ପୃଷ୍ଠା:Typical selections from Oriya literature.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

<poem>ଦୁଃଖୀ ହୋଇ ପୁଣ ମୁଁ ବଞ୍ଚିବି କେତେ ଦିନ । ତାମ୍ବୁଳ ବିନେ ଶୋଭା ନ ଦିଶିବ ବଦନ ॥ କଜ୍ଜ୍ବଲ ନ ଘେନିଲେ ନୟନ ଶୋଭା ନୋହେ । କୁସୁମ ନ ଖୋସିଲେ ଯେ କବରୀ ନ ଶୋହେ ॥ ଚନ୍ଦନ ଲେପନ ନହୋଇବ ଯେବେ ଅଙ୍ଗେ । ମଣ୍ଡନ ନୋହିବ ଯେବେ ଅଳଙ୍କାର ଯୋଗେ ॥ ଅଳତାହିଁ ନିରଞ୍ଜିବି ମୋହର ଯେ ପାଦେ । ପତ୍ରାବଳୀ ନଥିବ ମୋହର କୁଚ ମଧ୍ୟେ ॥ ନୂପୁର ବିହୁନେ କିସେ ଶୋହଇ ଚରଣ । ବାହେ ବାହି ଯେବେ ମୁ ନୋହିବି ଆଭରଣ ॥ ଶୁକୁଳ ବସ୍ତ୍ର ପିନ୍ଧିଣ ଅଶୋଭା ଦିଶିବ । କାହାର କୋଳରେ ମୁଁ ସୁଖରେ ରହିବି ॥ କେମୋତେ ବିନୋଦ କରିବ ଯେ ଚାଟୁକହି । କାହାର କୋଳରେ ପୁଣ ଥିବି ମୁହିଁ ଶୋଇ ॥ ନାସା ନ ଶୋହିବ ମୋର ବସଣି ବିହୁନେ । ଏତେକ ଦୁଃଖ ପୁଣି ମୁଁ ସହିବି କେସନେ ॥ ମୋହର ଶପଥ ତୁହି ନଯା ଆଜ ଯୁଝି । ଗଲେ ଯମପୁରେ ଯେ ଜୀବନ ଯିବ ବୁଝି ॥ ସୁଗ୍ରୀବ ସୋଦର ଯେ ତୋହର ସାନଭାଇ । ତାହାକୁ ତୁ ଯୁବରାଜ କର କପିସାଇଁ ॥ ସୁଖେ ଭୋଗ କର ପୁଣ ଅନ୍ତଃପୁରେ ରହି । ରାଜ୍ୟଭାର ସବୁ ସୁଗ୍ରୀବର ମୁଣ୍ଡେ ଦେଇ ॥ ନିଶ୍ଚିନ୍ତେଣ ଥିବା ଆହେ କିଷ୍କିନ୍ଧ୍ୟାର ସାଇଁ । ତାରାର ବଚନ ଶୁଣି ବାଳିଯେ ବୋଲଇ ॥ (୨) ଶ୍ରୀରାମଙ୍କ ପ୍ରତି ବାଳିର ତିରସ୍କାର ମାତାପିତା ବିଚାରି ନ ନେଲେ ତୋତେ କତି । ପରଜା ନପାଳିଲୁ ତୋହର ଦୁଷ୍ଟମତି ॥ ଅଜ୍ଞାନ ପୁରୁଷ ତୁହି କିଛିହିଁ ନ ଜାଣୁ । ବନଜୀବ ସଙ୍ଗତେ ପଶିଲ ଆସି ଏଣୁ ॥ ମୋତେ ତୁଯେ ମାଇଲୁ କେବଣ ଗୁଣ ପାଇଁ । କି ତୋହର ଶରୀରରେ ଧର୍ମ ବସି ନାହିଁ ॥