ପୃଷ୍ଠା:ShreeJagannath.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛତା, ଭୋଗ ମାନଙ୍କରେ ତଳିଚ୍ଛ ସହ ହାତ ପଇଠ ହୋଇ ଆଗରେ ଆସିବେ । ବଳି ସମୟରେ ସିନ୍ଦୁର, ମନ୍ଦାରମାଳ ନେଇ କଟାଏତ ଗଳାରେ ଦେବେ ଓ ପୂଜା କରିଥିବା ଖଡ଼ଗ ଆଣି କଟାଏତ ହାତରେ ଦେବେ । ମହାସ୍ନାନରେ ଗନ୍ଧଣ ମେକାପଠାରୁ ଜିନିଷ ଆଣି ସୁଧସୁଆରଙ୍କୁ ଦେବେ ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ ।
୪୪, ପାଇକ
ଡକାହକା କରୁଥିବା ଚର୍ଚ୍ଚା ସେବକ । ଦଳେଇ ଦଳବେହେରାଙ୍କ ନିର୍ଦ୍ଦେଶରେ କାମ କରିବେ । ଯେତେବେଳେ ଯେଉଁ ସେବାପାଇଁ ସେବକ ଆବଶ୍ୟକ ତାଙ୍କୁ (ପୂଜାପଣ୍ଡାଙ୍କ ଛଡ଼ା) ସାହିକୁ ଯାଇ ଡାକିଆଣି ସେବାରେ ହାଜର କରାଇବେ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣୀ ଘର ନୃସିଂହ ଓ ଲକ୍ଷ୍ମୀଙ୍କ ଦେଉଳରେ ବାହାର ଦେଉଳି ଭୋଗ ଉଠାଇ ପୂଜାପଣ୍ଡାଙ୍କୁ ଡାକି ପୂଜା କରାଇବେ । ଚନ୍ଦନ ମଣ୍ଡପ ଓ ଗୁଣ୍ଡିଚା ଘରେ ଅନୁରୂପ କାର୍ଯ୍ୟ କରିବେ । ଭୋଗମଣ୍ଡ ପରେ ଯେତେ ଅଧିବାସ ହେବ ତାକୁ ଜଗି ରଖିବେ । ବିମଳାଙ୍କ ଷୋଳପୂଜା ସଡ଼ି ଭୋଗ ପଶ୍ଚି ମଦ୍ୱାର ବାଟେ ବାହାର କରିବେ ।
ଶାଢ଼ିବନ୍ଧା ସେବା ନୁହେଁ । ସେବା ବଂଶାନୁକ୍ରମିକ ।
୪୫. ଲେଙ୍କା
ପ୍ରତିଦିନ ଭୋର ସମୟରେ ପାଳିଆ ପତ୍ରି, ଗରାବଡ଼ୁଙ୍କୁ ଡାକିଆଣନ୍ତି । ବେହରଣ ସ୍ଥାନରେ ଲାଗିହେବା ଜିନିଷ ଆସିଲେ ଦେଉଳକରଣଙ୍କୁ କହି ମନ୍ଦିର ଅଫିସରେ ଦାଖଲ କରାନ୍ତି । ସ୍ନାନପୂର୍ଣ୍ଣିମାରେ ହାତୀ ବେଶ ସାମଗ୍ରୀ ଆଣିବାକୁ ରାଘବ ଦାସ ଓ ଗୋପାଳତୀର୍ଥ ମଠକୁ ଯାଆନ୍ତି । ସେହି ରାତିରେ ଚିତ୍ରକାର ଘରୁ ଘଣ୍ଟ ଛତା ସହ ଚିତ୍ର ପଟି ବିଜେ କରି ଆଣନ୍ତି । ଅଣସରରେ ଦଇତାମାନଙ୍କୁ ଡାକନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଦିନରେ ଦିଅଁଙ୍କ ସହିତ ଯାଆନ୍ତି । ଭଣ୍ଡାର ଘରୁ ଚକ ନେଇ ମଦନମୋହନଙ୍କ ଚାପରେ ଠିଆ ହୁଅନ୍ତି । ନବକଳେବରରେ ଦାରୁ ଅନ୍ବେଷଣରେ ଚକ୍ର ଧରି ଯାଆନ୍ତି । ଜାବନ୍ଧାରେ ଉପସ୍ଥିତ ରହନ୍ତି ଇତ୍ୟାଦି ।
ଲେଙ୍କ ସେବା ୪ ପ୍ରକାର- ବରଗଣିଆ ଲେଙ୍କ, ତାଟ ଲେଙ୍କ, ଛାମୁଲେ ଓ ପାଳିଆ ଲେଖେ । ଶାଢ଼ିବନ୍ଧା ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ
୪୬. ସୁଆର ମହାସୁଆର ନିଯୋଗ
ସୁଆର-ମହାସୁଆର ସମୟ ସେବକ; ଯଥା- ବତୁ ସୁଆର, ମହାସୁଆର, ପନ୍ତିବଡ଼ୁ, ତୋଳା ବଡୁ ଇତ୍ୟାଦି ସୂପକାର ଶ୍ରେଣୀର ସେବକମାନେ ଏହି ନିଯୋଗର ଅନ୍ତର୍ଭୁକ୍ତ । କୋଇଲି ବୈକୁଣ୍ଠ ନିଯୋଗ ଗୃହରେ ଆଟିକା ଆମଦାନୀ କରି ପାଉଣା ପାଆନ୍ତି । ଜଳ ତୁଳସୀ ଯୋଗାଇ ଓ ସଂକଳ୍ପରେ ପାଉଣା ପାଆନ୍ତି । ମନ୍ଦିରରୁ ଯେ ତୁଣିଆ ମାହାଲ ନିଲାମ କିଏ ସେ ନିଯୋଗକୁ ପାଉଣା ଦିଏ । ମଠବାଡ଼ିରୁ ଓ ଯଜମାନି ବେଶରୁ ପାଉଣା ମିଳେ ।

୭୬ ଶ୍ରୀଜଗନ୍ନାଥ