ପୃଷ୍ଠା:Typical selections from Oriya literature.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୬୯
ଓଡ଼ିଆ ସାହିତ୍ୟ-ପରିଚୟ

ଜଳ ନ ମିଳିବା ଠାରେ ଖୋଳିବ ପୋଖରୀ ।
ଠାବେ ଠାବେ କୂପ ବାମ୍ଫୀ ଦେଉଥିବୁ ଖୋଳି ।
ଅପନ୍ତରାରେ ମଣ୍ତପ ତୋଳାଇବୁ ବାବୁ ।
ଗ୍ରୀଷମ ଋତୁରେ ପାଣି ପଣା ଦାନ ଦେବୁ ।
ଭୋଜନ ତୁ ଦେବୁ ବାବୁ ପୁଣ୍ୟ କାଳବେଳୈ ।
ଗୋ ଦୋହ‌ନ କରାଇବୁ ଦେବତାଙ୍କ ଆଳେ ।
ଭୃତ୍ୟଜନମାନନ‌ଙ୍କର ନ ଦେଖିବୁ ଦୁଃଖ ।
ପଛେ ଯେମନ୍ତେ ପ୍ରଶଂସା କରନ୍ତିଟି ଲୋକ ।
ଗୁରୁଜ‌ନମାନଙ୍କର ସେବା କରିଥିବୁ ।
ଶତ୍ରୁରସଙ୍ଗତେ କେଭେ ପ୍ରୀତି ନ କରିବୁ ।
ରାଗୀ ଲୋକ ସଙ୍ଗେ ଘେନି ନ ଭାଳିବୁ କିଛି ।
ଏସନ ବୁଦ୍ଧିରେ ମନ୍ଦ ଅନେକ ଯେ ଅଛି ।
ଦଣ୍ତିଆ ରଖିବେ ନେଇ ଦଣ୍ତ ସିଂହାସନ ।
ବ୍ରାହ୍ମଣକୁ ବାଲି ବାବୁ ନ ଦେବୁ ଶାସନ ।
ସୁଜନ ଲୋକେ କରିବୁ ଗଡ଼େ ଅଧିକାରୀ ।
ଏକଥାମାନ ବାବୁରେ ମନେ ଥିବୁ ଧରି ।
ବଣିଜାରଲୋକଙ୍କୁ ନିଯୋଗେ ବରଗିବୁ ।
ପରଦେଶ କଳିକି ଡ଼ଗର ବରଗିବୁ ।
ସେ ଯାହା କ‌ହିବ ତାହା ବୁଝିବୁଟି ସତ ।
ଦଣ୍ତ ସାମ ଭେଦ ଆଦି କ‌ହିବ ସାମନ୍ତ ।
ଯାହାର କଥାରେ ବ‌ହୁ ଜନ ଆସି ମିଳି ।
ବଳପତି ତାହାକୁ କରିବା ମନେ ଭାଳି ।
ରାଉତର ବରତନ ଦେବୁ ଶେଷ କରି ।
ତେବେ ସମରେ ପଶିବେ ହୋଇ ଆଗସରି ।
ମାଗନ୍ତାଜନଙ୍କୁ ତୁ ନ କରିବୁ ନିରାଶ ।
ତେବେ ସେ କୀରତି ର‌ହଇ ଯେ ଦଶଦିଶ ।
ଅଲୋଭୀ ମିତ ବାବୁରେ ନିର୍ଲୋଭୀ କରଣ ।
ଏମାନଙ୍କୁ ଦେଶରେ ତୁ କରିବୁ ବରଣ ।
ଗଡ଼ରେ ଥିବ ଯେହ୍ନେ ସକଳ ସଞ୍ଚାବିଧି ।
ମତ୍ତସିଂହ ଜାଣି ଯୋଦ୍ଧା ହେବେ ମହାଯୋଧି ।
ଆସ୍ଥାନେ ବସି କୁଝିବୁ ଯାବତ ବିଧାନେ ।
ପାତ୍ରଙ୍କୁ ଘେନି ବିଚାର କରିବୁ ଗୋପନେ ।
ରାତ୍ରେ ରାଜ୍ୟରେ ରଖିବୁ ଦେଖି ଯେଉଁଜନ ।
ଦୋସାଧୁପଣକୁ ସେହି ହେବ ଯେ ଭାଜନ ।