ପୃଷ୍ଠା:Typical selections from Oriya literature.pdf/୨୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୩
ଓଡ଼ିଆ ସାହିତ୍ୟ-ପରିଚୟ

ସେ କୃଷ୍ଣ ବସି ମୋର ପାଶେ । ଶୋଭିତ ଶୁକ୍ଳ ମନ୍ଦହାସେ ।
ଡାକଇ ମୋର ନାମ ଧରି । ଅତି ଆନନ୍ଦେ ଦଇତାରୀ ।
ହେ ପାର୍ଥ ହେ ସଖେ ଅର୍ଜୁନ । ହେ କୁରୁ-ନନ୍ଦନ ମୋର ପ୍ରାଣ ।
ତାହାର ଗୁଣ-କର୍ମ ଯେତେ । ଦ‌ହ‌ନ୍ତି ମୋର ଅନ୍ତର୍ଗତେ ।
ଶୟନ-ଆସନ-ଭୋଜନେ । ମୁହିଁ ଯେ ତାଙ୍କ ସନ୍ନିଧାନେ ।
ସଙ୍ଗେ ବିହରି ସଖାପଣେ । ତା କରେ କର-କରଷଣେ ।
ସେ ଅପରାଧ ମୋର ହରି । ନ‌ଧରେ ସ୍ନେହ ଚିତ୍ତେ ଭରି ।
ସଖୀର ସଖୀ ଯେହ୍ନେ ସ‌ହେ । ପିତା ମାତାଙ୍କ ଯେହ୍ନେ ପୋଏ ।
ନୃପେନ୍ଦ୍ର ଶୁଣ ମୋର ବାଣୀ । ମୋତେ ଠକିଲେ ଚକ୍ରପାଣି ।
ମୋହର ସଖା ପ୍ରିୟ ହରି । ହୁଦୟ ଗଲା ଶୂନ୍ୟ କରି ।
ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ ପନ୍ତ୍ରୀଗଣ ।
ଆବୋରି ନ ପାରିଲି ବଳେ । ତକ୍ଷଣେ ଉଠିଲେ ଗୋପାଳେ ।
ସେହି ଗାଣ୍ଡୀବ ଧନୁ ମୋର । ସେହି ଅକ୍ଷୟ ତୂଣଭାର ।
ସେହି ବିମାନ ଅଶ୍ୱ ଦେଖ । କ୍ଷଣକେ ହୋଇଲି ନିରେଖ ।
ଶୁଣ ହେ ନୃପ ଶୁଦ୍ଧଚେତା । ବନ୍ଧୁବାନ୍ଧବାଦି ବାରତା ।
ଅପରେ ଯେତେ ଯଦୁକୁଳେ । ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ।
ବ୍ରାହ୍ମଣ ଶାପ-ଅବସାନେ । ମିଳିଲେ ଏରକୀର ବନେ ।
ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ।
ଏରକା ମୁଷ୍ଟି କରେ ଧରି । ଏକ ଆରକେ ମରାମରି ।
ଆତ୍ମାକୁ ନ ଜାଣନ୍ତି ଭୋଳେ । ନାଶିଲେ ବ୍ରହ୍ମଶାପ-ଫଳେ ।
ଏଣୁ ଯାଦବ ବଳନାଶ । ରହିଲେ ସାତ ପାଞ୍ଚଶେଷ ।
ଈଶ୍ୱର-କ୍ରୀଡ଼ା ଏ ଜଗତେ । ପ୍ରାଣୀ ଯେ ଈଶ୍ୱର-ଆୟତ୍ତେ ।
ମାରନ୍ତି ଏକୁ ଆରେ ବଳେ । ଜଳର ଜନ୍ତୁ ଯେହ୍ନେ ଜଳେ ।
ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି । ନିଜ ମରଣ ନ ଜାଣନ୍ତି ।
ଏହି ପ୍ରକାରେ ଯଦୁବଳେ । କଳି ଭିଆଇ ମଦଭୋଳେ ।
ଯଦୁଙ୍କୁ ଯଦୁବଳେ ମାରି । ଭୂମିର ଭରା ଅପହରି ।
ଏମନ୍ତେ ପାଣ୍ତବ ଅର୍ଜୁନ । କୃଷ୍ଣ-ଚରଣେ ଦେଇ ମନ ।
ସୁହୃଦ ଭାବ ଗାଢ଼େ ଚିନ୍ତି । ଲଭିଲା ସୁନିର୍ମଳ ଶାନ୍ତି ।
ଥିଲା ଯେ ଅଶେଷ କଳ୍ମଷ । ଉକ୍ତିଭାବରେ ଗଲା ନାଶ ।
ନିର୍ମଳ ବୁଦ୍ଧି ପ୍ରକାଶିଲା । ଗୋବିନ୍ଦ ବାକ୍ୟ ସୁମରିଲା ।
ସଂସାର ମଧ୍ୟେ ରଥେ ଥାଇ । ଯେ ଗୀତା କୃଷ୍ଣ ମୁଖେ ଗାଇ ।
ତାହା ସୁମରି ଶୁଦ୍ଧ ମନେ । ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ।
ପ୍ରକୃତିଗୁଣେ ଗୁଣଲିଙ୍ଗ । ଅସଙ୍ଗ ସଙ୍ଗ ହେତୁଭଙ୍ଗ ।
ଆତ୍ମାରମଣ ଅଂଶେ ହରି । ସେ କୃଷ୍ଣ ଗଲେ ନିଜପୁରୀ ।