ପୃଷ୍ଠା:Typical selections from Oriya literature.pdf/୧୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୩୯
ଓଡ଼ିଆ ସାହିତ୍ୟ-ପରିଚୟ

ଘଡ଼ିଏକ ପରିଯନ୍ତେ ରୋଦନ ସେ କଲେ ।
ଶୋକ ସମ୍ଭାଳିଣ ଶ୍ରୀରାମଚନ୍ଦ୍ର ବୋଇଲେ ।
ଶୂଣସି ଜାନକି ଆଗୋ ଜନକଦୁଲଣି ।
ତୋହର ନିମନ୍ତେ ମାଇଲି ମୁଁ ବିଂଶପାଣି ।
ଅସୁର ବଳ ଧୂମାନ୍ତି କରି ପକାଇଲି ।
ସୁଗ୍ରୀବର ଛଳରେ ମୁଁ ବାଳିକି ମାଇଲି ।
ସମୁଦ୍ର ଭିତରେ ବାନ୍ଧିଲ ମୁଁ ସେତୁବନ୍ଧ ।
ଯଶ ପାଇବା ନିମନ୍ତେ ନାଶି ଦଶକନ୍ଧ ।
ତୋହର ନିମନ୍ତେ ଜାଣ କଲଇଁ ଏସନ ।
ଦେବଗଣେ ଅଜେୟ ମାଇଲି ଦଶାନନ ।
ରଘୁକୁଳର କଳଙ୍କ ଫେଡ଼ିବାର ଅର୍ଥେ ।
ଦଶକନ୍ଧ ଛେଦିଲି ବିଷମ ଶରଘାତେ ।
ଅସୁରର ଘରେ ଗୋ ଯେବଣ ନାରୀ ଥିଲା ।
ସେ ପୁଣି କୁଳକୁ ଗୋ କେମନ୍ତେ ଯୋଗାଇଲା ।
ମୁହିଁ ପରିଗ୍ରହ ଆଉ ନ କରଇଁ ତୋତେ ।
ଦଶଦିଗରେ ତୁ ଯେଣେ ପାରୁ ତେଣେ ଯାଅ ।
ଆଉ ତୁ ମୋତେ ଗୋ ମନେ ଆଶା ନ ବଢ଼ାଅ ।
ଶ୍ରୀରାମ ମୁଖରୁ ଯେ ସକଳ ଲୋକ ଶୁଣି ।
ଦେହରୁ ଛାଡ଼ି କି ଉଡ଼ି ଗଲା ତାଙ୍କ ପ୍ରାଣ ।
ସୁଗ୍ରୀବ ଅଙ୍ଗଦ ଜାମ୍ବବ ଯେ ବିଭୀଷଣ ।
ହ‌ନୁମତ ନଳ ନୀଳ ଗନ୍ଧମାରଦନ ।
ସୂଷେଣ ଲକ୍ଷ୍ମଣ ବୀର ମହୀନ୍ଦ୍ର ଚନ୍ଦନ ।
ଅଷ୍ଟସେନା ଆବର ପଞ୍ଚିଶ ଯୂଥପତି ।
ଋକ୍ଷ ରାକ୍ଷସ ଅନେକ କପି ଯେ ପ୍ରଭୃତି ।
ସ୍ତମ୍ଭୀଭୂତ ହୋଇଣ ଚାହାଁନ୍ତି ଜଳ ଜଳ ।
ଉପ୍ରୋଧ ଛାଡ଼ି ବୋଇଲେ ଯହୁଁ ରଘୁବାଳ ।
ଶୁଣି ବଇଦେହୀର ଯେ କପାଳ କଣ୍ଟିଲା ।
ହୃଦପଦ୍ମ ମଧ୍ୟରେ ସେ କଥାନ୍ତ ବାଣ୍ଟିଲା ।
ବଚାରିଲା ରାମର ହୋଇଲା କୋପ ମୋତେ ।
ଭୁଞ୍ଜିବି ନାହିଁ କି ମୁହିଁ ଅର୍ଜିଅଛି ଯେତେ ।
ଏତେକ ଭାଳି ଦେବୀ ସ୍ତବଧ ହୋଇଅଛି ।
ପୁଣି ତମ ନ କରି ବୋଇଲେ ରଘବଛି ।