ପୃଷ୍ଠା:ShreeJagannath.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୮୪. କାହାଳିଆ
ପ୍ରତିଦିନ ବଡ଼ସିଂହାର ପୃଷ୍ଠାଞ୍ଜଳି ପହୁଡ଼ ସମୟରେ କାହାଳୀ ବଜାନ୍ତି । ବର୍ଷ ତମାମ ଯେତେ ଘଣ୍ଟ ଛତା, କାହାଳୀ ସହ ଭୋଗ ଆସେ ସେହି ସମୟରେ କାହାଳୀ ବଜାନ୍ତି । ସ୍ନାନଯାତ୍ରା, ରଥଯାତ୍ରା, ଝୁଲଣ ଯାତ୍ରା ପ୍ରତ୍ୟେକ ଭିତର ଓ ବାହାର ବିଜେ ବେଳେ କାହାଳୀ ବଜାନ୍ତି । ବିମଳାଙ୍କ ଷୋଳପୂଜାରେ ସକାଳ ଧୂପ ଓ ସଂଧ୍ୟାଧୂପ ଆଳତିରେ କାହାଳୀ ବଜାନ୍ତି । ପାର୍ଶ୍ୱ ଦେବଦେବୀଙ୍କ କେତେକ ଉତ୍ସବରେ, ବେଣ୍ଟ ନୀତିରେ, ବେଢ଼, ପ୍ରତ୍ୟେକ ମଙ୍ଗଳାର୍ପଣ ଜନ୍ମ ଓ ବନ୍ଦାପନାରେ, ମକର ଓ ସାତପୁରୀ ତାଡ଼ ଆଣିବା ବେଳେ, ଅଣସର ପଟି ଆଣିବା ବେଳେ, ମଠରୁ ହାତୀ ବେଶ ସାମଗ୍ରୀ ଆସିବା ବେଳେ, ସୋଲ ଚିତା ଆଣିବା ବେଳେ, ଗୁରୁବାର ବନ୍ଦାପନା ଓ ଏକାନ୍ତରେ, ପ୍ରତ୍ୟେକ ଆଜ୍ଞା ମାଳ ଦେଲାବେଳେ, ନବକଳେବରରେ ଦାରୁ ଆସିଲାବେଳେ, କାହାଳୀ ବଜାନ୍ତି ।
ଶାଢ଼ିବନ୍ଧା ଶୂଦ୍ର ସେବକ । ସେବା ବଂଶାନୁକ୍ରମିକ ।
୮୫. ଶଙ୍ଖୁଆ
ଏ ସେବକ ଦୈନିକ ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ଓ ସମସ୍ତ ବିଜେ, ଯାନିଯାତ୍ରା ଓ ବିବାହ ନୀତିରେ ଶଙ୍ଖ ବଜାନ୍ତି । ସଂପ୍ରତି ଏ ସେବା ହେଉନାହିଁ ।
୮୬. ପର୍ବଯାତ୍ରା ଯୋଗାଣିଆ
ଏମାନେ ଦୈନିକ କୋଠଭୋଗ ଛଡ଼ା ସବୁ ପର୍ବପର୍ବାଣିରେ (କୋଠଭୋଗ ଯୋଗାଣିଆର ଥିବା କାମ ବାଦ ଯାଇ) କୋଠଭୋଗ ଜିନିଷମାନ ଗୋଦାମରୁ ଆଣି ରୋଷଆଡ଼େ ମହାସୁଆରଙ୍କୁ ଜିମା ଦିଅନ୍ତି । ଦୂବ, ବରକୋଳି ପତ୍ର, ସିନ୍ଦୂର, କଦଳୀପତ୍ର, ବାଲି, ରାଶି, ପଇତା, ଆମ୍ବଡାଳ, ଗଙ୍ଗାଜଳ ଇତ୍ୟାଦି ପୂଜାପାଇଁ ଯୋଗାନ୍ତି ।
ଏ ସେବକଙ୍କର ନିର୍ଦ୍ଦିଷ୍ଟ ଫୁଲ ସିଞ୍ଚା ସେବା ଅଛି । ବଳଭଦ୍ରଙ୍କ ରଥ ଉପରେ ଓ ବଡ଼ ଚାପରେ ରାମକୃଷ୍ଣଙ୍କ ଉପରେ ଶୁକ୍ସ ସୁବାସ ଫୁଲ ନିଜେ ଆଣି ଠାକୁରଙ୍କ ଉପରେ ବିଞ୍ଚଛି। ବଂଶାନୁକ୍ରମିକ ବ୍ରାହ୍ମଣ ସେବକ । ଶାଢ଼ିବନ୍ଧା ନୁହେଁ ।
୮୭. ଚିତ୍ରକାର
ରୁକ୍ମଣୀ ହରଣପାଇଁ ମାଜଣା ମଣ୍ଡପ, ସ୍ନାନପୂର୍ଣ୍ଣିମାପାଇଁ ସ୍ନାନ ମଣ୍ଡପ, ଝୁଲଣପାଇଁ ଝୁଲଣ ମଣ୍ଡପ, ଷୋଳପୂଜାପାଇଁ ବିମଳାଙ୍କ ମନ୍ଦିର, ଚନ୍ଦନଯାତ୍ରାପାଇଁ ଚନ୍ଦନ ମଣ୍ଡପ ଆଦିରେ ଚିତ୍ର କରନ୍ତି । ଅଣସର ପଟି, ପତିତପାବନ ପଟି ଏମାନଙ୍କ ଘରୁ ଘଣ୍ଟ ଛତା, କାହାଳୀ ପଟୁଆରରେ ଆସେ । ଜନ୍ମାଷ୍ଟମୀ, କୃଷ୍ଣପଟି, କଂସ ପାହାରି, ବାମନପଟି, କନ୍ଦର୍ପ ପଟି ଆଦି ଲେଖନ୍ତି ।
ଶାଢ଼ିବନ୍ଧ ଶୁଦ୍ର ସେବକ, ସେବା ବଂଶାନୁକ୍ରମିକ ।

ଶ୍ରୀଜଗନ୍ନାଥ ୮୭