ପୃଷ୍ଠା:Typical selections from Oriya literature.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୪
ଓଡ଼ିଆ ସାହିତ୍ୟ-ପରିଚୟ
ଧ୍ରୁବ ଉବାଚ

କହଇ ମଧୁରବାଣୀ ଜନନୀ ଗୋ ଶୁଣ ।
ମୋତେ ତୁ ବାଳକପ୍ରାୟେ କେବେହେଁ ନ ମଣ ।
ପବିତ୍ରମନୁର ବଂଶେ ଜନ୍ମେ ଯେ ମୋହର ।
ଉତ୍ତାନପାଦର ବୀର୍ଯ୍ୟେ ତୋହର ଉଦର ।
ତୁ ଯେ ବୋଲୁ ତପ ସର୍ବ ସଂପଦ-କାରଣ ।
କ‌ହିବି ତୋହର ଆଗେ ସ୍ଥିରମନେ ଶୁଣ ।
ସଂସାର ଦୁର୍ଲ୍ଲଭପଦ ଯେବା ତପେ ପାଇ ।
ନିଗମ ଦୁର୍ଗମ ବନେ ସାଧିବଇଁ ମୁହିଁ ।
ଏକାମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେ ।
ଆଶୀର୍ବାଦ ଦିଅ ତପ ସାଧଇଁ ଯେମନ୍ତେ ।
ଏମନ୍ତେ ନିଷ୍ଠୁରବାଣୀ ଶୁଣି ପୁତ୍ରମୁଖେ |
ସୁନୀତି କପୋଳେ କର ଦେଇ ମନୋଦୁଃଖେ ।
ଏମନ୍ତେ ଧ୍ରୁବର ବାଣୀ ଦୃଢ଼ ଶୁଣି ମାତା ।
ପୁତ୍ରମୁଖ ଚାହିଁ ମନେ କଲା ଗ‌ଋଚିନ୍ତା ।
ବୋଲଇ ମୋହର ଗର୍ଭୁଁ ଜାତ ଏ କୁମର ।
ରାଜାର ଆତ୍ମା ସମ୍ଭତ ତେଜେ ପରଖର ।
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ ଚରିତ ।
ତପବଳେ ଶ୍ରବଣେ ଦ୍ରବିଲା ଅନ୍ତର୍ଗତ ।
ତେଜ ବିରାଜଇ ଦେହେ ତପନ ପରାୟେ ।
ଅବଶ୍ୟ ଗମିବ ତପେ ଜାଣିଲି ନଶ୍ଚୟେ ।
ଏ କେବେହେଁ ନ ରହିବ ମୋହର ବଚନେ ।
ନ ଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ।
ଏହାର ସୁନ୍ଦର ମୁଖ ନ ଦେଖି ସପକ୍ଷେ ।
ନିମିଷ କୋଟିଯୁଗ ହୋଇବ ପ୍ରତ୍ୟକ୍ଷେ ।
କି ବୁଦ୍ଧି ଉପାୟ କରି କେମନ୍ତେ ରଖିବି ।
ଦୁର୍ଗମସଙ୍କଟୁ ଏବେ କେମନ୍ତେ ବଞ୍ଚିବି ।
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।
କହଇ ସୁନୀତି ମନୋଦୁଃଖ ଖେଦ ବ‌ହି ।
ଶୁଣ ପୁତ୍ର ସାବଧାନେ ମୋହର ବଚନ ।
କେବଳ ଅଟୁ ତୁ ପୁତ୍ର ରାଜାର ନନ୍ଦନ ।
ତୋତେ ଆଜ୍ଞା ଦେବାରେ ମୋହର ଶକ୍ୟ ନାହିଁ ।
ତୁତ ସପ୍ତବର୍ଷ ସୁକୁମାର ତୋର ଦେହୀ ।