ପୃଷ୍ଠା:Typical selections from Oriya literature.pdf/୨୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୭
ଓଡ଼ିଆ ସାହିତ୍ୟ-ପରିଚୟ

କେ ଧାଏଁ ମୁନିଙ୍କ ଉପରେ । ତର୍ଜନ ଅତି କୋପଭରେ ।
ନାରୀଗଣଙ୍କ ମଧ୍ୟେ ପଶି । ରାହୁ ସଙ୍ଗତେ ଯେହ୍ନେ ଶଶୀ ।
ଦେବେ ପଳାନ୍ତି ତାହା ଦେଖି । ଯଜ୍ଞର ବିଭାଗ ଉପେଖି ।
ତାହାଙ୍କୁ ରୁଦ୍ରଗଣେ ଧରି । ଭୃଗୁସମେତେ ବନ୍ଦୀ କରି ।
ଭୃଗୁକୁ ମଣିମାନ ବାନ୍ଧେ । ତା ଦେଖି ପ୍ରଜାପତି କାନ୍ଦେ ।
ଦକ୍ଷକୁ ବୀରଭଦ୍ର ଧରି । ପଶୁର ପ୍ରାୟେ ବନ୍ଦୀ କରି ।
ରଣେ ରିପୁଗଣକୁ ଧରେ । ଓଷ୍ଠ କମୋଡ଼ି କୋପଭରେ ।
ଭୃଗୁକୁ ଧରି ନନ୍ଦୀଶ୍ୱର । ହୁଁକାରନାଦେ ମହାଘୋର ।
ସେ ଯଜ୍ଞେ ଯେତେ ଜନ ଥିଲେ । ଋତ୍ବିଜ ରୁଷି ବିପ୍ରତୁଲେ ।
ରୁଦ୍ର ଦେବତା ତେଜ ଦେଖି । ଭାଜିଲେ ଯଜ୍ଞକୁ ଉପେଖି ।
ଭୃଗୁ ଯେ ଯଜ୍ଞହୋମ କରି । ଘୃତ ହୁତାନ୍ତ ଶ୍ରୁବ ଧରି ।
ତାହାଙ୍କ କେଶ ବାମହସ୍ତେ । ରୋଷେ ଧଇଲେ ବିଶ୍ୱନାଥେ ।
ତାହାଙ୍କ ଧାତ୍ରୀ ଦକ୍ଷକରେ । ରୁଦ୍ର ଉପାଡ଼େ କୋପଭରେ ।
ସ୍ୱଭାବେ ପଦ୍ମଯୋନି-ବଳା । ଯେ ଦାତି ଦେଖାଇ ହସିଲା ।
ଓପାଡ଼ି ଭୃଗୁ ଲମ୍ବଦାତି । ତକ୍ଷଣେ ଭୂମିତଳେ ପାଡି ।
ଚକ୍ଷୁ ଉପାଡ଼େ ନଖ-ଅଗ୍ରେ । ପୂର୍ବର ଶାପ ବଇରାଗେ ।
ମଣି ଯେ ଶାପ ଦେଲା କାଳେ । ଅପମାନିତ କୋପାନଳେ ।
ଦନ୍ତ ଦେଖାଇ କରି ହସେ । ସେ କଥା ସ୍ମରି ମହାରୋଷେ ।
ମୁଷ୍ଟିପ୍ରହାରି ବାମକରେ । ଦାନ୍ତ ଝାଡ଼ିଲେ କୋପଭରେ ।
ଦକ୍ଷର ହୃଦେ କର ଭିଡି । ରୁଦ୍ର ଯେ ଅଧର କାମୋଡି ।
ଭୂମିରେ ପଡିଲେ ଉତ୍ତାନେ । କେ ତାଯା କହିବ ବଚନେ ।
ଅଜୟ ଏହାର ଶରୀର । ଦେଖି ବିସ୍ମିତ ଶୂଳଧର ।
ଅକ୍ଷୟ ଭାଳି ତାର ଗତି । ବିସ୍ମୟେ ଭାଳି ପଶୁପତି ।
ତୀକ୍ଷଣ ଖଡ଼ଗେ ଛେଦିଶିର । ଈଶ୍ୱର ହୋଇଲେ ବାହାର ।
ଶିର ପଡିଲା ଅଗ୍ନିକୁଣ୍ଡେ । କୁଳେ ରହିଲା ମୃତ୍ୟୁପିଣ୍ଡେ ।
ପିଶାଚଗଣ ଘେନି ସଙ୍ଗେ । ରୁଦ୍ର ନାଚନ୍ତି ରଣରଙ୍ଗେ ।
ଦକ୍ଷ ସମ୍ପଦ ନାଶ କରି । ଦକ୍ଷିଣ କରେ ଶୂଳ ଧରି ।
ଶଙ୍କର ହୋଇଲେ ବାହାର । ଦେଖି କମ୍ପିଲେ ସୁରନର ।
ସେ ରୁଦ୍ରଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ।
ଈର ଶ୍ରୀମଦ୍ଭାଗବତେ ମହାପୁରାଣେ ଚତୁର୍ଥସ୍କନ୍ଧେ ଦକ୍ଷ ଯଜ୍ଞଭଗ୍ନେ

ନାମ ପଞ୍ଚମୋଧ୍ୟାୟଃ