ପୃଷ୍ଠା:ShreeJagannath.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୪. ବଇଠି କରଣ
ଏ ବେହରଣରେ ଉପସ୍ଥିତ ରହି ଧ୍ୱଜା, ପିଣ୍ଡିକା ଇତ୍ୟାଦି ଆମଦାନୀ ଯେତେ ଚାଲାଣ ହେବା ତାର ସିରିୟା ରଖି ସିହା କରିବେ । ରୋଷ ଆଡ଼େ ଭୋଗ ତନଖି କରିବେ ।
ବଂଶାତ୍ମକ୍ରମିକ କରଣ ସେବକ । ଶାଢ଼ିବନ୍ଧା ନୁହନ୍ତି ।
୧୧୫. କୋଠ କରଣ
ଏ ବେହରଣରେ ସିରସ୍ତା ଲେଖନ୍ତି ଓ ଧ୍ୱଜା, ପିଣ୍ଡିକା, ଲାଗି, ବାଗି ସମସ୍ତର ସିହା ରଖନ୍ତି । ପର୍ବପର୍ବାଣି ଭୋଗ ତାଲିକା ଦେଉଳକରଣଙ୍କଠାରୁ ନେଇ ରୋଷ ଆଡ଼େ ଦିଅନ୍ତି । ଚାପ ଉପରେ ଛୁରୀ ଖଣ୍ଡା ସେବା କରନ୍ତି । ସେବା ପୂଜାରେ ଖିଲାପ ହେଲେ ରିପୋର୍ଟ କରନ୍ତି । ରାଜା ବିଜେ କଲେ ଅନ୍ୟ କରଣଙ୍କ ସହ ଉପସ୍ଥିତ ରହନ୍ତି ।
ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନୁକ୍ରମିକ ।
୧୧୬. ଚର୍ଚ୍ଚାଇତ କରଣ
ସେବକମାନଙ୍କୁ ଡାକହାକ କରାଇ ନିୟମିତ ରୂପେ ନୀତି ଚାଲୁ କରାନ୍ତି । ସେବକମାନେ ଶାଢ଼ି ବିନ୍ଧାଇବାବେଳେ ଚାଙ୍ଗଡ଼ା ମେକାପଠାରୁ ଶାଢ଼ି ନେଇ ପାଟଯୋଷୀ, ଭିତରଚ୍ଛ ମହାପାତ୍ରଙ୍କୁ ଦିଅନ୍ତି । ଶୂଦ୍ର ସେବକ ଶଢ଼ିବନ୍ଧ୍ୟାରେ ପଡ଼ିଆକରଣଙ୍କୁ ଦିଅନ୍ତି । ପହିଲିଭୋଗ ମାସରେ ସେବକଙ୍କୁ ବଡ଼ି କଣ୍ଡେଇ ବାଣ୍ଟନ୍ତି । ଲେଖା, ପାଇକ, ପ୍ରଧାନୀ ଏହାଙ୍କ ନିର୍ଦ୍ଦେଶରେ କାମ କରନ୍ତି ।
ଶାଢ଼ିବନ୍ଧା କରଣ ସେବକ । ଏବେ ଏହି ସେବା ହେଉନାହିଁ ।
୧୧୭. ଦୟଣାପତ୍ରୀ
ଦମନକ ଉତ୍ସବ ସହିତ ସଂପୃକ୍ତ ପତ୍ରୀ ସେବକ । ଏ ମଧ୍ୟ ଓଢ଼ଣ ଷଷ୍ଠୀ ଅଧିବାସ ଦିନ ଚାଙ୍ଗୁଡ଼ି ରେ ନୂଆ ଲୁଗା ଘୋଡ଼ ମାନ ରଖି ଭୋଗମଣ୍ଡପ ଘରେ ଅଧିବାସ କରାନ୍ତି । ପରବର୍ତ୍ତୀ ଦିନ ବେଢ଼ା ସରିବା ପରେ ପୁଷ୍ପାଳକଙ୍କୁ ବଢ଼ାଇ ଦିଅନ୍ତି । ପବିତ୍ର ଅଧିବାସୀ ଦିନ ୩ ଚାଙ୍ଗୁଡ଼ିରେ ପବିତ୍ର ରଖି ଖଟଶେଯ ଘରେ ଅଧିବାସ କରାନ୍ତି । ତା’ ଆରଦିନ ବେଢ଼ା ପରେ ପୁଷ୍ପାଳକଙ୍କୁ ଦିଅନ୍ତି ।
ଶାଢ଼ିବନ୍ଧା ବ୍ରାହ୍ମଣ ସେବକ । ସେବା ବଂଶାନୁକ୍ରମିକ ।
୧୧୮. ଚାଉଳବଛା କରଣ
ସକାଳ ଓ ମଧ୍ୟାହ୍ନ ଧୂପ ନିମନ୍ତେ ଚାଉଳ ଓ ମୁଗ ଏ ନିଜେ ବା ଲୋକ ଲଗାଇ ବାଛି ସଫା କରନ୍ତି । ମୁଗ ଭାଙ୍ଗି ଚୋପା କାଢ଼ି ସଫା କରନ୍ତି । ବଡ଼ପ ଘିଅ ଗୋଦାମରୁ ପୂର୍ବ ରାତିରୁ ସିଲ୍ ହୋଇ ଆସି ଏହାଙ୍କ ପାଖରେ ରହେ ।
ଶାଢ଼ିବନ୍ଧା କରଣ ସେବକ । ସେବା ବଂଶାନ୍ତ୍ରିକମିକା

୯୪ ଶ୍ରୀଜଗନ୍ନାଥ