ପୃଷ୍ଠା:Typical selections from Oriya literature.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୧
ଓଡ଼ିଆ ସାହିତ୍ୟ-ପରିଚୟ

ଯେ ଆପଣା ଜାତିକି ଲୁଚାଇ ବଖାଣନ୍ତି ।
ବିପ୍ର ହୋଇ ଯେବେ ଅସ୍ତ୍ର କରରେ ଧରନ୍ତି ।
କ୍ଷତ୍ରି ହୋଇ ଯେବେ କ୍ଷତ୍ରି ବିଦ୍ୟାରେ ନ ପଶି ।
ଶୂଦ୍ର ହୋଇ ଯେବେ ବ୍ରାହ୍ମଣଙ୍କ ଧନ ଧ୍ୱଂସି ।
ବୈଶ୍ୟ ନ ଜାଣଇ ଯେବେ ବାଣିଜ୍ୟର ଗତି ।
ପତି ପାଦେ ଯେବେ ପତ୍ନୀ ନୋହଇ ଭକତି ।
ପିତାକୁ ପୁତ୍ର ଯେବେ ନ କରଇଟି ଭୟ ।
ପରଜା ପାଳନ ଯେବେ ନ କରଇ ରାୟ ।
ପାଷାଣ୍ତ ଜନଙ୍କର ଯେ ବଦନ ଚାହାନ୍ତି ।
ସୁଜ୍ଞାନୀ ଜନମାନଙ୍କୁ ଯେ ନିନ୍ଦା କରନ୍ତି ।
ଦେବତାଙ୍କ ସ୍ଥାନରେ ଦିଅନ୍ତି ବଳି ଭୋଜା ।
ଦେଉ‌ଳ ତୋଳାଇ ନ ଦିଅଇ ଯେଉଁ ରାଜା ।
ଶରଣ ନ ସମ୍ପାଦନ୍ତି ଯେବଣ ପୁରୁଷ ।
ବ୍ରାହ୍ମଣ ଯେବେ ନେଇଣ ବିକଇ ଗୋରସ ।
ଗୋରୁ ହଜିଲେ ଯେ ନ ଖୋଜଇ ତିନିଦିନ ।
ବିଷ୍ଣୁଙ୍କୁ ଭକତି ନ କରଇ ଯେଉଁ ଜନ ।
ସାଧୁତ ଲୋକଙ୍କୁ ଯେହୁ ଅଦୋଷେ ଗଞ୍ଜଇ ।
ଦକ୍ଷିଣକୁ ମୁଖ କରି ଯେ ଜନ ଭୁଞ୍ଜଇ ।
ଦୁର୍ଭିକ୍ଷ କାଳରେ ଯେହୁ ନ ବିକଇ ଧାନ ।
ରାଜାଙ୍କୁ ଯେବଣ ଜନ ବୋଲନ୍ତି ଏମାନ ।
ଆପଣାହୁ ବଡ଼ ଯୁବତୀ ସଙ୍ଗେ ଯେ ମାତି ।
ଓଦାବସନରେ ଯେହୁ ଦେବତା ଦେଖନ୍ତି ।
ପୁଣ୍ୟ କାଳେ ଯେଉଁ ଜନ ନ ଦିଅନ୍ତି ଅନ୍ନ ।
ନୂଆ ଫଳ ଭୁଞ୍ଜନ୍ତି ନ କରି ଦେବାର୍ଚ୍ଚନ ।
ସୂର୍ଯ୍ୟଙ୍କୁ ଅର୍ଘ୍ୟ ନ ଦିଅନ୍ତି ଯେବଣ ଜନ ।
ଲବଣ ନ ମିଶାଇ ଭୁଞ୍ଜନ୍ତି ଯେହୁ ଅନ୍ନ ।
ଦେବତାଙ୍କୁ ଓଳଗି ଯେ ପୁଷ୍ପ ନ ଘେନନ୍ତି ।
ପର ଦୁଃଖ ଦେଖି ଯେହୁ ହରଷ ହୁଅନ୍ତି ।
ଶ୍ରାଦ୍ଧ ଘରେ ଅନ୍ନ ଭୁଞ୍ଜିବାକୁ ଯେ ନ ଯାଇ ।
କନ୍ୟ ମାସେ ପିତୃଙ୍କୁ ଯେ ଅନ୍ନ ନ ଦିଅଇ ।
ମିତ୍ରକୁ ବିଶ୍ୱାସ ନ କରନ୍ତି ଯେଉଁ ଜନ ।
ଅନ୍ତରେ କପଟ ରଖି କ‌ହେ ଯେ ବଚନ ।
ବ୍ରାହ୍ମଣ ହୋଇ କରଇ ମଦିରା ଆହାର ।
ବେଦାନ୍ତୀ ବ୍ରାହ୍ମଣ ହୋଇ କରେ ଅନାଚାର ।