ପୃଷ୍ଠା:Typical selections from Oriya literature.pdf/୨୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୨
ଓଡ଼ିଆ ସାହିତ୍ୟ-ପରିଚୟ

ସେ ତେଜ କୃଷ୍ଣସଙ୍ଗେ ଗଲା । ଜୀବନ ଥାଉ ଦେହମଲା ।
ଯାହାର ପାଦେ ଅଗ୍ରେ କରି । ନିଜ ଗାଣ୍ଡୀବ କରେ ଧରି ।
ଦ୍ରୌପଦ-ଗୃହେ ରାଜାମେଳେ । ବିବାହ ସ୍ୱୟମ୍ବର ବେଳେ ।
ଯେତେ ମିଳିଲେ ରାଜାପୁତ୍ରେ । କନ୍ୟା ଲଭନେ ଲୋଭଚିତ୍ତେ ।
ହେଳେ ତାହାଙ୍କ ତେଜ‌ହରି । ଲାଖ ବିନ୍ଧି ଲଭିଲି ନାରୀ ।
ଅମରଗଣ ତୁଲେ ପୁଣି । କିଞ୍ଚିତ ଇନ୍ଦ୍ର ତେଜ‌ଜିଣି ।
ଜାରାକୁ ବାହୁବଳେ ଜିଣି । ରାଜାଙ୍କୁ ବନ୍ଦୀଘରୁ ଆଣି ।
କପଟ ପାଶା କରିବାଦେ । କୌରବେ ତୋତେ ସଭାମଧ୍ୟେ ।
ଜିଣି ପାଞ୍ଚାଳୀ କେଶଧରି । ବିବସ୍ତ୍ର ସଭାମଧ୍ୟେ କରି ।
ଭୟେ ପାଞ୍ଚାଳୀ ସୁମରିଲା । ସେ ବେଳେ ଶ୍ରୀକୃଷ୍ଣ ରଖିଲା ।
ପୁଣି ଅଜ୍ଞାତ ବନବାସେ । ଦୁର୍ବାସ। ଋଷିଙ୍କ ବଶ୍ୱାସେ ।
ଭୋଜନ-ଅନ୍ତେ ଭିକ୍ଷା-ଅର୍ଥେ । ଅୟୁତେ ବିପ୍ର ଘେନି ସାଥେ ।
ଭୁଞ୍ଜିବା ପାଇଁ ସ୍ନାନ କରି । ତା ଜାଣି ପ୍ରଭୁ ନରହରି ।
ଅତିଥିରୂପେ ବିଜେକଲା । ଶେଷେ ଯେ ଶାକ ଅନ୍ନ‌ଥିଲା ।
କର ପ୍ରସାରି ତାହା ଖାଇ । ମୁନିଙ୍କ ମନ ମଧ୍ୟେ ଥାଇ ।
ସନ୍ତୋଷ କଲା ଜଳ ମଧ୍ୟେ । ତକ୍ଷଣେ ବ୍ରାହ୍ମଣେ ଆନନ୍ଦେ ।
ସନ୍ତୋଷେ ନିଜପୁର ଗଲେ | ସେ ଦୁଃଖୁ ସେ ରଖିଲେ ଭଲେ ।
ଯେଉଁ ଗୋବିନ୍ଦ-ବନ୍ଧୁପଣେ । କୁରୁସାଗର ଘୋର ରଣେ ।
ତରିଲି ଦୁସ୍ତର ସାଗର । ଦେବ ଦାନବେ ଅଗୋଚର ।
ସମରେ ରିପୁଦଳ ଜିଣି । ଅନେକ ଧନ ରତ୍ନ ଆଣି ।
ଯେ ହରି ମୋର ରଥେ ବସି । ଅଗାଧ କୁରୁବଳେ ଝାସି ।
ଭୀଷ୍ମ ସବିତା-ସୁତ କୃପ । ଶଲ୍ୟ ସ‌ହିତେ ଯେତେ ନୃପ ।
ତାହାଙ୍କ ଅଗ୍ରେ ରଥ କରି । ଅଶ୍ୱ-ରସନୀ କରେ ଧରି ।
ରିପୁ ଆୟୁଧ ତୁଲେ ମନ । ହରିଲେ ନନ୍ଦର ନନ୍ଦନ ।
ବିରାଟ ଗୋଧନହରଣେ । ମହା ଦୁସ୍ତରୁ ଘୋରରଣେ ।
ସେ କୁରୁ ଦୁସ୍ତରସାଗରେ । ଭୀଷ୍ମ ସହିତେ ଯେତେ ବୀରେ ।
ଅମୋଘ ଶର ବରଷନ୍ତି । ଦେବ ଦାନବେ ନାହିଁ ଭୀତି ।
ଯାର ଚରଣେ ଆଶ୍ରେ କରି । ତାହାଙ୍କ ବଳ ଦର୍ପ‌ହରି ।
ଗୋଧନ ନେଲି ନିଜପୁର । ସେ ହରି ମୋତେ କଲେ ଦୂର ।
ଯାର ମହିମା ଏ ସଂସାରେ । ଭଜିଣ ନିସ୍ତରନ୍ତି ନରେ ।
ସ୍ୱଭାବେ ସେ ଯେ ସତ୍ୟବ୍ରତ । ସଂଗ୍ରାମେ ଥିଲା ଭୂମିଗତ ।
ଯାହାର ପାଦପଦ୍ମ ଚିତ୍ତେ । ଜ୍ଞାନୀ ଯେ ଭଜୁଥାନ୍ତି ନିତ୍ୟେ ।
ମହାରଥିଙ୍କ ଚିତ୍ତେ ଯାଇ । ପ୍ରବେଶ କଲା ଭାବଗ୍ରାହୀ ।
ନୟନେ ମୋ ରୂପ ଦେଖନ୍ତି । ଦେଖନ୍ତେ କେହି ନ ମାରନ୍ତି ।