ପୃଷ୍ଠା:Typical selections from Oriya literature.pdf/୨୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୮୮
ଓଡ଼ିଆ ସାହିତ୍ୟ-ପରିଚୟ

ଏମନ୍ତେ ଧ୍ରୁବର ବାଣୀ ଶୁଣି ମୁନିଗଣେ ।
ତାର ମୁଖ ଚାହିଁ ସେ କ‌ହ‌ନ୍ତି ଜଣେ ଜଣେ ।
ସ୍ୱଭାବେ ମଧୁରାକୃତି ଦେଖି ତା ବଦନ ।
ସୁଧାରୁ ଅଧିକ କ‌ହେ ମଧୁର ବଚନ ।
ଅତି ଦୟାଚିତ୍ତେ ବସି ଧ୍ରୁବର ସମୀପେ ।
ଦୟାଚିତ୍ତେ ମୁନିଏ ବୋଲନ୍ତି ଏକେ ଏକେ ।

ଋଷିଋବାଚ

ଆହୋ ବାଳ ବିଶାଳାକ୍ଷ ମ‌ହୀରାଜସୁତ ।
ବିଚାରି ନ ପାରିଲୁଁ ତୋହର ଅନ୍ତର୍ଗତ ।
ନିବେଦନ କାରଣ ଆମ୍ଭର ଆଗେ କ‌ହ ।
ତୋର ବାକ୍ୟେ ଆମ୍ଭଙ୍କୁହିଁ ଲାଗିଲା ସନ୍ଦେହ ।
ସ୍ୱଭାବେ ବାଳକ ତୋର ଅର୍ଥ ଚିନ୍ତା ନାହିଁ ।
ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ।
ଆଧି ବ୍ୟାଧି ନ ଦେଖୁଁତ ତୋହର ଶରୀରେ ।
ନିବେଦ-କାରଣ କ‌ହ ଆମ୍ଭର ଆଗରେ ।
ଯୁବାକାଳେ ଭୋଗ ଯେବେ ନ ପାବନ୍ତି ନରେ ।
ସ୍ୱଭାବେ ବୈରାଗ୍ୟ ଜନ୍ମ ହୁଅଇ ଶରୀରେ ।
ସପ୍ତଦ୍ୱୀପ ମଧ୍ୟରେ ତୁ କୁମର ସ୍ୱଭାବେ ।
କିକାରଣେ କାନନେ ପଶିଲୁ ବାଳଭାବେ ।
ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।
ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ।
ଏମନ୍ତ ପ୍ରକାରେ ଶୁଣି ମୁନିଙ୍କ ବଚନ ।
ଗଦଗଦ ବାକ୍ୟ କ‌ହେ ନୃପତିନନ୍ଦନ ।
ଶୁଣ ହେ ସକଳ ବ୍ରହ୍ମ ମୁନିଗଣ ଧୀରେ ।
ନିବେଦ-କାରଣ କ‌ହେଁ ତୁମ୍ଭର ଛାମୁରେ ।
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।
ମୋର ଧାତ୍ରୀ ପିତା-ଆଗେ ନେଇ ବସାଇଲା ।
ପିତାର ଚରଣେ ମୁହିଁ ନମସ୍କାର କରି ।
ଉଭା ହୋଇ ଅଛି ମୁ ଧାତ୍ରୀର ବସ୍ତ୍ର ଧରି ।
ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେ ।
ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ।
ତାହା ଦେଖିଣ ସୁରୁଚୀ ମୋମାତ-ସପତ୍ନୀ ।
ଅନେକ ଭର୍ତ୍ସନା କଲା ସଉତୁଣୀ ଘେନି ।