ପୃଷ୍ଠା:Typical selections from Oriya literature.pdf/୨୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୬୮
ଓଡ଼ିଆ ସାହିତ୍ୟ-ପରିଚୟ

ଅର୍ଜୁନେ ଦେଖି ଦ୍ରୋଣବଳା । କାତରେ ହୃଦୟ କମ୍ପିଲା ।
ବେଗେ ପଳାଇ ଭୂମିଗତେ । ପଶିଲା ଗହନ ବନସ୍ତେ ।
ପୁଣି ପଳାଇ ଘୋରବନେ । ରୁଦ୍ରଙ୍କ ଡ଼ରେ ଅନ୍ଧ ଯେହ୍ନେ ।
ତକ୍ଷଣେ ଜଳେ ସ୍ନାନ କରି । ବ୍ରହ୍ମ ଅସ୍ତ୍ରକୁ ସେ ମୁମରି ।
ସଂହାର ନ ଜାଣେ କାହାରେ । ପେଷିଲା ଅର୍ଜୁନ ଉପରେ ।
ତାର ପ୍ରଚଣ୍ଡ ରୂପ ଚାହିଁ । କମ୍ପର ଅର୍ଜୁନର ଦେହୀ ।
ଶସ୍ତ୍ରର ତେଜେ ଭୟ କଲା । ଗୋବିନ୍ଦ-ମୁଖକୁ ଚାହିଁଲା ।
ପଡ଼ି ଅଭ‌ୟ ପାଦତଳେ । କହଇ ଜୀବନ ବିକଳେ ।
ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର । ଶରଣଜନଙ୍କ ସୋଦର ।
ଆଦିପୁରୁଷ ନିରଞ୍ଜନ । ପ୍ରକୃତିପରେ ତୋ ବିଶ୍ରାମ ।
ଏଣୁ ମୋହର ଗତି ତୁହି । ତୋ ମାୟାବଳେ ନ ଜାଣଇ ।
ଏ ଯେ ଆସଇ ବ୍ରହ୍ମଶର । ତେଜେ ଆଚ୍ଛାଦି ତିନିପୁର ।
କହ କି କରିବି ଗୋସାଇଁ । ତୋ ବିନୁ ଅନ୍ୟ ଗତି ନାହିଁ ।

ଶ୍ରୀଭଗବାନ ଊବାଚ

ଅର୍ଜୁନ ବାକ୍ୟ ଶୁଣି ହସି । କ‌ହ‌ନ୍ତି ପ୍ରଭୁ ବ୍ରହ୍ମରାଶି ।
ଏହ। ନିବାରେ ଶସ୍ତ୍ର ନାହିଁ । କେହି ନ ଜାଣେ ଦେହବ‌ହି ।
ତୁ ଯେ ସକଳ ଶାସ୍ତ୍ର ଜାଣୁ । ଚଞ୍ଚଳ ଚିତ୍ତେ ନ ପ୍ରମାଣୁ ।

ଶ୍ରୀସୁତ ଉବାଚ

ଶୁଣି ଗୋବିନ୍ଦ-ମୁଖୁଁ ବାଣୀ । ଅର୍ଜୁନ ମନେ ମନେ ଗୁଣି ।
ବ୍ରହ୍ମଶରକୁ ବ୍ରହ୍ମଶର । ଶୂନ୍ୟେ ପେଷିଲା ବୀରବର ।
ସେ ବେନି ଶସ୍ତ୍ର ତେଜରାଶି । ପ୍ରଳୟାନଳ ପ୍ରାୟ ଦିଶି ।
କୃଷ୍ଣ କ‌ହିଲେ ଶୁଣ ବୀର । ଶସ୍ତ୍ରେ ଏ ଶସ୍ତ୍ରକୁ ସଂହର ।
ଯହୁଁ କହିଲେ ଚକ୍ରପାଣି । ତକ୍ଷଣେ ସଂହାରିଲେ ଆଣି ।
ରଥୁଁ ଓହ୍ଲାଇ ମହାରୋଷ । ଧଇଲେ ଅଶ୍ୱତ୍ଥାମା-କେଶ ।
ପ୍ରଚଣ୍ଡରୂପେ ଶିରଝୁଣି । ଆକର୍ଷି ପାତିଲା ଧରଣୀ ।
ବରୁଣ ପାଶକୁ ସୁମରି । ପଶୁଙ୍କ ପ୍ରାୟେ ବନ୍ଦୀ କରି ।
ରଥ-ଦଣ୍ତରେ ବାନ୍ଧେ ଆଣି । ଦେଖି କ‌ହ‌ନ୍ତି ଚକ୍ରପାଣି ।
ମନେ ତୁ ଅନ୍ୟ ନ ବିଚାର । ବେଗେ ଏହାର ପ୍ରାଣ ହର ।
ତୁ ଯେ ଦ୍ରୌପଦୀ-ଆଗେ ରହି । ପ୍ରତିଜ୍ଞା କଲୁ ଦେହ ବହି ।
କ‌ହିଲୁ ନ କାନ୍ଦ ସୁନ୍ଦରୀ । ତୋର ରିପୁକୁ ମୁହିଁ ଧରି ।
ତାହାର ଶିର କାଟି ବେଗେ । ଥାପିବି ତୋର ପାଦଯୁଗେ ।