ପୃଷ୍ଠା:ShreeJagannath.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀଜୀଉଙ୍କ ସେବା କରୁଥିବା ୨୦୪୦ ଜଣ ସେବକଙ୍କ ମଧ୍ୟରୁ ଏକାଧିକ ସେବା କରୁଥିବା ସେବକଙ୍କ ସଂଖ୍ୟା ୪୫୮ ଏବଂ ଶ୍ରୀଜୀଉଙ୍କ ସେବା କରୁଥିବା ସେବକଙ୍କ ମଧ୍ୟରୁ ୧୪୦ ଜଣଙ୍କର ପାର୍ଶ୍ୱଦେବଦେବୀଙ୍କ ମନ୍ଦିରରେ ସେବା ଅଛି । ଏହାଛଡ଼ା ୪୫ ଜଣଙ୍କର କେବଳ ମାତ୍ର ପାର୍ଶ୍ୱଦେବଦେବୀଙ୍କ ନିକଟରେ ସେବା ଅଛି ।”
ଅଧିକାର-ଅଭିଲେଖ ( ସ୍ୱତ୍ୱଲିପି)ରେ ପ୍ରତ୍ୟେକ ସେବାର ବିତ ବିବରଣୀ ଉଲ୍ଲେଖ ହୋଇଅଛି । କିନ୍ତୁ ଏଥିରେ କେତୋଟି ସେବାର ଯେଉଁ ବର୍ଗୀକରଣ କରାଯାଇଛି, ତାହା ଠିକ୍ ନୁହେଁ । ଉଦାହରଣ ସ୍ୱରୂପ ୩୭-ଅଣସର ସୁଧ ସୁଆର ଓ ସୁଧ ସୁଆର ସେବା’ । ଏହି ସେବା ପ୍ରକୃତରେ ଦୁଇଟି ପୃଥକ ସେବା, ଗୋଟିଏ ନୁହେଁ । *ଅଣସର ସୁଧ ସୁଆର ମାନେ ବର୍ଷକ ମଧ୍ୟରେ ନିର୍ଦ୍ଦିଷ୍ଟ କେତୋଟି ଦିନ ସେବା କରିଥାନ୍ତି କିନ୍ତୁ ସୁଧ ସୁଆରମାନେ ଦୈନନ୍ଦିନ ସେବା କରନ୍ତି । ସୁଧସୁଆରମାନେ ଦଇତାଗୋଷ୍ଠୀର ସେବକ ଓ *ଦଇତାପତି ନିଯୋଗର ସଭ୍ୟ । ଯଦିଓ ସୁଧ ସୁଆରମାନଙ୍କର ଏକ ସ୍ବତନ୍ତ୍ର ନିଯୋଗ ଅଛି ।
'୭୬-ସମ୍ପ୍ରଦା ନିଯୋଗ' ଏକ ସେବା । ଗୋଷ୍ଠୀଗତ ସେବା ଯୋଗୁଁ ହୁଏତ ନିଯୋଗ ଶବ୍ଦ ଉଲ୍ଲେଖ ଅଛି । *ଦଇତା’ ମଧ୍ୟ ଏକ ଗୋଷ୍ଠୀଗତ ସେବା । କିନ୍ତୁ ତାଲିକାରେ ନିଯୋଗ ଶବ୍ଦ ସଂଯୋଜିତ ହୋଇନାହିଁ । ସମ୍ପଦା ନିଯୋଗ ସେବାର ଏବେ ପଚଳନ ନାହିଁ । ଉକ୍ତ ଗୋଷ୍ଠୀର ଜନୈକ ସେବିକା କେବଳ ବର୍ଷକୁ ଥରେ ଏକ ନିର୍ଦ୍ଦିଷ୍ଟ ତିଥିରେ 'ଯଶୋଦା ସେବା’ କରୁଛନ୍ତି । ଅଧିକାର-ଅଭିଲେଖରେ ଉଲ୍ଲେଖ ନଥାଇ ମଧ୍ୟ କେତେକ ପ୍ରାପ୍ୟ ପାଉଣା ସେବକମାନଙ୍କୁ ପ୍ରଦାନ କରାଯାଉଛି । ଯଥା- ଦୈନିକ ଓ ପର୍ବପର୍ବାଣି ପାଳିଆ ପୁରସ୍କାର । ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦ୍ଧାରଣ ପ୍ରକ୍ରିୟାରେ ଅଧିକାଂଶ ପାଳିଆ ସେବକଙ୍କୁ ପାଳିଆ ପୁରସ୍କାର ବା ଆର୍ଥିକ ପୁରସ୍କାର (ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଅଧିକାଂଶ ସେବା ବଂଶାନୁକ୍ରମିକ । କେତେକ ସେବା ଶାଢ଼ିବନ୍ଧା ଓ କେତେକ ଅଶାଢ଼ିବନ୍ଧା ।
ପାରମ୍ପରିକ ଭାବରେ ଯାତ୍ରୀ ପରିଚର୍ଯ୍ୟା, ଯାତ୍ରୀମାନଙ୍କଠାରୁ ଅନୁଦାନ ଓ ଆଟିକା ନେବାର ଅଧିକାର କେତେକ ସେବାୟତ ନିଯୋଗଙ୍କର ରହିଅଛି । ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ବିଭିନ୍ନ ଭାଷାଭାଷୀ ତୀର୍ଥଯାତ୍ରୀମାନଙ୍କୁଆତିଥେୟତା ପ୍ରଦାନ, ଦେବ ଦର୍ଶନାଦି ସହାୟତା, ରହଣି ବ୍ୟବସ୍ଥା, ମହାପ୍ରସାଦ ସେବନରେ ଆପ୍ୟାୟିତ କରିବା କାର୍ଯ୍ୟ ଶ୍ରୀଜଗନ୍ନାଥ ସେବକ ସମାଜର ପୈତୃକ ଯାତ୍ରୀ ପଣ୍ଡାମାନଙ୍କ ଉପରେ ନ୍ୟସ୍ତ ଥାଏ । ଏହି ପ୍ରାଚୀନ ପରମ୍ପରା ସ୍ମରଣାତୀତ କାଳରୁ ପ୍ରଚଳିତ ରହିଆସିଛି ।

୯୬ ଶ୍ରୀଜଗନ୍ନାଥ