ପୃଷ୍ଠା:Typical selections from Oriya literature.pdf/୧୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୨
ଓଡ଼ିଆ ସାହିତ୍ୟ-ପରିଚୟ

ଭାଙ୍ଗିଲ ରତ୍ନମୟ ପୁର । ଭ୍ରାନ୍ତି ଛାଡ଼ିଲା ଦେବଙ୍କର ।
ମାଇଲ ଅଜୟ ରାବଣ । ମ‌ହିମା କେ କରେ ବଖାଣ ।
ଯାଦବବଂଶେ ଜାତ ହୋଇ । ଜଗତ ଉଦ୍ଧାରିବା ପାଇଁ ।
ରଖିଲ ଜଳରେ ଗଜକୁ । ରାଗେଣ ଛେଦିଲ ଗ୍ରାହକୁ ।
ଲାବଣ୍ୟମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁର ନର ।
ବଡ଼ିମାପଣେ ବଢ଼ୁ ଅଂଶ । ବ୍ରହ୍ମା ଶଙ୍କର ଯାର ଦାସ ।
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରୀଛାୟାଦେବୀ-ମନୋହର ।
ସଂସାର ଭିତରେ ଉତ୍ତମ । ସାଧୁଙ୍କ ହିତରେ ଜନମ ।
ଶ୍ୟାମସୁନ୍ଦରକଳେବର । ସକଳ-ଦେବ-ପରିଚାର ।
ହରି ବୋଇଲେ ହରେ ଦୁଃଖ । ହରି-ଆନନ୍ଦ ମହାସୁଖ ।
କ୍ଷମାସାଗର ପୀତବାସ । କ୍ଷନ୍ଦିଲେ ବଳରାମଦାସ ।



ମୃଗୁଣୀସ୍ତୁତି
BY BALARAM DAS


ରାମ ଯେ ରାମ ରାମ ନାମ ଶ୍ରୀରାମ ରାମ ।
ଯେଉଁ ନାମ ଧଇଲେ ନ ଦଣ୍ତେ କାଳ‌ଯମ ।
ଶ୍ରୀହରି ନାମ‌କୁ ଏକା ଜପୁଥିବୁ ମନ ।
ଅଶେଷ ଦୁରିତମାନ ହୋଇବ ଦ‌ହ‌ନ ।
ଯୋଗୀଜନମାନଙ୍କର ପରମକାରଣ ।
ସନ୍ଥଜନମାନଙ୍କ ଦୁରିତ-ନିବାରଣ ।
ଏଥୁ ଅନନ୍ତରେ ସର୍ବେ ଶୁଣ ରସସାର ।
ମାଘ କୃଷ୍ଣପକ୍ଷ ଯେ ପଞ୍ଚମୀ ଗୁରୁବାର ।
ଶୁକ ଏ ଦିନରେ ପରୀକ୍ଷିତଙ୍କ ଭବନେ ।
ଆଚମ୍ବିତେ ମିଳିଲେ ତାହାଙ୍କ ସନ୍ନିଧାନେ ।
ଦଣ୍ତକମଣ୍ତଳୁ ହସ୍ତେ ଡୋର କଉପୀନ ।
ରୁଦ୍ରାକ୍ଷର ଜପ-ମାଳା ଭସ୍ମ ବିଲେପନ ।
ହରିମନ୍ଦିରର ଚିତା ନାସା-ଅର୍ଦ୍ଧ‌ଯାଏ ।
ତମ୍ବାର କୁଣ୍ତଳ ବେନିକର୍ଣ୍ଣେ ଶୋଭାପାଏ ।
ତପତକାଞ୍ଚନ ଜିଣି ତନୁ ଅନୁପମ ।
କୋଟିଭାନୁ ଜିଣି ଯେ ଅନଳ ନୋହେ ସମ ।
ଦୂରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ ।
ଆସନୁ ଉଠିଣ କଲେ ପାଛୋଟି ଗମନ ।