ପୃଷ୍ଠା:ShreeJagannath.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରନ୍ତି । ପଣାଛକ ଆସିଲେ ପୂଜା ବସିବାକୁ ପତି ମହାପାତ୍ରଙ୍କୁ ଡାକନ୍ତି । ଷଷ୍ଠି ଓ ସପ୍ତମୀରେ ଓଷ ଘରେ ଓଷବାଟି ଯୋଗାନ୍ତି । ଏକାଦଶୀ ଦିନ ଏକ ହାଣ୍ଡି ପାଣି ଓଷ ଯୋଗାନ୍ତି । ଦଶମୀ ଦିନ ଖଳି ଚୁଆ ଚନ୍ଦନ ବାଟି ଯୋଗାନ୍ତି । ଏକାଦଶୀ ରାତ୍ର ଖଳି ଯୋଗାନ୍ତି । ତ୍ରୟୋଦଶୀ ଦିନ ଏହାଙ୍କ ଘରୁ ଖଳି ବିଜେ ହୋଇ ଆସେ । ଉକ୍ତ ଦିନ ରାତ୍ର ଚକଟା ଭୋଗ ପରେ ଭିତର ଧୋପଖାଳ କରନ୍ତି । ଅମୋଣିଆ ପାଣି, ଖଳି ଲାଗିଲେ ହାତୁଆଣି ଦିଅନ୍ତି । ଚିତାଲାଗି ଓ ରାହୁ ରେଖା ଲାଗି ବେଳେ ସିଂହାସନ ତଳେ ଓଷୁଅ (ଔଷଧ ପ୍ରସ୍ତୁତ କରି ତିନିବାଡ଼ରେ ଯୋଗାନ୍ତି । ଖସାପଡ଼ା ଲାଗିଲେ ଖଳି ପ୍ରସ୍ତୁତ କରନ୍ତି । ରେଖା ବିଜେରେ ପାହାଡ଼ା ଓ ବୋଇରାଣୀ ଲୁଗା ପକାନ୍ତି ଓ ପରେ ତାହା ପାଆନ୍ତି ।

ଏମାନେ ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ ।

(ଖ) ସୁଧ ସୁଆର : ଏମାନେ ବର୍ଷ ସାରା ସେବା କରନ୍ତି । ବଲ୍ଲଭ ଯୋଗାଣିଆ ବଲ୍ଲଭ ଆଣିବା ପୂର୍ବରୁ ଏମାନେ କଳାହାଟ ଦ୍ବାରରୁ ଜୟ ବିଜୟ ଦ୍ୱାର ଯାଏ ଝାଡୁ କରି, ଅଣସର ପିଣ୍ଡି ଧେ ପଖାଳ କରି ଥାଳି, ପରଖ ପକାନ୍ତି । ବଲ୍ଲଭ ବାଢ଼ନ୍ତି, ଫଳ କାଟନ୍ତି । ବଲ୍ଲଭ ପରେ ଖେଇକାରଙ୍କ ବଲ୍ଲଭ ସାଇତି, ବିମଳାଙ୍କ ପାଖକୁ ସମର୍ପଣ ପାଇଁ ନିଅନ୍ତି । ସମର୍ପଣ ପରେ ଖେଇକାରଙ୍କୁ ବଣ୍ଟନ କରି, କୋଠ ଜିନିଷ ପସରାରେ ଦିଅନ୍ତି । ଭୋଗବେଳେ ଅଣସର ପିଣ୍ଡିରୁ ଜୟ ବିଜୟ ଦ୍ୱାର ମଧ୍ୟରେ ସମ୍ପୁଡ଼ି ପଡ଼ିଲେ ବାହାର କରନ୍ତି । ଭୋଗ ମାରା ହେଲେ ବାହାର କରନ୍ତି । ମହାସ୍ନାନରେ ପୂଜା ଠା' କରନ୍ତି । ପୂଜା ପରେ ଭିତର ଧୋ ପଖାଳ କରନ୍ତି । ଯାନିଯାତ୍ରା, ପର୍ବପର୍ବାଣି, ବନ୍ଦାପନା ଓ ବାହାର ବିଜେରେ ଚାଉଳ, ଘିଅ, ବଳିତା ଯୋଗାନ୍ତି । ମଙ୍ଗଳାରୋପଣ ସାମଗ୍ରୀ ଯୋଗାନ୍ତି । ମକରସଂକ୍ରାନ୍ତି ଦିନ ଅଧିବାସ ହୋଇଥିବା ଚାଉଳ ଧୋଇ ତିନୋଟି ରୁପା ଥାଳିରେ ମକର ଚାଉଳ ପ୍ରସ୍ତୁତ କରନ୍ତି । ଚନ୍ଦନ ଯାତ୍ରାରେ ଭିତରେ ପୂଜା ଠା' କରନ୍ତି । ଦୋଳରେ ମୁଦିରଥଙ୍କୁ ଫଗୁ ବଢ଼ାନ୍ତି । ଲକ୍ଷ୍ମୀ ନାରାୟଣ ଭେଟରେ ଦହିପଟୋଳ ବଢାନ୍ତି । ଦୈନିକ କୋଠଭୋଗକୁ ମୃଗ ଭାଜି ଡାଲି ଯୋଗାଛି ।

ଏମାନେ ଦଇତା ଗୋଷ୍ଠୀର ସେବକ । ସେବା ବଂଶାନୁକ୍ରମିକ ।

୩୮. ହଡ଼ପ ନାଏକ

ଏ ସେବକ ଠାକୁରମାନଙ୍କ ବିଡ଼ିଆ ମଣୋହିପାଇଁ ବିଡ଼ିଆ ଯୋଗାନ୍ତି । ଶାଢ଼ିବନ୍ଧା ବାହୁଣ ସେବକ, ସେବା ବଂଶାନୁକ୍ରମିକ ।

୩୯. ବିଡ଼ିଆ ଯୋଗାଣିଆ

ଏ ସେବକ ଦୈନିକ ଓ ପର୍ବପର୍ବାଣିରେ ଯେତେ ପ୍ରକାର ବିଡ଼ିଆ ଯେଉଁ ଯେଉଁ ସମୟରେ ଦରକାର, ତାହା ହଡ଼ପ ଘରେ ତିଆରି କରି ହଡ଼ପ ନାଏକଙ୍କ ଜିମା ଦିଅନ୍ତି । ମକରସଂକ୍ରାନ୍ତିରେ ୬ଟି ପାନ ଚୂଳ ତିଆରି କରି ଯୋଗାନ୍ତି ।

ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ି ବନ୍ଧା ସେବକ ନୃହନ୍ତି ।

୨୪ ଶ୍ରୀଜଗନ୍ନାଥ