ପୃଷ୍ଠା:Typical selections from Oriya literature.pdf/୧୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୮
ଓଡ଼ିଆ ସାହିତ୍ୟ-ପରିଚୟ

ମୃଗୁଣୀସ୍ତୁତି
BY JAGANNATH DAS
ଶ୍ଳୋକଃ

ଅଗ୍ରେ ବ୍ୟାଧଃ କରଧୃତଶରଃ ପୁଷ୍ଠତୋ ଜାଲମାଳା,
ପାର୍ଶ୍ୱେ ବ‌ହ୍ନିର୍ଦହତି ବିପିନଂ ସନ୍ନିଧୌ ଶ୍ୱାନମେଳା ।
ଏଣୀଗର୍ଭାଦଳସଗମନା ବାଳକଃ କ୍ରୋଡ଼ଲୀନା-
ଶ୍ଚିନ୍ତାଯୁକ୍ତା ବିଳପ‌ତି ମୃଗୀ କିଂ କରୋମି କ୍ୱ ଯାମି ।

ଭାଷା

ଦେଖ ଘଟନା ଦଇବ ଯୋଗର । ବ୍ୟାଧ ଶର ଧରି ଜଗେ ଆଗର ।
ପୁଷ୍ଠଭାଗେ ବନ ଦ‌ହେ ଅନଳ । ପାଖେ ମିଳି ଅଛଇ ଶ୍ୱାନମେଳ ।
ଏଣୀ ଗର୍ଭବତୀ । ତେଣୁ ବିସ୍ତାରେ ଅଳସରେ ଗତି ।
ସଙ୍ଗେ ଅଛନ୍ତି ମୃଗଶିଶୁପଂକ୍ତି । ଯହିଁ ସ୍ନେହ ବଢ଼ଇ ପ୍ରାଣୁ ଅତି ।
କିସକରିବି କେଉଁଦିଗେ ଯିବି । କେଉଁ ଉପାୟେ ଅପାୟୁଁ ତରିବି ।
ଏମନ୍ତ ବୋଲିଣ । ଚିନ୍ତାକୁଳ ହୋଇ କଲା ରୋଦନ ।

ଶ୍ଳୋକଃ

ଏଣୀଚିନ୍ତାତ୍ୟଭିଗତଭିୟା ଚେତସା ଶ୍ରୀନିବାସଂ
ଶ୍ରୁତ୍ୱା ପୂର୍ବଂ ଜଳଚରଗ୍ରାହାଭ୍ରାୟମାଣଂ ଗଜେନ୍ଦ୍ରଂ ।
ସ୍ତୋତ୍ରଂ କର୍ତ୍ତୁଂଜପବିଧିହୁତିଂ ଭାବନାଂ ନାସ୍ତି ଶକ୍ତିଃ,
ପାଦାମ୍ଭୋଜେ ଶରଣପ‌ତିତାଂ ରକ୍ଷ ବା ନୈବ ରକ୍ଷ ।

ଭାଷା

ଭୟ କାତର ମନରେ ମୃଗୁଣୀ । ଚିନ୍ତା କଲା ଗୋବିନ୍ଦ ଗୁଣ ଗୁଣି ।
ଆହେ ପ୍ରଭୁ ଜଗତଜନ-ବନ୍ଧୁ । ଦୀନ-ଉଦ୍ଧାରଣ କରୁଣାସିନ୍ଧୁ ।
ତୁମ୍ଭେ ଦୁଃଖ-ସିନ୍ଧୁ । କରୁଣା କଲେ କରିପାର ବିନ୍ଦୁ ।
ପୂର୍ବେ ନ‌କ୍ର ଧଇଲା ଗଜେନ୍ଦ୍ରକୁ । ଆର୍ତ୍ତସ୍ୱରେ ସେ ଡାକିଲା ତୁମ୍ଭଙ୍କୁ ।
ଡେରି ଶ୍ରବଣ ତାହାର ଶୁଣିଲ । ଚକ୍ର ପେକ୍ଷିଣ ନ‌କ୍ରେ ବକ୍ର ହେଲ ।
ଉଦ୍ଧାରି ଗଜକୁ । ଦେଲ ଦୁଇଜନେ ଦ୍ୱାରସଜକୁ ।
ମୁଁ ଯେ ସ୍ତୁତି ଜପ ହୋମ ଭବନା । କରିବାରେ ଅଟେ ଶକ୍ତିବିହୀନା
ତେଣୁ ତୁମ୍ଭ ପାଦପଦ୍ମେ ଶରଣ । ଯାଉଅଛଇ ଆହେ ନାରାୟଣ ।
ରଖ ବା ନ ରଖ । ଆଉ ଆଶ୍ରୟ ନାହିଁ କଞ୍ଜମୁଖ ।