ପୃଷ୍ଠା:ShreeJagannath.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୯. ବ୍ୟକ୍ତିଗତ ବା ଆନୁଷ୍ଠାନିକ ସେବା
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ପ୍ରକାରେ କେତେଜଣ ବ୍ୟକ୍ତି ବିଶେଷଙ୍କୁ ଉପସ୍ପଷ୍ଟ ମିଳିଅଛି । ସେମାନେ ଉପଚାର ଚାମର ସେବା, ଚାମର ସେବା ଓ ମଶାଲ, ଝାଡୁ ସେବା, ଆଲଟ ସେବା କରିପାରିବେ । କେତୋଟି ମଠ ଅନୁଷ୍ଠାନ ଶ୍ରୀମନ୍ଦିରର ନୀତି ସହିତ ସଂପୃକ୍ତ । ସେମାନେ ଦ୍ରବ୍ୟ ଯୋଗାନ୍ତି ଓ କେତେକ ମଠର ମହନ୍ତମାନେ ଉପଚାର ଚାମର ସେବା କରନ୍ତି । କେତେକ ମନ୍ଦିରର ଦେବଦେବୀ ଶ୍ରୀମନ୍ଦିରରୁ ଦୈନିକ ଓ ପର୍ବଯାତ୍ରା ଖେଇ ପାଆନ୍ତି । ଶ୍ରୀମନ୍ଦିରର ନୀତି ସହିତ ସଂପୃକ୍ତ ମଠ ସଂପର୍କରେ ମଠ ଅଧ୍ୟାୟ ଦ୍ରଷ୍ଟବ୍ୟ ।)
୧୨୦. ବେହେରାକରଣ
ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପି ସଂଶୋଧନ କରାଯାଇ ୧୯୮୮ ମସିହାରେ ବେହେରାକରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛି । ଶ୍ରୀ ଶ୍ୟାମସୁନ୍ଦର ଚ୍ୟାଉ ପଟ୍ଟନାୟକ ସଂପ୍ରତି ଏହି ସେବା କରୁଛନ୍ତି ।
ସେବାର ବିବରଣୀ- ଏହି ସେବକ ଦୈନିକ ନୀତି କିପରି ହେଲା ଷ୍ଟଙ୍କୁ ଅର୍ଥାତ୍ ପ୍ରଶାସକଙ୍କୁ ଜଣାନ୍ତି ।୪୨ ଦିନ ଚନ୍ଦନ ଲାଗି ସମୟରେ ଦକ୍ଷିଣଦ୍ବାର (ବେହରଣ ଦ୍ବାର) ଉପରେ ପାଳିଆ ପ୍ରତିହାରୀଙ୍କ ସହିତ ଉପସ୍ଥିତ ରହି ଭିତର ଗାଆଣୀକୁ ତନଖି କରନ୍ତି । ଚନ୍ଦନ ଅର୍ଗଳିଠାରେ, ରାମକୃଷ୍ଣଙ୍କ ଚାପ ଉପରେ ଓ ରଥ ଉପରେ ଚାମର ସେବା ଖଟନ୍ତି । ରାମକୃଷ୍ଣଙ୍କ ଚାପରେ ସେବକମାନଙ୍କର ସେବା ତନଖି କରନ୍ତି ।
ଏମାନେ ଶ୍ରୀନଅର ଓ ଶ୍ରୀମନ୍ଦିର ସହ ସଂପୃକ୍ତ କରଣ ସେବକ । ଶାଢ଼ିବନ୍ଧା ସେବକ । ସେବା ବଂଶାନୁକ୍ରମିକ ।
ମନ୍ତବ୍ୟ : ସଂପ୍ରତି ନିମ୍ନଲିଖିତ ସେବା ଶ୍ରୀମନ୍ଦିରରେ ବିଭିନ୍ନ କାରଣରୁ ହେଉ ନଥିବା ଜଣାଯାଏ ।
ପନିକିପଟା, ଦଉଡ଼ିବଳା, ବୀଣାକାର, ଗୀତଗୋବିନ୍ଦ, ଭିତର ଗାଆଣୀ, ସଂପ୍ରଦା ନିଯୋଗ, ମାଦେଳି, ପତର ବିନ୍ଧା, ଶଙ୍ଖୁଆ, କଳାବେଠିଆ, କୁମ୍ଭାର ବିଶୋଇ, ମାଳଚୂଳ, ବାଣୁଆ, ମାପସାଇତାକରଣ, ଚର୍ଜାକରଣ ।
(ଦ୍ରଷ୍ଟବ୍ୟ: ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନା, ୨୦୦୫” ରିପୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ)
ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି- “ଶ୍ରୀଜଗନ୍ନାଥ ମନ୍ଦିରରେ ଦୈନନ୍ଦିନ ନୀତି ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ବର୍ତ୍ତମାନ ସେବା କରୁଥିବା ବିଭିନ୍ନ ଶ୍ରେଣୀର ସେବାୟତଙ୍କ ମୋଟ ସଂଖ୍ୟା ୨୦୪୦ । ସଂପୃକ୍ତ ସେବାୟତମାନଙ୍କର ପ୍ରତିଦିନ ସେବାପାଳି ନଥାଏ । ସେମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ପାଳି ଦିବସରେ ତଥା ବେଢ଼ପତ୍ର ଅନୁସାରେ ସେବା କରିଥାନ୍ତି । ...ବ୍ୟାବସାୟିକ ଭିତ୍ତିରେ ପ୍ରସାଦ ରନ୍ଧନ ଓ ବିକ୍ରୀ କରୁଥିବା ସୂପକାରମାନଙ୍କୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିରେ ପାଳି ଥିବା ସେବକଙ୍କ ସଂଖ୍ୟାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଉପରୋକ୍ତ

ଶ୍ରୀଜଗନ୍ନାଥ ୯୫