତ୍ୟେକ ଧୂପକୁ ଦଶାଙ୍ଗ ଧୂପ ଯୋଗାନ୍ତି ।

ଚନ୍ଦନ ଘଟୁଆରି- ପ୍ରତ୍ୟେକ ନୀତି ଯଥା; ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ତିନିଧୂପ, ଚନ୍ଦନଲାଗି ବଡ଼ସିଂହାର ଓ ପୁଷ୍ପାଞ୍ଜଳି, ପର୍ବଯାତ୍ରାରେ ମଙ୍ଗଳାର୍ପଣ, ସର୍ବାଙ୍ଗବନ୍ଦାପନା ଇତ୍ୟାଦିରେ ଦରକାରମତେ ଚନ୍ଦନ ଘୋରି ଯୋଗାନ୍ତି ।

୨୮. ଗୋଛିକାର

ଏମାନେ ଗୌରୀବେତ ଧରି ଜୟ ବିଜୟ ଦ୍ୱାର ଜଗନ୍ତି । ନିଷେଧ ସମୟରେ ଦ୍ୱାରଠାରେ ଭିତରକୁ ଯାତ୍ରୀ ପ୍ରବେଶ ରୋକନ୍ତି । ଏମାନେ ପ୍ରତିହାରୀ ଗୋଷ୍ଠୀର ଅନ୍ତର୍ଭୁକ୍ତ ।

ଶ୍ରୀଜଗନ୍ନାଥ ୭୧