ପୃଷ୍ଠା:Typical selections from Oriya literature.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୭୭
ଓଡ଼ିଆ ସାହିତ୍ୟ-ପରିଚୟ

କାହିଁ ଗିରି ବଢ଼ି ଯାଉଅଛି ଊର୍ଦ୍ଧ୍ୱକୁଇଁ ।
ସୁମେରୁ ପରାୟେ ସେହି ଶୋଭା ପ୍ରକାଶଇ ।
କେବଣ ଶିଳା ଚିକ୍କଣ ଅତି ମ‌ନୋହର ।
ଅତି ମନୋରମ ଗିରି ଦିଶଇ ସୁନ୍ଦର ।
ପାରିଜାତ ପୁଷ୍ପ ଯେ ଦିଶନ୍ତି ପନ୍ତି ପନ୍ତି ।
ନାଗେଶ୍ୱର କରମଙ୍ଗା କଦମ୍ବ ଅଛନ୍ତି ।
ପାଟଳୀ ଯେ ପାଳଧୁଆ ସିମୁଳି ମନ୍ଦାର ।
ତରାଟ ରଙ୍ଗଣୀ ଯେ କଞ୍ଚନ କନିଅର ।
କାହିଁ ଛୁରିଅନା କାହିଁ ପୁନ୍ନାଙ୍ଗ ବକୁଳ ।
ଚମ୍ପା ଅଗସ୍ତି ଅଶୋକବୃକ୍ଷ ମାଳ ମାଳ ।
ଜାଇ ଯୂଇ ତଗର ଯେ ମଲ୍ଲୀ ବଣମଲ୍ଲୀ ।
ଦୟଣା ମରୂଆ କୁନ୍ଦଲତା କୁରୁବେଲୀ ।
ମଧୁକ କେତକୀ ବୃକ୍ଷ ଶୋଭା ଅନୁପମ ।
କନ‌କଚମ୍ପା ଦୁଦୁରା ଜାମୁ ଯେ ଉପାମ ।
ଅଁଏଳା ହରିଡ଼ା ନିମ୍ବ ଭାଲିଆ ପଳାଶ ।
କରଞ୍ଜ କଞ୍ଚ‌ନ ବେଣୁ କୋରେଇ ତାଳୀଶ ।
ବଇଁଚ ଗଙ୍ଗଶିଉଳି ପିରିଖ ଯେ କସି ।
ମଞ୍ଜସାର ଶିରୀଷ ଯେ କେନ୍ଦୁ ବେଲ ମିଶି ।
ଆମ୍ବ ଦାରାକ୍ଷ ଖଜୁରୀ ପଣସ ଓଶସ୍ତ ।
ଏସନେକ ବୃକ୍ଷମାନେ ଅଛନ୍ତି ସମସ୍ତ ।
ଜୟନ୍ତୀ ସୁନାରୀ ଆଉ ଯେହୁଟ ବରୁଣ ।
କଇଥ ଯେ କରମଙ୍ଗା ଟଭା ଅଛି ଜାଣ ।
ଆମ୍ବଡ଼ା ଲେମ୍ବୁ କମଳା ରଙ୍ଗଣୀ ତଗର ।
କାମିନୀ ହରଗଉରା ନଡ଼ିଆ ଅପାର ।
ପାଣି ଅଁଏଳା ଯେ ସାନ ସାନ ଆମ୍ଭ ତରୂ ।
ତାଳ ଶାଳ ପିୟାଶାଳ ଧଅ ଉଦମ୍ବରୁ ।
ଲେମ୍ବଳ ମହୁଲା କେତେ ଶାହାଡ଼ା ମହୁଲ ।
ପିଜୁଳି ପିଆରା ଆତ ନେଉଆ ଜମ୍ବିଲ ।
କରବୀର ବରକୋଳି ବିବିଧ ପ୍ରକାରେ ।
ଗୁଆ ରଣ ଗୁଆ କେତେ ଅଛି ସେ ବନରେ ।
ବାହାଡ଼ା ଗୁଲୁଚୀ ଲତା ଦୁଧ ଯେ ତାରକ ।
ପିପ୍ପଳୀ ମରୀଚ ନାନାବିଧ ଗନ୍ଧ ବୃକ୍ଷ ।
ଲବଙ୍ଗ ଚନ୍ଦନ ଜାଈଫଳ ପନ୍ତି ପନ୍ତି ।
ଅଗର ଗଣ୍ଠିଅନା ଯେ ଅପାର ଅଛନ୍ତି ।