ପୃଷ୍ଠା:ShreeJagannath.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



୪୦. ଖଟୁଳି ସେବକ
ବିଭିନ୍ନ ନୀତିରେ ଖଟୁଳି ପକାଉ ଥିବା ସେବକ । ଶାଢ଼ି ବନ୍ଧା ବ୍ରାହ୍ମଣ ସେବକ; ସେବା ବଂଶାନୁକ୍ରମିକ ।

୪୧. ଆସ୍ତାନ ପ୍ରତିହାରୀ (ପଢ଼ିଆରୀ)
ମଧ୍ୟାହ୍ନ ଧୂପ ପରେ ଦକ୍ଷିଣୀ ଘରେ ପାଣି ପକାଇ ପୂଜା ଠା' କରି ବାହାର ଦେଉଳି ରୋଷ ଘରକୁ ଭୋଗ ଡାକିବାକୁ ଯାଆନ୍ତି । ପୂଜା ସରିଲେ ଦ୍ୱାର ମୁହଁରେ ଟେରା ପକାନ୍ତି । ଗୁରୁବାର ମାଜଣା ନୀତିରେ ଟେରା ଧରି ଠିଆ ହୁଅନ୍ତି । ଦୀପାବଳୀରେ ଜୟବିଜୟ ଦ୍ୱାରରେ ଚାଉଳରେ ଗଛ କରି ଦୀପ ବସାନ୍ତି । ଫଗୁ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଘଟୁଆରିଠାରୁ ଫଗୁ ନେଇ ନୀତିରେ ଲଗାନ୍ତି । ଦୋଳ ବେଦୀରେ ବନ୍ଦାପନା ପାଇଁ ସାମଗ୍ରୀ ଯୋଗାନ୍ତି । ପୂର୍ଣ୍ଣିମା ଦିନ ନାଭିକଟା ମଣ୍ଡପରେ ଭୋଗ ଡାକନ୍ତି । ଚନ୍ଦନ (୨୧ ଦିନ) ଯାତ୍ରାରେ ମଦନ ମୋହନଙ୍କ ଚାପରେ ମଣିମା ଡାକ ଦିଅନ୍ତି; ମାଣ୍ଡୁଅ ଭୋଗ ଡାକି ଯାଆନ୍ତି ଓ ଟେରା ପକାନ୍ତି । ପ୍ରତ୍ୟେକ ବାହାର ବିଜେରେ ଭୋଗ ଡାକିଯିବା ଓ ଟେରା ପକାଇବା ଏହାଙ୍କର କାର୍ଯ୍ୟ ।

ଶାଢ଼ିବନ୍ଧା, ବଂଶାନୁକ୍ରମିକ ସେବକ ।
୪୨. କୋଠଭୋଗ ଯୋଗାଣିଆ

ଏମାନେ ପ୍ରତ୍ୟେକ ଦିନ କୋଠ ଗୋଦାମରୁ ଗୁଡ଼, ଘିଅ, ଭୋଗ ଜିନିଷ, କାଠ ରୋଷଘରକୁ ନେଇ ରୋଷ ପାଇକ ଜିମାରେ ଦେବେ । ଗୋଦାମରୁ ଚାଉଳ ନେଇ ଚାଉଳ ବଛା କରଣକୁ ଦେବେ । ରଥଯାତ୍ରାରେ ସବୁ କୋଠଭୋଗ ଦ୍ରବ୍ୟ ଶ୍ରୀମନ୍ଦିର ଗୋଦାମରୁ ଗୁଣ୍ଡିଚା ଘର ରୋଷଘରେ ଦେବେ । ଚନ୍ଦନ ଯାତ୍ରାରେ କୋଠଭୋଗ ଜିନିଷ ଗୋଦାମରୁ ନେଇ ଯୋଗାନ୍ତି । ନବାଙ୍କ ଦିନ ଚାଉଳ ମେଲାଣ କରନ୍ତି ।
ଶାଢ଼ିବନ୍ଧା ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ ।
୪୩. ପ୍ରଧାନି
ଅବକାଶ ଶେଷ ପରେ ରୋଷଆଡ଼ ସଫା ହୋଇଛି କି ନାହିଁ ଦେଖିବେ, ରୋଷ ପାଇକ ହୋମକାଠ ଲଗାଇବା ପରେ ପୂଜାପଣ୍ଡାଙ୍କୁ ହୋମ କରିବାକୁ ଡାକି ନେବେ । ବଲ୍ଲଭ ପୂଜା ? ହେଲେ ପୂଜାପଣ୍ଡାଙ୍କୁ ଡାକିବେ, ସକାଳ ଧୂପରେ ପ୍ରତିହାରୀ ଟେରା ବାନ୍ଧିବା ପରେ ମୁରୁଜ ପକାଇବାକୁ ପୂଜାପଣ୍ଡାଙ୍କୁ ଡାକିବେ । ମୁରୁଜ ପଡ଼ି ସାରିଲେ ପ୍ରତିହାରୀ ସାଙ୍ଗରେ ଭୋଗ ଡାକିବାକୁ ରୋଷକୁ ଯିବେ । ଭୋଗ ଆସିଲାବେଳେ ଆଗରେ ରହି ଲୋକ ଆଡ଼େଇବେ । ମହାପ୍ରଭୁଙ୍କ ଆଡ଼ ଥାଳି ବେହେରା ପନ୍ତିବଡ଼ୁ ସଙ୍ଗନେଇ ବିମଳା ମନ୍ଦିରକୁ ଯିବେ, ଖେଇ ଦେଇ ମୁକ୍ତିମଣ୍ଡପକୁ ନେଇ ରାଜାଙ୍କୁ ଆଶୀର୍ବାଦ କରାଇବେ । ଏ ସେବକ ସମୟ ଧୂପ ପୂଜାରେ ପୂଜାପଣ୍ଡାଙ୍କୁ ଭୋଗ ଲଗାଇବାକୁ ଡାକିବେ । ବାହାର ଦେଉଳି ଭୋଗପାଇଁ ମଧ୍ୟ ପୂଜାପଣ୍ଡାଙ୍କୁ ଡାକିବେ । ‘ଘଣ୍ଟ,

ଶ୍ରୀଜଗନ୍ନାଥ ୭୫