ପୃଷ୍ଠା:ShreeJagannath.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୯. ବଡ଼ୁସୁଆର
ଅମାଲୁ ସୁଆର, ତୁଣ ସୁଆର, ଥାଳି ସୁଆର, ତୋଳାବଡ଼ୁ, ପାଗୁଆ, ଚଣାପୁଆ, ବଣୁଆ, ପିଠା ସୁଆର ଏହି ବଡ଼ୁସୁଆର ଗୋଷ୍ଠୀର ସେବକ ।
ଅମାଲୁ ସୁଆର : ଦୈନିକ କୋଠ ଭୋଗପାଇଁ ଅମାଲୁ ଓ ପର୍ବପର୍ବାଣିରେ ମୋଡ଼ିଆ ସରୁ ଚକୁଳି ଓ ଅମାଲୁ ପ୍ରସ୍ତୁତ କରନ୍ତି ।
ଚଣାପୁଆ : ଲଡ଼ୁ, ପାରିଜାତକ, ଲୁଣ ଖୁରୁମା, ଛୋଟ ପିଠା କରନ୍ତି । ଅଟା, ଚୂନା କାମ ଆଦି କରି ରଖନ୍ତି । ଭଜା ଭାଜନ୍ତି ।
ତୁଣ ସୁଆର : ଦୈନିକ ଓ ପର୍ବପର୍ବାଣି ନିମନ୍ତେ ସମୟ ତିଉଣ, ଖିରି, କଡ଼ମ୍ବା, ପଖାଳ, କାନିକା ରାନ୍ଧନ୍ତି । ।
ତୋଳାବଡ଼ୁ : ବିଷ୍ଣୁଆ ଓ ପାଟୁଆ ରଖିଥିବା ଜିନିଷମାନ ଗଣତି କରି ତାଡ଼ମାନଙ୍କରେ ରଖି ବାଘମୁହାଁ ବାନ୍ଧି ଛେକ ନେଇ ବାଡ଼ ଅନୁଯାୟୀ ଲଗାନ୍ତି । ଭୋଗ ସରିଲେ ଭୋଗ ସାଇତା ସୁଆରବଡ଼ୁଙ୍କୁ ମଣାଇବେ ।
ଥାଳି ସୁଆର : ଥାଳି ଅନ୍ନ, ଥାଳି ଖେଚୁଡ଼ି, ସାଦା ଓରିଆ, ସଂଧ୍ୟାଧୂପ ପଖାଳ ରାନ୍ଧନ୍ତି ।
ପାଗୁଆ : ଚଣା ପାଗ କରନ୍ତି । ଏଣ୍ଡୁରି, ମଣ୍ଡା, ଗଇଁଠା ଆଦି କରନ୍ତି ।
ପିଠା ସୁଆର : କୋଠ ଭୋଗ ଓ ପର୍ବପର୍ବାଣି ପିଠା କରନ୍ତି ।
ବିଣ୍ତୁଆ : ପିଠାର ବିଣ୍ଡ କରି ତହିଁରେ ମସଲା ମିଶାଛି । ଅଟା, ବିରି, ଚନା ଆଦି ଚକଟି ସମସ୍ତ ଜିନିଷ ପ୍ରସ୍ତୁତ କରି ସୁଆରଙ୍କୁ ଯୋଗାଛି । ବଡ଼ୁସୁଆରମାନେ ବଂଶାନୁକ୍ରମିକ ସେବକ ।
୫୦. ପନ୍ତିବଡ଼ୁ, ବିଡ଼ୁଆ ପନ୍ତିବଡ଼ୁ
ସକାଳ ଧୂପରେ ଥାଳି ସୁଆରଗନ୍ଧି ବିଡ଼ୁଆ ପନ୍ତିବଡ଼ୁକୁ ମଣାଇଲେ ସେମାନେ ମୂର୍ତ୍ତମୂଳ କରନ୍ତି । ପାଳିଆ ପନ୍ତିବଡ଼ୁ ବିଡ଼ୁଆଠାରୁ ନେଇ ମହାସୁଆର ସହ ଛକ ନେଇ ଛାମୁରେ ଥାଳିରେ ବାଢ଼ନ୍ତି । ପାଳିଆ ପନ୍ତିବଡ଼ ୬ କୁଡ଼ିଆ, ବିଡ଼ିଆ ପତ୍ରିବଡ଼ ୪ ଓ ବେହେରା ପନ୍ତିବଡ଼ ୪ କୃଡ଼ିଆ ଖେଚେଡ଼ି ଯଥାକ୍ରମେ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଓଜଗନ୍ନାଥଙ୍କ ବାଡ଼ରେ ବାଢ଼ନ୍ତି । ପାଳିଆ ଅନ୍ୟ କୋଠଭୋଗ ଜିନିଷ ଥାଳି ସୁଆର ଓ ତୁଣ ସୁଆରଠାରୁନେଇ ଛାମୁରେ ଲଗାନ୍ତି । ଭୋଗ ପରେ ବାହାରକୁ ଆଣନ୍ତି । ବିମଳାଙ୍କୁ ସମର୍ପଣ ପାଇଁ ପାଳିଆ ବଡ଼ ବାଡ଼ ଥାଳି ନିଅନ୍ତି । ଭୋଗ ପରେ ପାଳିଆ ପନ୍ତିବଡ଼ୁ ବଡ଼ବାଡ଼ର ଥାଳି ବିମଳାଙ୍କୁ ସମର୍ପଣ ପାଇଁ ନିଅନ୍ତି । ସମର୍ପଣ ପରେ ଫେରାଇ ଆଣି ମୁକ୍ତିମଣ୍ଡପରେ ବ୍ରାହ୍ମଣମାନଙ୍କୁ ବଣ୍ଟନ କରିବାପାଇଁ ପ୍ରଧାନୀଙ୍କୁ ଦିଅନ୍ତି । ମଧ୍ୟାହ୍ନ ଧୂପରେ ମଧ୍ୟ ସେହିପରି ବେହେରା, ପାଳିଆ ଓ ବିଡ଼ୁଆ ପନ୍ତିବଡ଼ୁ କାର୍ଯ୍ୟ କରନ୍ତି । ବିଡ଼ିଆ ପନ୍ତିବଡ଼ୁ ଥାଳିମାନଙ୍କରେ (୪ବାଡ଼ରେ) ଘିଆ ପରଷେ । ଭୋଗ ମଣ୍ଡପରେ ଏମାନଙ୍କର କିଛି କାର୍ଯ୍ୟ ନାହିଁ । ସଂଧ୍ୟାଧୂପରେ ପନ୍ତିବଡ଼ ପଖାଳ ଓ ଶାକରା ପରିରେ ଲଗାନ୍ତି । ବଡ଼ସିଂହାର ଭୋଗରେ ଏମାନଙ୍କର କିଛି କାର୍ଯ୍ୟ ନାହିଁ । ବଲ୍ଲଭବଡ଼ସିଂହାର ଭୋଗରେ ପଳିଆ ପନ୍ତିବଡ଼ୁ ମହାସୁଆର ସହ ଛେକ ନେବେ । ରଥ ଉପରେ କିଛି

୭୮ ଶ୍ରୀଜଗନ୍ନାଥ