ପୃଷ୍ଠା:Typical selections from Oriya literature.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୯
ଓଡ଼ିଆ ସାହିତ୍ୟ-ପରିଚୟ

ଭୋ ନାଥ ଯେ ମୂର୍ଖ ବୁଦ୍ଧି ଜାଣି କିପାଁ କରୁ ।
କଥାର ଯେ ସନ୍ଧି ରାଜା ମନେ ନ ବିଚାରୁ ॥
ସହସ୍ରେ ବରଷ ପଳାଇଲା ସୁଗ୍ରୀବର ।
ଦୁଇ ଘାନ୍ତି ଆଇଲା ସେ ଆଜର ଭିତର ॥
ଇନ୍ଦ୍ର ଦେବତା ଯୁଝିବ ଯେବେ ତୋର ତୁଲେ ।
ପ୍ରାଣହାରି ଥିବ ଯେ ତୋହର କୋପ କଲେ ॥
ସେ କଥା ପ୍ରତ୍ୟକ୍ଷେ ଜାଣଇ ସେ ସୁଗ୍ରୀବର ।
କୀଷ୍କିନ୍ଧ୍ୟା ପଶିଲା ଏଡ଼େ ଭରସା କି ତାର ॥
ବେଳେ ହାରି ଯାଇଁ ସେହି ପୁଣିହିଁ ଅଇଲା ।
କାହା ତହୁଁ ଆଜ ଅବା କିବୁଦ୍ଧି ପାଇଲା ॥
 ଚାରଙ୍କର ମୁଖେ ମୁହିଁ ଶୁଣଅଛି ଯାହା ।
ସାବଧାନ ହୋଇ କରି ଶୁଣ ପ୍ରାଣନାହା ॥
ଶ୍ରୀରାମ ନାମେ ଅଟଇ ତାର ଏକ ମିତ୍ର ।
ତାହାକୁ ସରି ସମ ନୋହନ୍ତି ଶୂଳ ହସ୍ତ ॥
ସେହୁ ରାମ ପ୍ରତିଜ୍ଞା କଲେକ ଶସ୍ତ୍ରଛୁଇଁ ।
ତୋତେ ମାରି ସୁଗ୍ରୀବକୁ ରାଜ୍ୟ ଦେବା ପାଇଁ ॥
ଚାର-ମୁଖେ ମୁହିଁ ପୁଣ ଶୁଣିଛି ଏମନ୍ତ ।
ଏକଥା ଭୋ ସ୍ୱାମୀଟି ଅଟଇ ହାଦେ ସତ ॥
ଯାହା ମୁହିଁ ସ୍ବପନରେ ଦେଖିଲଇଁ ଆଜ ।
ସେ କଥା ଶୁଣ ଭୋ ଦେବ କପିକୁଳରାଜ ॥
ଦେବ ଦୈତ୍ୟେ ପଶିଣ ଭାଙ୍ଗିଲେ ଆମ୍ଭ ପୁରୀ ।
ଆବର ସ୍ବପନ ମୁଁ ଦେଖିଲି ହତଶିରୀ ॥
ଆଜ ପୁଣ ତୋତେ ଜୟ ନାହିଁ କପିରାୟେ ।
ନ କରସି କୋପ ତୁ ନ ଯାଅ ତହିଁ ଯାଏ ॥
ନଗ୍ର ନର ନାରୀ ଯେ ହୋଇଲେ ହୁରି ଜୁରି ।
ପିତା ପୁତ୍ରେ କେହୁ ପୁଣି ନପାରିଲେ ବାରି ॥
ସ୍ବପନ ଚେତିଣ ମୁହିଁ ଉଠିଣ ବସିଲି ।
ଏକ ଯୁବତୀଏ ପୁଣ ରୋଦନ୍ତେ ଶୁଣିଲି ॥
ତେଣୁ ଯେ ବିରସ ପୁଣ ହୋଇଲା ମୋ ଚିତ୍ତ ।
ଏକଥା ଦେଖିଣ ମୁଁ ଭାଳଇ ପଞ୍ଚଭୂତ ॥
ଆଜପୁଣ ତୋତେ ଜୟ ନାହିଁ କପିରାୟେ ।
ନକରସି କୋପ ତୁ ନଯାଅ ତହିଁ ଯାଏ ॥
ଗଲେ ଯେ ଅବଶ୍ୟ ତୁହି ହରାଇବୁ ପ୍ରାଣ ।
ବିଧବା ଦଶା ନ ଦିଅ ମୋତେ କପିରାଣ ॥