ପୃଷ୍ଠା:Typical selections from Oriya literature.pdf/୧୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୦
ଓଡ଼ିଆ ସାହିତ୍ୟ-ପରିଚୟ

ଶ୍ରୀରାମ‌ପାଦୁକା ଘେନି ବାହୁଡ଼ିଣ ଗଲେ ।
କଟକେ ନ ରହି ନନ୍ଦୀ ଗ୍ରାମରେ ରହିଲେ ।
ଚିତ୍ରକୁଟରେ ଯେ ରାମ ବରଷେ ରହିଲେ ।
ଜାନ‌କୀକି ଘେନିଣ ଅନେକ କ୍ରୀଡ଼ା କଲେ ।
ଧାତୁ-ଶିଳା-ଚିତା-କ‌ଥା କାକ-ଦୃଷ୍ଟି-କ‌ଥା ।
ଶୁଣିଣ ଶ୍ରୀରାମ ଯେ ହଲାଉଥାନ୍ତି ମଥା ।
କେ ବୋଲଇ ଏଡ଼େ ଏ ସୁନ୍ଦର ପୁଅ ଦୁଇ ।
କଷା ବସ୍ତ୍ର ପରିଧାନ କରନ୍ତି କିପାଇଁ ।
ସର୍ବାଙ୍ଗେ ବିଭୂତି କର୍ଣ୍ଣେ ତମ୍ବାର କୁଣ୍ତଳ ।
ଗଳାରେ ଲମ୍ବଇ ସରୁ ରୁଦ୍ରାକ୍ଷର ମାଳ ।
ଏସନ‌କ ବୋଲି ଯେ ବୋଲନ୍ତି ଲୋକମାନେ ।
ଶୁଣିଣ ଆନନ୍ଦ ହେଲେ କୌଶଲ୍ୟାନନ୍ଦନେ ।
ଯ‌ହିଁ ଯେଉଁ ଚରିତ ଶ୍ରୀରାମଚନ୍ଦ୍ର କଲେ ।
ସେ କ‌ଥାମାନ ଶୁଣିଣ ଆଶ୍ଚର୍ଯ୍ୟ ହୋଇଲେ ।
ପ୍ରସନ୍ନ ହୋଇଣ ଦେଲେ ସ‌ହସ୍ରେ ସୁବର୍ଣ୍ଣ ।
ଆବର ଅଳଙ୍କାର ଯେ ନ‌ବରତ୍ନମାନ ।
ଚନ୍ଦନ ବୋଳାଇଲେ ଦେବାଙ୍ଗ ବସ୍ତ୍ର ଦେଲେ ।
କାଲି ଆସି ବୋଲିବଟି ଆଉ ଯା ବୋଇଲେ ।
ଶୁଣି ଲବ କୁଶ ଦୁ‌ହେଁ ବୋଇଲେ ବଚନ ।
କି କରିବୁଁ ଆମ୍ଭେ ଅଳଙ୍କାର ରତ୍ନମାନ ।
ଏ ବସ୍ତ୍ରମାନ ଆମ୍ଭେ ଥୋଇବୁ ନେଇ କାହିଁ ।
ଆମ୍ଭେ ଯେ ଋଷିକୁମାର ବନ ମଧ୍ୟେ ଥାଇ ।
କନ୍ଦ ଫଳ ଖାଉଁ ଯେ ବ‌କଳ ପରିଧାନ ।
ରୁଦ୍ରାକ୍ଷରମାଳ ଆମ୍ଭ ଗଳାରେ ଭୁଷଣ ।
ବିଭୂତି ଲେପନ କଶାବସନ ଯେ ପିନ୍ଧୁ ।
ମଥାର ଚୁଳକୁ ଯେ ଜଟାର ଛାନ୍ଦେ ବାନ୍ଧୁ ।
ଅରଣ୍ୟଭିତରେ ତ‌ପୀଙ୍କର ସଙ୍ଗେ ଥାଉ ।
ବନସ୍ତ ଭିତରେ ଯେ ନିର୍ଝରପାଣିପିଉ ।
ଶୁଣିଣ ରଘୁନାଥ ଯେ ଆନନ୍ଦ ହୋଇଲେ ।
ବାଳୁତ ପୁତ୍ର ହୋଇଣ ଅଲୋଭୀ ହୋଇଲେ ।
ସୁଗ୍ରୀ ପଚାରିଲେ ଏ କାହାର କଲା ଗ୍ରନ୍ଥ ।
କୁଶ ବୋଇଲେ କଲେ ବାଲୀକ ତପୋବନ୍ତ ।
ଗାରିମାରେ ମେରୁ ସମାନ ଯେବଣ ଋଷି ।
ତାର ବିଶ୍ୱଗର୍ଭୁ ଗ୍ରନ୍ଥ ବାହାର ହୋଇଛି ।