ପୃଷ୍ଠା:Typical selections from Oriya literature.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୮
ଓଡ଼ିଆ ସାହିତ୍ୟ-ପରିଚୟ

ଆସିବାର ବେଳେ ତାଙ୍କୁ ଅଠର ବରଷ ।
ଆଜକୁ ଶ୍ରୀରାମଙ୍କୁ ଯେ ବୟସ ତିରିଶ ।
ଦଶ ବରଷ ବିପିନେ ବନବାସ କଲୁଁ ।
ତିନି ବରଷ ହେଲା ଏ ବନସ୍ତେ ରହିଲୁଁ ।
ଆମ୍ଭେ ତ ଅଇଲୁଁ ତେଣେ ଦଶରଥ ମଲେ ।
ବାହୁଡ଼ାଇ ନେବାକୁ ଭରତ ଆସିଥିଲେ ।
ଚିତ୍ରକୂଟ ପର୍ବତରେ ମିଳିଲେକ ଆସି ।
ଅନେକ ମତେ ବଚନ କ‌ହିଲେ ବିଶ୍ୱାସି ।
ଭ୍ରତ‌ହାତେ ରାମ ଯେ ପାଦୁକା ଦୁଇ ଦେଲେ ।
ଅନେକ ପ୍ରବୋଧି ଭରତକୁ ବିଦାକଲେ ।
ତାହା ଘେନି ଅଯୋଧ୍ୟାରେ ରାଜା ହୋଏ ଭ୍ରତ ।
ଏ ବଚନ ଶୁଣିଣ ବୋଇଲା ଦଶମାଥ ।
ତୋର ପତି ଏବେତ କାହିଁକି ଯାଇଅଛି ।
ରାବଣ ବୋଲ ଶୁଣିଣ ବୋଲନ୍ତି ମୃଗାକ୍ଷୀ ।
ଅପୂର୍ବ କନ‌କମୃଗ ଅଇଲାକ ଚରି ।
ଅଦଭୂତ ହୋଇଣ ଯେ ବାଣୀ ଏକ ସ୍ଫୁରି ।
ବେଗେ ଚଳି ଗଲେ ଲକ୍ଷ୍ମଣ ଯେ ତାହା ଶୁଣି ।
ଏ କଥାକୁ ଆମ୍ଭର ଯେ ବ‌ହୁତ ଭାଳେଣି ।
ମୁହିଁ ଏହି ମଢ଼ିଆରେ ଅଛଇ ଏକଲା ।
ସ୍ୱାମୀ ମୋହର ନାହାନ୍ତି ବିଅର୍ଥ ହୋଇଲା ।
ତୁମ୍ଭେ ମୁନି ଏବେ ଯେ ଅଇଲ ଅଭ୍ୟାଗତ ।
କ୍ଷଣେ ମାତ୍ର ବିଶ୍ରାମିଣ ଥାଅ ତପୋବନ୍ତ ।
ଶ୍ରୀରାମ ଅଇଲେ ଯେ କରିବେ ତୋତେ ପୂଜା ।
ଦଣ୍ତେ ମାତ୍ର ରହ ମୁନି ବାହୁଡ଼ିଣ ନ ଯା ।
ଲକ୍ଷ୍ମଣ ସ‌ହିତେ ସେ ଆସିବେ ବେନିଭାଇ ।
ଆରାଧନା କରିବେ ସେ ତୋତେ ସୁଖ ପାଇ ।
ଯେଉଁ ଯେଉଁ କଥାମାନ କ‌ହେ ମହାସତୀ ।
ସେମାନ ସମସ୍ତ ନ ଶୁଣଇ ଲଙ୍କପତି ।
ମନରେ ବିଚାରଇ କେମନ୍ତେ ନେବି ଏହା ।
ନପୁଣ ଆସି ମିଳଇ ଏହାର ଯେ ନାହା ।
ଛନ ଛନ ଚିତ୍ତ ଯେ ବିକୃତ ତାର ମତି ।
ଦେଖି ପଚାରନ୍ତି ଯେ ଜନ‌କସୁତା ସତୀ ।
ଭୋ ମୁନି ମୋହର ତୁମ୍ଭେ ପୁଛିଲ କୁଶଳ ।
ସୂର୍ଯ୍ୟବଂଶ ଭୁଆଷୁଣୀ ରାମ ମୋର ବର ।