ପୃଷ୍ଠା:Typical selections from Oriya literature.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୧
ଓଡ଼ିଆ ସାହିତ୍ୟ-ପରିଚୟ

ମଇଁସିଆ ଚମ୍ପା ଆଦି କଦଳୀ ଦିଅନ୍ତି ।
ନାସ୍ତି କରନ୍ତେ ବଳାଇ ପାତ୍ରେ ପରଷନ୍ତି ।
ପଇଡ଼ କାକୁଡ଼ୀ ଗଜାମୁଗ ସୋହ୍ଲାଭଜା ।
ବଡ଼ ବଡ଼ ପାପୁଳୀ ଯେ ବଡ଼ ବଡ଼ ଗଜା ।
ନୀଳବାଣ ଗଙ୍ଗବାଣ ଆଣି କେ ଦିଅନ୍ତି ।
ଦୁଧବାଣ ଆତ ଜମ୍ବିଲ ପରଷନ୍ତି ।
କମଳାଲେମ୍ବୁ ନାରଙ୍ଗ ଫଳ ମାତୁଙ୍ଗୁଳ ।
ଖୁରୁଡ଼ ନଡ଼ିଆ ଖଣ୍ତ ନଡ଼ିଆ ଯେ ତାଳ ।
ତାଳଗଜା ତାଳସଜ ତାଳର ସୁଆଁଳୀ ।
ଆମ୍ବ ଖଜୁରୀ ଦାରାକ୍ଷ ବେତ ବରକୋଳି ।
ଆଖୁ ଅଦା ନରକୋଳି କରମଙ୍ଗା ଓଉ ।
ପାଚଲା ପିଜୁଳି ଯେ ମହୁଲ ଘିଅ ମହୁ ।
କନ୍ତାରୀ ବଙ୍ଗାଳ କୁଣିଆରୀ ଯେ କଂସାରୀ ।
ପରଷନ୍ତି ସଙ୍ଗେ ସଙ୍ଗେ ଭଜା ତରକାରୀ ।
ଯେ ଯାହା ଇଚ୍ଛା କରନ୍ତି ସେ ତାହା ପାଆନ୍ତି ।
ଲୋଭୀ ପେଟୁ ଲୋକେ ଯେ ଲୋଭେଣ ଖାଇଯାନ୍ତି ।



ଆରଣ୍ୟକ କାଣ୍ତ
(1)
ସୀତାହରଣ


ଏମନ୍ତ ସମୟରେ ଯେ ଲଙ୍କା ମ‌ହୀପତି ।
ବିଚାରଇ ଏ ସମୟେ ଆଣିବଇଁ ସତୀ ।
ତେବେ ସିନା ରବିତଳେ ଥିବ ମୋ କୀରତି ।
ଏ ସୀତା ସମାନ ଆଉ ନାହିଁ ରୂପବତୀ ।
ଶ୍ରୀରାମ ଅଇଲେ ଆଉ ନୁହଇ ଯେ ନେଇ ।
ଏମନ୍ତେ ସମୟେ ମୁଁ ନେବଇଁ ବଇଦେହୀ ।
କେମନ୍ତ ବେଶରେ ଯିବି ଜାନ‌କୀର କତି ।
ମୋତେ ପୁଣ ଦେଖିକରି ଭୀତିକରେ ସତୀ ।
ସାକ୍ଷାତେ ସାଧବୀ ଏ ଅଟଇ ସୁକୁମାରୀ ।
ଅସୁର ଦେଖିଲେ ପୁଣ ଭୟ ନିକି କରି ।