ପୃଷ୍ଠା:Typical selections from Oriya literature.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୦
ଓଡ଼ିଆ ସାହିତ୍ୟ-ପରିଚୟ

ପର୍ବ ଦିନେ ସ୍ତରୀ ଭୋଗ କରନ୍ତି ଯେ ଜନ ।
ଯେବଣ କ୍ଷତ୍ରିୟ ପିଠି ଦିଏ ସଂଗ୍ରାମେଣ ।
ଗର୍ଭବାସ ସ୍ତିରୀକି ଯେ ବଳେଣ ହରଇ ।
ରବିବାରେ ଆମିଷ ଯେ ଆହାର କରଇ ।
ରାତ୍ରକାଳେ ବେଲଫଳ ଯେହୁ ଜନ ଖାଇ ।
ଅପନ୍ତରା ସ୍ଥାନରୁ ଯେ ବୃକ୍ଷକୁ କଟାଇ ।
ଉଆଁସ ସଙ୍କରାନ୍ତି ଯେ ଏକାଦଶୀ ଦିନ ।
ତଇଳ ଅଙ୍ଗେ ଘେନିଣ ଯେ କରନ୍ତି ସ୍ନାନ ।
ସେ ପାପ ପାଇଗୋ ଶ୍ରୀରାମଙ୍କୁ ମାୟା ଥିଲେ ।
ଛ ମାସ ଆୟୁଷ ଏକଠାବରେ ରହିଲେ ।
କୀରତି ଭଗ୍ନ କରନ୍ତି ଜାଣ ଯେଉଁ ଜନ ।
ମନରେ ଭଜନ୍ତି ହାଦେ ନ ଜାଣି ଯେ କର୍ମ ।
ମିଛ କଥା କ‌ହି ଚାଟୁ କରନ୍ତି ଯେ ଜନ ।
ବାର ସଙ୍କରାନ୍ତି ଯେ ଭୁଞ୍ଜନ୍ତି ଶାଳୀଅନ୍ନ ।
ଦେବତାଙ୍କୁ ନ ଦେଖି ଭୁଞ୍ଜନ୍ତି ଯେଉଁ ପ୍ରାଣୀ ।
ତୀର୍ଥ ଯାଇଁ ଅର୍ଚ୍ଚନା ନ କରେ ଯେହୁ ପ୍ରାଣୀ ।
ଆପଣାର କୁଟୁମ୍ବଙ୍କୁ ଯେହୁ ନ ପୋଷନ୍ତି ।
ପରବାସୀ ମାକୁ ଯେହୁ ବଳେଣ ହରନ୍ତି ।
ଗୁଣ ଛାଡ଼ିଣ ଯେ ଅବିଗୁଣକୁ କରଇ ।
ପାଲଟା ଲୁଗାଇ ଯେହୁ ଝାଡ଼ିଣ ପିନ୍ଧଇ ।
ଦେବତା ଅତିଥିକୁ ଯେ ଅନ୍ନ ନ ଦିଅଇ ।
ନ‌ଦୀର ତୀରେ ଯେ କେଶ ଝାଡ଼ିଣ ବାନ୍ଧଇ ।
ପାଦ ନ ପଖାଳି ଯେହୁ ଭୁଞ୍ଜଇ ଆହାର ।
ପୁତ୍ରକୁ ହିଂସା ଧରଇ ଯାହାର ମନର ।
ଶତ୍ରୁମାନଙ୍କୁ ଯେ ଜନ କରଇ ବିଶ୍ୱାସ ।
ନ ଦେଖି ପ୍ରାଣିଙ୍କି ଯେ ଦିଅନ୍ତି ଅପ‌ଯଶ ।
ଲୋକ ଲୁଚା ମାରଇ ଯେ ଖଳ ବଳ ପଣେ ।
ଆପଣାର ମାହାତ୍ମ୍ୟ ଯେ କ‌ହଇ ସୁମନେ ।
ସଭାରେ ବନ୍ଧୁର ପକ୍ଷ ଘେନଇ ଯେ ନର ।
ନିଏ ଡ଼ାକି କରି ଯେ ନୁହଇ ଆଗୁଁସାର ।
ପାଣିରେ ବସ୍ତ୍ର ଫେଡ଼ି ଉଲଗ୍ନ ହୁଏ ଯେହୁ ।
ମଥା ନ ପୋଛଇ ଯେହୁ ମହାପାପୀ ସେହୁ ।
ଅନ୍ୟ ଜାତି ସ୍ତିରୀ ସଙ୍ଗେ ଯେ ଜନ ରମନ୍ତି ।
ପରର ପଦାର୍ଥ ଯେହୁ ଲୁଚାଇ ଭକ୍ଷନ୍ତି ।