ପୃଷ୍ଠା:Typical selections from Oriya literature.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୩
ଓଡ଼ିଆ ସାହିତ୍ୟ-ପରିଚୟ

ନିଜବିଦ୍ୟା-ବ୍ୟସନେ ବର୍ତ୍ତଇ ନିରନ୍ତରେ ।
ନିତ୍ୟେ ସେବା କରେ ତାତ-ଜନନୀପୟରେ ।
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନପ୍ରାୟେ ।
ସ୍ୱର୍ଗ-ଅପବର୍ଗ-କୁଦ୍ଧି ଅଳଂକାର ବ‌ହେ ।
ନିତ୍ୟେ ମିଳେ ସାଧୁସଙ୍ଗ ମାତ୍ର ସର୍ବଭୂତେ ।
ଇତିହାସ ପୁରାଣାଦି ଶୁଣେ ଶୁଦ୍ଧଚିତ୍ତେ ।
ବିପଦର କାଳେ ଧୀରଚିତ୍ତ ହୋଇ ଦ୍ରୁତେ ।
ସମ୍ପଦ-ଆଗମ-ବୁଦ୍ଧି ବ‌ହେ ଧୀରଗାତ୍ରେ ।
ବିଦ୍ୟାପଢ଼ି ଗଭୀର ସାଗର ପ୍ରାୟେ ରହେ ।
ପାତ୍ରେ ଦାନ ସମ୍ପଦେ ଉଦାସ ଭାବ ବ‌ହେ ।
ଯଶ ଧର୍ମ ସଞ୍ଚିବାରେ ନିତ୍ୟେ କରେ ମତି ।
ସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବ ଯେ କୀର୍ତ୍ତି ।
ସାଧୁସଙ୍ଗମେଳେ ଦୃଢ଼େ ନିତ୍ୟ କରେ ଆଶା ।
ପିତୃ ମାତୃ ପ୍ରାୟେ ଜୀବ ଯେବେ କରେ ବାଞ୍ଛା ।
ଇତିହାସବାଣୀ ଯେହୁ ପୁରାଣ ଶ୍ରବଣେ ।
ଉତ୍କଣ୍ଠା ସ୍ୱଭାବ ନିତ୍ୟେ ବ‌ହେ ଅନୁକ୍ଷଣେ ।
ବିପଦ-ଆଗମେ ଯେ ଆପଣେ ବଞ୍ଚେ ଦିନ ।
ସଂପଦର କାଳେ ଭାଷେ ମଧୁରବଚନ ।
ଗଭୀରବଚନ କ‌ହେ ବଚନ ବିକାଶେ ।
ଉତ୍ତମ ଉଦାରବୁଦ୍ଧି ପ୍ରାୟ ଉପଦେଶେ ।
ଶମ ଦମ ମ‌ହତ ଯେ ଶରୀରେ ଧରଇ ।
ଏତେ ଗୁଣ ବ‌ହେ ଯାର ପୂର୍ବଭାଗ୍ୟ ଥାଇ ।
ଏଣୁ ପୂର୍ବେ ତୋହର ମୋହର ତପ ନାହିଁ ।
ଏ ଜନ୍ମେ ଲୋଡ଼ିଲେ ପୁତ୍ର ପାଇବା ତା କାହିଁ ।
ମନ ଅପମାନ ଯେ ଫଳଇ କର୍ମ‌ବଳେ ।
ଏହା ଜାଣି ପ୍ରାଣୀ ଚିତ୍ତେ ନ ରହେ ନିଶ୍ଚଳେ ।
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।
ବିଧାତା-ବଚନେ କର୍ମ ଅନ୍ୟଥା ନୁହଇ ।
ଏଣେ ତୁ ନ କର ଶୋକ କର୍ମକୁ ଆଦର ।
ମୋହର ବଚନେ ପୁତ୍ର କୋପ ତୁ ସଂହର ।
ଏମନ୍ତେ ମାତାର ବାକ୍ୟ ସାବଧାନେ ଶୁଣି ।
ଧ୍ରୁବ‌ହିଁ ପଣ୍ତିତବାକ୍ୟ ମନେ ମନେ ଗୁଣି ।
ଜନନୀବଦନ ଚାହିଁ ବେନିକର ଯୋଡି ।
କ‌ହେ ସୁପ୍ରମୋଦବାକ୍ୟ ମାତାପାଦେ ପଡି ।