ପୃଷ୍ଠା:ShreeJagannath.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପନ୍ତି ବଢ଼ିବା ପରେ ମହାଭୋଇ ଘରର ବୋହମାନେ ପାରମ୍ପରିକ ବେଶରେ ବନ୍ଦାପନା ଓ ଆରତି କରନ୍ତି । ତାପରେ ଠାକୁରମାନେ କାଳୀୟଦଳନ ନୀତିପାଇଁ ବିଜେ ହୁଅନ୍ତି । ଭାଦ୍ରବ ଶୁକ୍ଳ ଦଶମୀ ଦିନ କୁଣ୍ଡେଇ ବେଣ୍ଟ ସାହି ଲବଣୀଖିଆ ମଠଠାରେ ରାମକୃଷ୍ଣ ବିଜେ କରନ୍ତି ଓ ସର ଲବଣୀ ଭୋଗ ପରେ ମହାଭୋଇ ଘରର ସ୍ତ୍ରୀ ଲୋକମାନେ ଅନୁରୂପ ବନ୍ଦାପନା କରନ୍ତି । ଶାଢ଼ିବନ୍ଧା, ପୁରୁଷାନୁକ୍ରମିକ, ଗୌଡ଼ ସେବକ ।
୭୪. ଗୀତଗୋବିନ୍ଦ ସେବା
ଏ ସେବକ ରାଘବ ଦାସ ମଠ ଓ ଜଗନ୍ନାଥ ବଲ୍ଲଭ ମଠରୁ ପାଉଣା ପାଇ ପ୍ରତ୍ୟହ ଚନ୍ଦନ ଲାଗି ସମୟରେ ଭିତରକାଠ ପାଖରେ ଗୀତଗୋବିନ୍ଦ ବୋଲୁଥିଲେ । ସଂପ୍ରତି ଏହି ସେବା ହେଉ ନାହିଁ ।
୭୫. ଭିତର ଗାଆଣୀ ଦେବ ଦାସୀ
ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ନୃତ୍ୟ କରନ୍ତି । ବଡ଼ସିଂହାର ଭୋଗ ପରେ ଶୟନ ଠାକୁର ଭିତରକୁ ଗଲେ କଳାହାଟ ଦ୍ୱାରଠାରେ ଗୀତଗୋବିନ୍ଦ ଗାଆନ୍ତି । ଶୟନ ଠାକୁର ବିଜେ ହୋଇ ଆସିବା ପରେ ଆଗେ ଆଗେ ଗୀତ ବୋଲନ୍ତି । ଠାକୁର ଭିତରକୁ ଗଲାଯାଏଁ ଜୟ ବିଜୟ ଦ୍ୱାରଠାରେ ଗୀତ ଗାଆନ୍ତି ।
କାର୍ତ୍ତିକ ମାସରେ ବାଳଧୂପ ବେଳେ, ଚନ୍ଦନ ଲାଗି (୪୨ ଦିନ ଆଲଟ ଲାଗିଲେ ଭିତରକୁ ଯାଇ ଅଣସର ପିଣ୍ଡିରେ ଠିଆହୋଇ ଗୀତ ବୋଲନ୍ତି । ରାତ୍ର ଆଲଟ ଲାଗିଲେ ଏହିପରି ସେବା କରନ୍ତି । ଚନ୍ଦନ ଲାଗି (୪୨ ଦିନ)ରେ ଜଗମୋହନରେ ନୃତ୍ୟ କରନ୍ତି । ଚାପ (୨୧ ଦିନ)-ମଦନ ମୋହନଙ୍କ ଚାପରେ ନୃତ୍ୟ କରନ୍ତି । ରୁକ୍ମିଣୀ ବିବାହରେ ଲକ୍ଷ୍ମୀଙ୍କ ମନ୍ଦିରରେ ଓ ରାତ୍ରରେ ବିବାହ ବେଦୀରେ ମଙ୍ଗଳଗାନ କରନ୍ତି । ଲକ୍ଷ୍ମୀ ବିମଳାଙ୍କ ପାଶକୁ । ଆସିଲାବେଳେ ଖଦି ଚାମର ପକାଇ ମଙ୍ଗଳଗାନ କରି ଆଣନ୍ତି । ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟା ସହ ନଅରକୁ ଯାଆନ୍ତି । ନୀଳାଦ୍ରି ବିଜେ ଦିନ ଭେଟ ମଣ୍ଡପକୁ ଲକ୍ଷ୍ମୀଙ୍କ ସହିତ । ଯାଆନ୍ତି । ଗୁଣ୍ଡିଚା ମଣ୍ଡପରେ ପ୍ରଥମ ଦିନ ନୃତ୍ୟ କରନ୍ତି । ଆଶ୍ୱିନ ମାସ (୧୬ ପୂଜା)ରେ ବିମଳାଙ୍କ ସକାଳ ଧୂପ ସମୟରେ ପଟୁଆର କରନ୍ତି । ବିମଳାଙ୍କ ପହୁଡ଼ ମାଜଣା ସମୟରେ ମାଳଶ୍ରୀ ବୋଲନ୍ତି । ନଅରଠାରେ କନକ ଦୂର୍ଗା ପୂଜାରେ ପଟୁଆର କରନ୍ତି । ପୁଷ୍ୟାଭିଷେକ ଦିନ ମୁଦିରସ୍ତ ସହ ତାଙ୍କ ଘରକୁ ଯାଇ ବନ୍ଦାପନା କରନ୍ତି । ଫଗୁଣ ମାସରେ ଫଗୁ ଦଶମୀଠାରୁ ଭୋଗବେଳେ ଦୋଳବେଦୀରେ ସେବା କରନ୍ତି । ଚତୁର୍ଦ୍ଦଶୀ ଦିନ ମୁଦିରସ୍ତଙ୍କ ସହିତ ଫଗୁଖେଳ କରନ୍ତି । ନବପତ୍ରିକାରେ ନଅରରେ ଦୁର୍ଗାଙ୍କ ସେବା କରନ୍ତି । ସ୍ନାନବେଦୀଠାରେ ନୃତ୍ୟ କରନ୍ତି । ନବକଳେବରରେ ଦାରୁ ସହ ହୁଳହୁଳି ଦେଇ ଆସନ୍ତି ।
ଶାଢ଼ିବନ୍ଧି, ପାଣିମ୍ପର୍ଶ ଜାତିର ଦେବଦାସୀ ସେବିକା । ନିୟମାନୁଯାୟୀ ବିବାହିତା କିମ୍ବା ବ୍ୟଭିଚାରିଣୀ ହୋଇ ପାରିବେ ନାହିଁ । ପାଣି ସ୍ପର୍ଶ ଜାତିର ଝିଅକୁ ପାଳି ପାରିବେ । ଗୀତନାଚ

୮୪ ଶ୍ରୀଜଗନ୍ନାଥ