ପୃଷ୍ଠା:Typical selections from Oriya literature.pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୭୯
ଓଡ଼ିଆ ସାହିତ୍ୟ-ପରିଚୟ

ଉତ୍ତମକୁ କୋଳେଦେଇଁ ରହିଲା ଅନ୍ତରେ ।
ନୃପ‌ତି ସଭାର ମଧ୍ୟେ ପ୍ରିୟ-ଭାବଭରେ ।
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।
ରାଜାର ସମୀପେ ପ୍ରେମ ପୁତ୍ରଭାବରଙ୍ଗେ ।
ଉତ୍ତମକୁ କୋଳେ ଦେଖି ଧୁବ୍ର ସ୍ନେହ କଲା ।
ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ।
ତାହା ଦେଖି କୋପଚିତ୍ତ ସୁରୁଚି କହଇ ।
ଦୁର୍ଭଗାତନୟ ତୋ ବଦନେ ଲାଜ ନାହିଁ ।
ଅରୋହଣ କରି ଲୋଡ଼ୁ ନୃପସିଂହାସନେ ।
ଯେ ଆସନେ ସୁପୂଜିତ ଏ ତିନିଭୂବନେ ।
ପୂର୍ବ ତପ ଫଳ ଦେଖ ଉତ୍ତମ କୁମର ।
ନୃପବୀର୍ଯ୍ୟେ ଉପୁଜିଲା ମୋହର ଉଦର ।
ଏ ଯେ ନୃପ-ସିଂହାସନେ ବସିବାକୁ ଏକ ।
ଏ କଥା ବିଦିତ ଭଲେ ଜାଣନ୍ତି ତୈଲୋକ ।
ବିଷ୍ଣୁରେ କଠୋରତପ ପୂର୍ବେ ଯେ କରଇ ।
ତ‌ପବଳେ ଲଭେ ସେ ଦୁର୍ଲ୍ଲଭ ନରଦେହୀ ।
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।
କହଇ ବାଳକପୁତ୍ର ଶୁଣ ଏକଚିତ୍ତେ ।
ଯେଉଁ ତପେ ବସନ୍ତି ଯେ ଏ ରାଜ-ଆସନେ ।
କୋଟି ତପେ ପାଇଛନ୍ତି ତ୍ରାସ ରାଜାମାନ ।
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।
ଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି ।
ଏହି ଅନୁମାନେ ତୋର ଅଳ୍ପ‌ପୁଣ୍ୟ ଜାଣ ।
ଶୁଭାଶୁଭ ଫଳ ଅନୁମାନେ ଏ ପ୍ରମାଣ ।
ରାଜାର କୁମରଗଣେ ଏ ଜନ୍ମ ତୋହର ।
ନାନା ସୁଖଭୋଗେ ତୋର ନାହଁ ଅଧିକାର ।
ଦେଖ ଏ କୁମର ମୋର ଗର୍ଭେ ଜାତ ହୋଇଁ ।
ଏ ନୃପସିଂହାସନ‌କୁ ଯୋଗ୍ୟ ଏ ଅଟଇ ।
ନୃପାସନେ ବସିବାକୁ ଚିତ୍ତ ଯେବେ ତୋର ।
କମ୍ପା ଜନ୍ମ ନ ଲଭିଲୁ ମୋହର ଗର୍ଭର ।
ଏମନ୍ତ ସଭାର ମଧ୍ୟେ ସୁରୁଚି-ବଚନ ।
ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ।
ଅନ୍ତର୍ଗତେ କମ୍ପଇ ତାହାର ନିଜ ଦେହୀ ।
ଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ ।