ପୃଷ୍ଠା:ShreeJagannath.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏମାନେ ବିଡ଼ୁଆ ସୂପକାର ଗୋଷ୍ଠୀ ସେବକ । ଶାଢ଼ିବନ୍ଧା ନୁହଁନ୍ତି। ସେବା ବଂଶାନୁକ୍ରମିକ ।
୧୦୯. ଚାପ ବେହେରା ଓ ଚାପ ଦଳାଇ
ଚନ୍ଦନ ଯାତ୍ରା (୨୧ ଦିନ)ରେ ଏ ସେବକ ବଜନ୍ତୀ ଡଙ୍ଗା ବାହାନ୍ତି । ଶ୍ରୀଜୀଉଙ୍କ ଚନ୍ଦନ ଚାପ ୪ ତାହା ଓ ବଜନ୍ତୀ ଡଙ୍ଗା ମରାମତି କରନ୍ତି । କାଳୀୟଦଳନଯାତ୍ରା ସକାଶେ ଡଙ୍ଗା ବାହାନ୍ତି ।
ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ନୁହଁନ୍ତି । ସଂଜ୍ଞା ବେହେରା ।
୧୧୦. ଚାପ ଦଳାଇ
ମଦନମୋହନ ଓ ରାମକୃଷ୍ଣଙ୍କ ଚାପରେ ନାହା ବାହାନ୍ତି । ଜାଗିରିଭୋଗୀ ପ୍ରଧାନ ସେବକ । ସଂଜ୍ଞା- ଦଳେଇ ।
୧୧୧. ମାପ ସାଇତା କରଣ/ମହା ପ୍ରଶସ୍ତ ସେବା
ଦୈନିକ ଓ ପର୍ବପର୍ବାଣି ଭୋଗ ସରିବା ପରେ ଭୋଗ ବାହାରକୁ ଆସିଲେ ଏ ସେବକ ଅନ୍ୟ ସେବକମାନଙ୍କ ମଧ୍ୟରେ ତାଲିକା ଅନୁଯାୟୀ ଖେଇ ବାଣ୍ଟନ୍ତି ଓ ପସରା ମାନଙ୍କୁ ଜିନିଷ ପଠାନ୍ତି । ଏବେ ଏ ସେବା ହେଉ ନାହିଁ । ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ଥିଲା ।
୧୧୨. ତଡ଼ଉ କରଣ
ପ୍ରତିଦିନ ଦ୍ୱାରଫିଟା ପୂର୍ବରୁ ରହି ନୀତି ସଂପର୍କରେ ଦେଉଳକରଣ ଓ ଚର୍ଚ୍ଚା କର୍ମଚାରୀଙ୍କୁ ଜଣାଇବା, ଯେଉଁଦିନ ନୀତି ପାଇଁ ଯେଉଁ ବୟ ଆବଶ୍ୟକ ଚାଙ୍ଗଡ଼ା ମେକାପଙ୍କୁ କହିବା, ବିଜେ ଦିନ ଆଜ୍ଞାମାଳ ଲାଗିପାଇଁ ଖୁଣ୍ଟିଆଙ୍କୁ କହିବା, ସାହାଣମେଲାରେ ସିଂହାସନ ତଳେ ପାଳିଆ ମେକାପଙ୍କ ପଛରେ ରହି ଭେଟ ପିଣ୍ଡିକା, ଶ୍ରୀଅଙ୍ଗଲଗା ଆମଦାନୀ କରାଇବା, ସଂପୃକ୍ତ ସେବକଙ୍କ ପ୍ରାପ୍ୟ ଦେଇ ବଳକା ଆୟ ଆମଦାନୀ ମନ୍ଦିର ଅଫି ଦେଉଳକରଣଙ୍କ ଦସ୍ତଖତରେ ଚାଲଣ ଲେଖି ପଠାଇବା, ଯଜମାନି ଲୁଗା ଅଳଙ୍କାର ଲାଗିଲେ ସେବକଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇ ବଳକା ଚାଲାଣ କରିବା, ଯେଉଁଦିନ ଯେଉଁ ଯାତ୍ରା ହେବ, ଯେଉଁ ଯାତ୍ରାରେ ଯେଉଁ ପ୍ରସାଦ ଲାଗି ହେବ ତାର ବ୍ୟବସ୍ଥା କରାଇବା, ରୁକ୍ମିଣୀ ହରଣ ଦିନ ଚିଟାଉ ଲେଖି ‘ବିପ୍ର ବ୍ରାହ୍ମଣ ହସ୍ତେ ପରମେଶ୍ବରଙ୍କ ନିକଟକୁ ପଠାଇବା, ଯେଉଁଦିନ ଯେଉଁ ବେଶ ହେବ ସିଂହାସନ ତଳେ ରହି ଲାଗି ଜିନିଷର ତାଲିକା ରଖିବା, ଯାନିଯାତ୍ରା ପର୍ବପର୍ବାଣିରେ ଅଧିବାସ ଘର ମୁଦ ଦେବା ଓ ଖୋଲିବା, ଅଣସର ଓ ମହା ଅଣସରରେ ତାଟିଘର ଓ ଦକ୍ଷିଣ ଦ୍ବାର ମୁଦଦେବା ଓ ଖୋଲିବା, ହରିବଲ୍ଲଭ ତାଟ ମୁଦ ଦେଇ ନଅରକୁ ପଠାଇବା, ନୀତି, ସେବା ଓ ସେବକଙ୍କ ଦୋଷ ଗୁଣ, ଶାଢ଼ିବନ୍ଧା ସମ୍ବନ୍ଧରେ ତଲବ ହେଲେ ରିପୋର୍ଟ ଦେବା ଇତ୍ୟାଦି କାମ କରନ୍ତି ।
ସେ ମଧ୍ୟ ଭଣ୍ଡାରକରଣ, ଚାଙ୍ଗଡ଼ାକରଣ, ଶିକରଣ କାର୍ଯ୍ୟ କରନ୍ତି । ଭଣ୍ଡାରକରଣ ରୂପେ ଅନୁମତି ପ୍ରାପ୍ତ ସବୁ ମହନ୍ତାଦିଙ୍କୁ ଉପଚାର, ଚାମର, ଆଲଟ ସେବାପାଇଁ ଭଣ୍ଡାରରୁ ଚାମର ଆଲଟ

୯୨ ଶ୍ରୀଜଗନ୍ନାଥ