ପୃଷ୍ଠା:Typical selections from Oriya literature.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୮
ଓଡ଼ିଆ ସାହିତ୍ୟ-ପରିଚୟ

ଭାଗ୍ୟଥିଲା ଲୋକସିନା ପରକୁ ଦିଅଇ ।
ଅଭାଗ୍ୟବନ୍ତ ଲୋକ ଯେ ମାଗିବାକୁ ଯାଇ ॥
ତୁମ୍ଭେ ଗଉଡ଼ମାନେ ଯେ ଅଟ ଭାଗ୍ୟବନ୍ତ ।
ଜାଣ ଦୁର୍ଭିକ୍ଷ କାଳ ନ ବାଧିବ ତୁମ୍ଭନ୍ତ ॥
ସାମାନ୍ୟ କର୍ମମାନ କି ବୋଲିବା ତୁମ୍ଭର ।
ଆମ୍ଭେ ମାଗୁଅଛୁଁ ସିନା ଅକର୍ମ ଆମ୍ଭର ॥
ଶୁଣିଣ ଗୋପାଳ ମାନେ ହେଲେ ତୋଷମତି ।
ଗାଈ ପାଞ୍ଚଗୋଟି ଯେ ଆଣିଲେ ରାମକତି ॥
ଶାଳପତ୍ର ଆଣିଣ ସିଇଁଲେ ଦୁଇ ଦନା ।
ଦୁଧ ଦେଇ ରାମଙ୍କୁ ଯେ କରନ୍ତି ପ୍ରାର୍ଥନା ॥
ଭୋ ରାମଚନ୍ଦ୍ର ଆମ୍ଭକୁ ଦୟା କରିଥିବ ।
ଯାହା ସେ ବୋଇଲୁଁ ଆମ୍ଭେ ଦୋଷ ନ ଧରିବ ॥
ତୁମ୍ଭର ମୁଦ୍ରିକା ଆମ୍ଭେ କରିବୁଁ ଯେ କିସ ॥
ବନରେ ଥାଉଁ ଯେ ଆମ୍ଭ ଅପରରେ ଦେଶ ।
ଭୁଞ୍ଜି ଶୀଘ୍ରେ ନିଅ କିନା ମଣି ଯେ ତୁମ୍ଭର ॥
ଶୁଣିଣ ସନ୍ତୋଷ ଯେ ହୋଇଲେ ରଘୁବୀର ।
ପମ୍ପାସରୋବର ଜଳେ ପଖାଳିଲେ ମୁଖ ॥
ପୟଃପାନେ ବେନି ଭାଇ ହରିଲେ ଯେ ଭୋକ ।
ଦକ୍ଷିଣଅଭିମୁଖେ ଯାନ୍ତେ ସେ ପଥବହି ॥
ଗୋପାଳେ ଯେ ଗୋଡ଼ାଇଲେ କାର୍ପଣ୍ୟ ସେ ହୋଇ ।



କିଷ୍କିନ୍ଧ୍ୟାକାଣ୍ଡ
(1)
ତାରାର ବାଳିପ୍ରତି ଯୁଦ୍ଧ-ନିଷେଧ


ଅନ୍ତପୁରେ ଥାଇଁ କରି ଶୁଣିଲାକ ବାଳି ॥
ଘୃତକୁ ପାଇଲେ ଅଗ୍ନି ଯେସନେକ ଜଳି ।
ତାରାକୁ ଘେନିଣ ସେ ନିଶ୍ଚିନ୍ତେ ଶୋଇଥିଲା ॥
ଧଡ଼ ପଡ଼ ହୋଇ ରାୟେ ଉଠିଣ ବସିଲା ।
ବସ୍ତ୍ର ଅସମ୍ଭାଳ ଯେ ପଲଙ୍କୁ ଯାଇ ଉଠି ॥
ଆଗରେ ଯେ ଉଗାଳିଲା ତାରା ବିମ୍ବଓଷ୍ଠୀ ।