ପୃଷ୍ଠା:Typical selections from Oriya literature.pdf/୧୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୪୮
ଓଡ଼ିଆ ସାହିତ୍ୟ-ପରିଚୟ

କୌଶଲ୍ୟା କେକୟୀ ଯେ ସୁମିତ୍ରା ତିନି ରାଣୀ ।
ତାହାଙ୍କୁ ଯେ ଚରୁ ସମର୍ପିଲେ ରାଜା ଆଣି ।
ତିନି ରାଣୀ ଭୁଞ୍ଜିଣ ହୋଇଲେ ଗର୍ଭବାସ ।
ଚତୁର୍ଦ୍ଧାମୃର୍ତ୍ତିରେ ବିଷ୍ଣୁ ପାଇଲେ ପ୍ରକାଶ ।
ଶୁଣିଣ ଦଶରଥ ଯେ ଆନନ୍ଦ ହୋଇଲେ ।
ଅଷ୍ଟ ମାସ ହୁଅନ୍ତେ ରହଣି-ବିଧି କଲେ ।
ଯଥାକାଳେ ପୁତ୍ର ଯେ ହୋଇଲେ ଉତପନ ।
ତିନିରାଣୀରୁ ଜନମ ଚାରି ଯେ ନନ୍ଦନ ।
କଉଶଲ୍ୟାହୁଁ ରାମ କେକୟୀଠାରୁ ଭ୍ରତ ।
ଲକ୍ଷ୍ମଣ ଶତ୍ରୁଘନ ସୁମିତ୍ରା ତ‌ହୁଁ ଜାତ ।
ଦିନେ ଦିନେ ପୋଏ ଯେ ବଢ଼ନ୍ତି ଚନ୍ଦ୍ର ଜାଣି ।
ଏକା ପେଟରୁ ଜାତ ପାଳନ୍ତି ତିନି ରାଣୀ ।
ଏଥୁଅନନ୍ତରେ ଯେ ଗଲାକ କେତେ କାଳ ।
ପୁତ୍ରଙ୍କୁ ଯେ ବ୍ରତ କରାଇଲେ ମ‌ହୀପାଳ ।
ଶାସ୍ତ୍ର ଶିଖାଇଣ ଅସ୍ତ୍ରଶସ୍ତ୍ର ଶିଖାଇଲେ ।
ଜାଣିଣ ବିଶ୍ୱାମିତ୍ର ନୃପ‌ତିଙ୍କି ମାଗିଲେ ।
ରାମ ଲକ୍ଷ୍ମଣ ବେନି ତାହାଙ୍କ ସଙ୍ଗେ ଗଲେ ।
ବାଟେ ଯାଉଁ ଯାଉଁ ତାଡ଼କାକୁ ବଧ କଲେ ।
ବାଟେ ଗାଧିସୁତ ଦିବ୍ୟ ଅସ୍ତ୍ର ଶିଖାଇଲେ ।
ସିଦ୍ଧ ବନେ ଯା‌ଇଣ ସେ ଯଜ୍ଞ ଆରମ୍ଭିଲେ ।
ହୋମ ରଖି ରାମ ତ‌ହୁଁ ମିଥିଲାକୁ ଗଲେ ।
ବିପୁଳ ବନରେ ଅହଲ୍ୟାକୁ ମୁକ୍ତ କଲେ ।
ବିଦେହଦେଶରେ ମିଳି ଶିବ-ଧନୁ ତୋଳି ।
ବିଭା ହୋଇଲେ ଯେ ତ‌ହିଁ ଜନ‌କଦୁଲାଳୀ ।
ଆସନ୍ତେ ପରଶୁରାମ ଉଗାଳିଲା ଯାଇ ।
ତାକୁହିଁ ହେଳେ ଜିଣିଲେ ରଘୁକୁଳସାଇଁ ।
ବଇଷ୍ଣବ-ଧନୁ ସେ ଅକ୍ଷୟ ତୂଣି ଦେଲେ ।
ଶ୍ରୀରାମ‌ଙ୍କୁ ବ‌ହୁତ ପ୍ରିୟଭାବେ କ‌ହିଲେ ।
ଅଯୋଧ୍ୟାରେ ପ୍ରବେଶିଣ କିଛିଦିନ ଅନ୍ତେ ।
ଭରତ ଶତ୍ରୁଘନ ଏ ଅଜାଘରେ ଯାନ୍ତେ ।
ଦଶରଥ ଭାଳିଲେ ରାମକୁ ରାଜ୍ୟ ଦେବି ।
କାଲି ରାଜପଦେ ଅଭିଷେକ କରାଇବି ।
ଭରତ ମାତାର ଦାସୀ ମ‌ନ୍ଥଡ଼ୀ ତା ଶୁଣି ।
ଯାଇ ଜଣାଇଲା ଯ‌ହିଁ କେ‌କୟୀ ଯେ ରାଣୀ ।