Jump to content

ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନା, ଶ୍ରୀବଳଭଦ୍ର ଓ ଦେବୀ

ସୁଭଦ୍ରା ା ଏହି ତିନି ଦିଅଁ ତି୍ରମୂର୍ତ୍ତି ନାମରେ ପରିଚିତ ା ଏହି ତି୍ରମୂର୍ତ୍ତିଙ୍କ ସହିତ ସୁଦର୍ଶନ ଠାକୁରଙ୍କୁ ମିଶାଇ ଚତୁର୍ଦ୍ଧାମୂର୍ତ୍ତି କୁହାଯାଏ ା ରତ୍ନବେଦୀ ବା ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ଅାଉ ତିନିଟି କ୍ଷୁଦ୍ରକାୟ ମୂର୍ତ୍ତି ବିରାଜମାନ କରିଛନ୍ତି ା ସେମାନେ ହେଲେ- ଭୂଦେବୀ (ବିଶ୍ୱଧାତ୍ରୀ), ଶ୍ରୀଦେବୀ (ଲକ୍ଷ୍ମୀ) ଏବଂ ନୀଳମାଧବ ା ଶ୍ରୀଦେବୀ ଓ ଭୂଦେବୀ ଯାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ବିଗ୍ରହ ଓ ଜଗନ୍ନା ମହାପ୍ରଭୁଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତ ା ନୀଳମାଧବ ମଧ୍ୟ ବାମ ପାର୍ଶ୍ୱରେ ବିରାଜିତ ା ଶ୍ରୀଦେବୀ ଓ ଭୂଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଚାରିମତ୍ତ ୂ ିିର୍ ବା ଚତୁର୍ଦ୍ଧାମୂର୍ତ୍ତିି ଓ ନୀଳମାଧବ ହେଉଛନ୍ତି ଦାରୁମୂର୍ତ୍ତି ା ଏହି ସମସ୍ତ ମୂର୍ତ୍ତିଙ୍କୁ ସପ୍ତମୂର୍ତ୍ତି ବା "ସପ୍ତାଭରଣ' କୁହାଯାଏ ା ନୀଳମାଧବଙ୍କୁ "ମାଧବ' ଓ "ଶ୍ରୀବାଳପୁରୁଷୋତ୍ତମ ଦେବ' ମଧ୍ୟ କୁହାଯାଏ ା ଶ୍ରୀଜଗନ୍ନା ମନ୍ଦିରର ସ୍ୱତ୍ୱଲିପି ବା ରେକର୍ଡ-ଅଫ୍‍-ରାଇଟସ୍‍ରେ ଏପରି ଉଲ୍ଲେଖ ଅଛି (୧) ା ବିଶ୍ୱଧାତ୍ରୀଙ୍କୁ ସରସ୍ୱତୀ କୁହାଯାଇଛି ା ସ୍ୱତ୍ୱଲିପିରେ ରତ୍ନବେଦୀ (ପ୍ଲଟ୍‍ ନମ୍ୱର-୧) ସମ୍ପର୍କରେ ଉଲ୍ଲେଖ ଅଛି""ଏହି ବେଦୀ ଉପରେ ଶ୍ରୀଜଗନ୍ନା, ବଳଭଦ୍ର ଓ ସୁଭଦ୍ରା ଦେବୀ ବିରାଜମାନ ା ଶ୍ରୀଜଗନ୍ନାଙ୍କ ବାମରେ ଲକ୍ଷ୍ମୀ, ସୁଦର୍ଶନ, ନୀଳମାଧବ ଓ ଦକ୍ଷିଣରେ ସରସ୍ୱତୀ ଦେବୀ ବିଦ୍ୟମାନ ା ପ୍ରକୃତରେ "ସରସ୍ୱତୀ' ନହୋଇ ଭୂଦେବୀ ହେବ ା ନୀଳାଦ୍ରି ମହୋଦୟ ଓ ବାମଦେବସଂହିତା ଗ୍ରନ୍ଥରେ ଧରାଦେବୀ ବା ଭୂଦେବୀ କୁହାଯାଇଛି ା ସ୍କନ୍ଦ ପୁରାଣରେ ମଧ୍ୟ ଭୂଦେବୀ ବୋଲି ସୂଚିତ ା ତାଙ୍କର ଧ୍ୟାନ ଓ ପୂଜା, ସରସ୍ୱତୀଙ୍କ ଧ୍ୟାନ ଓ ପୂଜାଠାରୁ ଭିନ୍ନ ା ସେ ଧରାଦେବୀ (ଭୂଦେବୀ) ବା ବିଶ୍ୱଧାତ୍ରୀ ଭାବରେ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା ପାଅାନ୍ତି ା ରତ୍ନବେଦୀର ଚତୁର୍ପାର୍ଶ୍ୱ ସ୍ଥାନ "ଭିତର ପୋଖରିଅା' (ବା ପୋଖରିଅା) ନାମରେ ନାମିତ ା ଏହି ଅଞ୍ଚଳ ଶ୍ରୀମନ୍ଦିରର ପ୍ଲଟ୍‍ ନମ୍ୱର-୨ ବୋଲି ସ୍ୱତ୍ୱଲିପିରେ ଲେଖାଅଛି ା ବିଶ୍ୱାସ କରାଯାଏ ଯେ, ଶ୍ରୀଜଗନ୍ନା କିମ୍ୱା ଚତୁର୍ଦ୍ଧାମୂର୍ତ୍ତିିଙ୍କ ସଂସ୍ଥାପନ ପୂର୍ବରୁ କେବଳ ନୀଳମାଧବ ହିଁ ଅଧିଷ୍ଠାତା ଦେବତା ିବାରୁ ଏବେ ମଧ୍ୟ ନୀଳମାଧବ ମୂର୍ତ୍ତି ରତ୍ନବେଦୀରେ ସ୍ଥାନ ପାଉଛନ୍ତି ା (ନୀଳ) ମାଧବ, ଜଗନ୍ନାଙ୍କର ଏକ କ୍ଷୁଦ୍ର ଅାକୃତିର ମୂର୍ତ୍ତି ା ନୀଳାଦ୍ରି ମହୋଦୟରେ ଲେଖାଅଛି- ""ପ୍ରଭୋଃ ସ୍ୱରୂପମ୍‍ ଭଜନ୍ମାଧବୋ ହ୍ରସ୍ୱରୂପକଃ ା (ଅର୍ାତ୍‍, ମାଧବ ଖୁବ୍‍ କ୍ଷୁଦ୍ରାକାର ହୋଇ ପ୍ରଭୁଙ୍କର ସ୍ୱରୂପ ଗ୍ରହଣ କରିଛନ୍ତି) ା ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ନୀଳଗିରି ଅର୍ାତ୍‍


1. Record of Rights - prepared under the Puri Shri Jagannath Temple (Administration) Act, 1952