ପୃଷ୍ଠା:ShreeJagannath.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୫୬. ରୋଷ ଧୋପଖାଳିଆ, ଅଙ୍ଗାରୁଆ, ଗୋବରପାଣିଆ
ରୋଷ ଧୋପଖାଳିଆ: ଦୈନିକ ବଡ଼ସିଂହାର ଧୂପ ଶେଷ ପରେ ରୋଷ ଘରମାନ ଓଳାଇ ସଫାକରି ସଙ୍ଖଡ଼ିସବୁ ବାହାର କରି ରୋଷ ମୁହଁ ଅଗଣାରେ ପକାଇଦେବେ । କାର୍ତ୍ତିକ ମାସ ଓ ପହିଲି ଧୂପରେ କୋଠଭୋଗ ରୋଷ କେବଳ ବଡ଼ସିଂହାର ଧୂପ ପରେ ଧୋପଖାଳ ହୁଏ । ଅନ୍ୟ ସବୁ ରୋଷ ଦ୍ବିପ୍ରହର ଧୂପ ପରେ ହୁଏ ।
ଅଙ୍ଗାରୁଆ: ଏମାନେ ଚୁଲିମାନଙ୍କରୁ ଅଙ୍ଗର ଓ ପାଉଁଶ କାଢ଼ି ବାହାରେ ପକାଇବେ । ନଳା ସଫା କରିବେ ।
ଗୋବର ପାଣିଆ : ରନ୍ଧା ଚୁଲି ଓ ତଳ ସବୁଠାରେ ଗୋବରପାଣି ଛେରା ପକାନ୍ତି । ଜମାଇଥିବା ଅଳିଆ ବାହାରେ ପକାନ୍ତି ଓ ରୋଷ ଅଗଣା ଧୋପଖାଳ କରନ୍ତି ।
ଧୋପଖାଳିଆ ରୋଷ ଧୁଅନ୍ତି ଓ ହୋମ ସକାଶେ କୋଠଭୋଗ ଚୁଲିରୁ ନିଆଁ ଆଣି ଯୋଗାଛି । ଏମାନେ ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।
୫୭. ହାଣ୍ଡି ଯୋଗାଣିଆ ଓ ତୋଳାବତୀ ସେବା
କୁମ୍ଭାର କୋଠଭୋଗ ନିମନ୍ତେ ଆବଶ୍ୟକ ମାଟି ପାତ୍ର ଓ ମୁଦପାଇଁ ମାଟି ଏହି ସେବକଙ୍କ ମାଫିରେ ଦିଅନ୍ତି । ଏ ମଧ୍ୟ ତୋଳାବତୀ ସେବା କରନ୍ତି । ରାତିରେ ହେଉଥିବା ଭୋଗମାନଙ୍କ ଛେକ ଆଗରେ ଦୀପ ଦେଖାଇ ଯାଆନ୍ତି । ସୂପକାର ଶ୍ରେଣୀର ସେବକ ।
୫୮. ବିରି ବଟା ସମର୍ଥ ସେବା
ରୋଷର ବିରିମୁଣ୍ଡି ଘରେ ଏ ସେବକ କୋଠଭୋଗ ପାଇଁ ଯେତେ ବିରି ଓ ଚାଉଳ ବଟା ଦରକାର ହୁଏ, ତାହା ନିଜେ ଓ ଲୋକ ଲଗାଇ ବାଟନ୍ତି ।
ଏ ସେବା କେବଳ ପାଣିଛୁଆଁ ଜାତିର ଲୋକେ କରିପାରିବେ ।
୫୯. କୋଠଭୋଗ ପାଣିଆ
କୋଠଭୋଗ ନିମନ୍ତେ ପାଣି ଯୋଗାନ୍ତି । ରୋଷକୂଅରୁ ପାଣି ଆଣି ରୋଷକୁ ଯୋଗାନ୍ତି । ନୀଳାଦ୍ରି ମହୋଦୟ ସହସ୍ର କୁମ୍ଭାଭିଷେକ ଓ ପୁଷ୍ୟାଭିଷେକରେ ମଧ୍ୟ ଜଳ ଯୋଗାନ୍ତି ।
ବଂଶାନୁକ୍ରମିକ ବ୍ରାହ୍ମଣ ସେବକ । ଶାଢ଼ିବନ୍ଧା ନୁହଁନ୍ତି ।
୬୦. ପନିକି ପଟା
ରୋଷରେ ପରିବାକଟା ସେବକ । ବର୍ତ୍ତମାନ ଏ ସେବା ଚାଲୁନାହିଁ ।
୬୧. ନିକାପ ବା ଗନ୍ଧଣ ନିକାପ
ପ୍ରତି ଧୂପ ପାଇଁ ଗନ୍ଧଣ ନିକାପ ଗନ୍ଧଣ ଥାଳି ପ୍ରସ୍ତୁତ କରନ୍ତି । ଅଦା, ହେଙ୍ଗୁ ଜିରା, ଗୋଲମରିଚ, ଘିଅ ଆଦି ସୁଗନ୍ଧ ମସଲା ଦ୍ରବ୍ୟ ହେଉଛି ଗନ୍ଧଣ । ଚନ୍ଦନ ଯାତ୍ରାରେ ଷୋଳଟିଆ

୮୦ ଶ୍ରୀଜଗନ୍ନାଥ