ପୃଷ୍ଠା:Typical selections from Oriya literature.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୪
ଓଡ଼ିଆ ସାହିତ୍ୟ-ପରିଚୟ

ଦଶରଥ ରାଜାକୁ କରନ୍ତି ଦରଶନ ।
ଦେଖିଣ ରାଜାର ଯେ ଦ‌ହଇ ପଞ୍ଚପ୍ରାଣ ।

(3)
ଗୂହକର ମିଳନ


ରଥରେ ବସିଣ ରାମ ତଡ଼ତି ଯେ ଗଲେ ।
ସରସ୍ୱତୀ ନ‌ଦୀତୀରେ ତ‌ତ୍‌କ୍ଷଣେ ମିଳିଲେ ।
ତାହା ପାର ହୋଇ ପଶିଲେ ସେ ଘୋର ବନ ।
ଗଙ୍ଗାନ‌ଦୀ-କୂଳେ ରାମ ହୋଇଲେ ତକ୍ଷଣ ।
ଶୃଙ୍ଗବେର-ପୁର ଅଟେ ତ‌ହିଁର ନିକଟ ।
ଗୂହ ନାମେ ଶବର ବସାଇ ତ‌ହିଁ ରାଷ୍ଟ୍ର ।
ସେ ଶବର ଅଟଇ ଯେ ଶ୍ରୀରାମ-ମଇତ୍ର ।
ଶ୍ରୀରାମ-ପାଶେ ମିଳିଲା ଆସି ସେ ତୁରିତ ।
ସଙ୍ଗରେ ବଳ ତାହାର ଘେନି ଅପ୍ରମିତ ।
ବିପରୀତ ବେଶ ଯେ ସେମାନେ ମେଳଛତ ।
କର୍ଣ୍ଣରେ ତାଡ଼କ ଯେ ବନ୍ଦିଆ ପୁଞ୍ଜି ପୁଞ୍ଜି ।
ଲ‌ଲାଟର ଶୋଭାକୁ ଯେ ଗୁଞ୍ଜ ମାଳୀ ରଞ୍ଜି ।
କେ ଖୋସା ପାରିଛି କେହୁ ବାହେ ଯୁଡ଼ା ବାନ୍ଧି ।
କାହାର ବେଣୀ ଅଛଇ କେହି ମୁଣ୍ତ ବାନ୍ଧି ।
ପିଠି କତିକି କାହାର ଲମ୍ବିଅଛି ଚୂଟ ।
ମନ୍ଦାର ଫୁଲ ସୁନ୍ଦର ଦିଶେ କାହା ଜଟ ।
କେ କାଣୀ କଉଡ଼ିମାନ ମାଳ ମାଳ କରି ।
ଶରଧା ନିମନ୍ତେ କେ କଟିରେ ଅଛି ଭରି ।
କାହାର ବାହୁରେ ଯେ ଟସର ରଙ୍ଗ ସୂତା ।
ଅଜଗର ଚର୍ମ କାହା ଗଳାରେ ପଇତା ।
ନାକ ଫୋଡ଼ି ପିତ୍ତଳ ମୁଦି ଭରି ଅଛଇ ।
ଲୁହା ସିକୁଳି କାହାର ଭୁଜରେ ଶୋହଇ ।
କାହାର ଶିରେ ଟୋପର ମୟୂରର କଣ୍ଠା ।
ଭାଲୁଙ୍କର ଚର୍ମ କେହୁ ମଣ୍ତିଅଛି ଅଣ୍ଟା ।
କାହାର ଅଣ୍ଟାରେ ଘଣ୍ଟା-ମାଳ ଧ୍ୱନିକରି ।
କାହାର ଚରଣେ ପୁଣି ବାଜଇ ଘାଗୁରୀ ।
ଖାଙ୍କର କେଶ କାହାର ଡିମା ଆକ୍ଷି ।
ଭଲ ଭଲ‌ଲୋକେ ଯେ ଡ଼ରନ୍ତି ତାଙ୍କୁ ଦେଖି ।