ପୃଷ୍ଠା:ShreeJagannath.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାମ ନାହିଁ । ପର୍ବଯାତ୍ରା ସଙ୍ଖୁଡି ଭୋଗ, ଚନ୍ଦନ ଯାତ୍ରା, ଚାଚେରୀରେ ପାଳିଆ ପନ୍ତିବଡ଼ୁ ଖେଚେଡ଼ି ଭୋଗ, ପଖାଳ ଇତ୍ୟାଦି ତୋଳନ୍ତି । ବିଡ଼ୁଆ ପନ୍ତିବଡ଼ୁ ମକରରେ ଅନ୍ୟ ପନ୍ତିବଡ଼ୁଙ୍କ ସହ ମକର ଥାଳି ଧରି ବଡ଼ଦେଉଳକୁ ତିନିଥର ବେଢ଼ା ବୁଲନ୍ତି ।
ଏମାନେ ସୂପକାର ଶ୍ରେଣୀ ସେବକ; ସେବା ବଂଶାନୁକ୍ରମିକ ।
୫୧. ଅମାଲୁ ତୋଳି ଓ ପୁର ଖରଡ଼ା
ଏମାନେ ସାତପୁରୀ ଅମାବାସ୍ୟାରେ ସବୁ ପୁର ଖରଡ଼ନ୍ତି ଓ ପ୍ରତ୍ୟହ ସଂଧ୍ୟାଧୂପ ପରେ ଅମାଲୁ କୋଠଭୋଗ ରୋଷରୁ ଛାମୁକୁ ନିଅନ୍ତି । ଏମାନେ ସୂପକାର ଶ୍ରେଣୀର ସେବକ ।
୫୨. ତୋଳାବଡ଼ୁ
ମୁହଁରେ ବାଘମୁହାଁ (ତୁଣ୍ଡି ବାନ୍ଧି ଅମୋଣିଆ ତୋଳି ଛକରେ ନେଉଥିବା ସେବକ ।
୫୩. ରୋଷ ପାଇକ
ରୋଷ ଧୋପଖାଳ ଓ ଶୁଦ୍ଧ ହେବା ପରେ ଅମୋଣିଆ ପରିଛା ଓ ମହାସୁଆରଙ୍କୁ କହନ୍ତି । ହୋମ ବିଷୟରେ ଠିକ୍ ଠାକ୍ କହିଲେ ଭୋଗ ହୁଏ । କେଠଭୋଗ ଯୋଗାଣିଆ କୋଠଭୋଗ ଜିନିଷ ଦେଲେ ଏମାନେ ଜଗିଆ ମହାସୁଆରଜିମାଦେଇ ଶେଷଦ୍ୱାରଜଗନ୍ତି । ପତ୍ରାବଡୁ ଏହାଙ୍କ ପାଖରୁମଧୁପର୍କ ଗୁଡ଼ ନିଅନ୍ତି । ଦାଢ଼ି ନିଶ ରଖିଥିବା, ସିନ୍ଦୁର ଲଗାଇଥିବା, ମହାପ୍ରସାଦ ଧରିଥିବା, ଅଶୁଦ୍ଧ ବ୍ୟକ୍ତିଙ୍କୁ ରୋଷକୁ ଛାତନ୍ତି ନାହିଁ । ଏ ସେବକ କୁଆକୁ ଅଡ଼ାଇବା ପାଇଁ ଛେକ ଆଗରେ କାଠଖଣ୍ଡ ଧରି ଧୁକୁଡ଼ି ଦୂର ଯାଏଁ ଯଆନ୍ତି । ଏମାନେ ବୈଷ୍ଣବାଗ୍ନି ଦିଅନ୍ତି । ଏମାନେ ସୂପକାର ଗୋଷ୍ଠୀର ସେବକ ।
୫୪. ବାହାର ଦେଉଳି ସୁଆର
ଦୈନିକ ଗୋଦାମରୁ ଯୋଗାଣିଆଠାରୁ କୋଠଭୋଗ ଜିନିଷ ନେଇ ଲକ୍ଷ୍ମୀଙ୍କ ରୋଷରେ ବାହାର ଦେଉଳି ରୋଷ) ପିଠା ତିଆରି କରନ୍ତି ଓ ବିଣ୍ଡ ଭୋଗ ଛକ ଲକ୍ଷ୍ମୀଙ୍କ ଦେଉଳକୁ ନିଅନ୍ତି । ଏମାନେ ସୁଆର ଗୋଷ୍ଠୀର ସେବକ ।
୫୫. ବାହାର ଦେଉଳି ଯୋଗାଣିଆ
ଏମାନେ ପ୍ରତିଦିନ ସକାଳ ଧୂପ ପରେ ଗୋଦାମରୁ ବାହାର ଦେଉଳି ଭୋଗର ଅମୁଣିଆ ଜିନିଷ ନେଇ ଲକ୍ଷ୍ମୀଙ୍କ ରୋଷଘରେ ବାହାର ଦେଉଳି ସୁଆର ଜିମା ଦିଅନ୍ତି । ଲକ୍ଷ୍ମୀଙ୍କ ରୋଷ ଧୋପଖାଳ କରନ୍ତି । ରୋଷକୁ ବିମଳାଙ୍କ କୂଅରୁ ପାଣି ଯୋଗାଛି । ବାହାର ଦେଉଳି ଭୋଗ ଦକ୍ଷିଣ ଘରକୁ ନେବାବେଳେ ରୋଷ ଆଡ଼ୁ କାଠ ଖଣ୍ଡ ଧରି ଜଗି ଛକ ସହ ଆସନ୍ତି । ପତି ମହାପାତ୍ରଙ୍କ ନୃସିଂହ ନିକଟକୁ ଭୋଗ ନେଲେ ଜଗି ତାଙ୍କ ସହ ଯାଆନ୍ତି । ପର୍ଶ ଦେବତାଙ୍କ ସେବକମାନେ ଏହାଙ୍କ ମାତ୍ର ଯେଝା ଠାକୁରଙ୍କ ପାଇଁ ଭୋଗ ନିଅନ୍ତି ।
ବ୍ରାହ୍ମଣ ସେବକ, ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ନୁହଁନ୍ତି।

ଶ୍ରୀଜଗନ୍ନାଥ ୭୯