ପୃଷ୍ଠା:Typical selections from Oriya literature.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୧
ଓଡ଼ିଆ ସାହିତ୍ୟ-ପରିଚୟ

ତେମନ୍ତେ ବୁଡ଼ିଲା ଧରଣୀ । ଏହା ତୁ ଋଚି ଚକ୍ରପାଣି ।
ତେଣୁ ତୁ ନରରୂପ ଧରି । ଭୂମି-ମଣ୍ତଳେ ଅବତରି ।
ଅବିଦ୍ୟାକାମ କର୍ମ୍ବଳେ । ଜନ୍ତୁଏ ଦୁଃଖ ଭବଜଳେ ।
ଅତିହିଁ କ୍ଳେଶ ତାଙ୍କ ଦେହୀ । ତାହାଙ୍କୁ ଉଦ୍ଧାରିବା ଯାଇଁ ।
ଧ୍ୟାନ-ଶ୍ରବଣ-ମନ୍ତ୍ରଗୁରୁ । ତେଣୁ ମହିମା-କଳ୍ପ‌ତରୁ ।
ତୋର ଚରିତ କର୍ଣ୍ଣେଶୁଣି । ତୋହର ନାମ ମୁଖେ ଭଣି ।
ମନ-ବଚନ ତୋତେ ଦ୍ୟନ୍ତି । ହର୍ଷେ ପୁଲକେ ଲୋମପନ୍ତି ।
ଏଣୁ ପଶନ୍ତି ଯେ ଚରଣେ । ନିଶ୍ଚିନ୍ତେ ଧ୍ୟାନ ସୁମରଣେ ।
ତୋର ଚରଣ ତାଙ୍କ ରଖେ । ଭବପ୍ରମାଦୁଁ ତରେ ସୁଖେ ।
ସେ ପାଦେ ପଶିଲି ଶରଣ । ମୋତେ ନ ଛାଡ଼ ନାରାୟଣ ।
ଦୋଷ ଯେ କରି ରାଜକୁଳେ । ପଶିଲେ ତୋ ଚରଣ-ତଳେ ।
କେବଳ ନାମ ରୂପ ତୋର । ମୋର ପୁତ୍ରଙ୍କ ସୁଖଘର ।
ତୋ ଅବତାର ଯେବେ ଯିବ । ବିଧବା ପ୍ରାୟେକ ଦିଶିବ ।
ଏହାର ଗର୍ଭେ ଯେତେ ଜନ । ଗ୍ରାମ ଔଷଧି ଗିରିବନ ।
ସମୁଦ୍ର ଆଦି ଜଳସ୍ଥାନେ । ବଞ୍ଚନ୍ତି ତୋ ଚରଣ-ଧ୍ୟାନେ ।
ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର । ମୁଁ ତୋର ଚରଣେ କିଙ୍କର ।
ପାଣ୍ତବ କୁଳେ କୃଷ୍ଣ ବଂଶେ । ମୁଁ ଯେ ବନ୍ଧନ ଦୃଢ଼ ପାଶେ ।
ତୁ ଯେବେ ଶରଣ-ସୋଦର । ଏ ସ୍ନେହପାଶ କର ଦୂର ।
ଭୋ ନାଥ ଶ୍ରୀମଧୁସୂଦନ । ତୋର ଚରଣେ ମୋର ଧ୍ୟାନ ।
ସର୍ବ ବିଷୟ ଦୂରେ ଚିନ୍ତି । ତୋର ଚରଣେ ରହୁ ମତି ।
ଗଙ୍ଗାର ସ୍ରୋତ ସରୁଦେଶେ । ଯେସନେ ସିନ୍ଧୁଜଳେ ମିଶେ ।
ଶ୍ରୀକୃଷ୍ଣ କୃଷ୍ଣ-ଶାଖ ତୁହି । ଦୁଷ୍ଟ-ନାଶନେ ତୋର ଦେହୀ ।
ଅବନୀ ରଖି ଆଦିମୂଳ । ନାଶିଲ ଦୁଷ୍ଟ କ୍ଷତ୍ରିକୁଳ ।
ତୋତେ ଚିନ୍ତିଣ ସେ ତରନ୍ତି । ନଶ୍ଚିନ୍ତେ ତୋ ଦେହେ ପଶନ୍ତି ।
ଗୋବିନ୍ଦ ଶରଣସୋଦର । ଭକ୍ତ ଜନଙ୍କ ସୁଖ-ଘର ।
ତୋ ଅବତାର ଏ ଜଗତେ । ଗୋରୁ ବ୍ରାହ୍ମଣ ଦେବ‌ହିତେ ।
ଅଖିଳ ଗୁରୁ ଯୋଗେଶ୍ୱର । ଭୋ ନାଥ ଶରଣ ତୋହର ।

(3)
ପାଣ୍ଡବଙ୍କ ସ୍ୱର୍ଗାରୋହଣ
ଅର୍ଜୁନ ଉବାଚ

ସନ୍ଦେଶ ଶୁଣ ନରନାଥ । କୃଷ୍ଣେ ମୁଁ ହୋଇଲି ବଞ୍ଚିତ ।
ମୋର ଜୀବନବନ୍ଧୁ ହରି । ତାର ବୟୋଗେ ହତଶିରୀ ।
ଯେତେକ ପ୍ରତାପ ମୋହର । ଦେଖ ପ୍ରତ୍ୟକ୍ଷେ ନୃପବର ।